ଜାପାନକୁ ମେଡ଼ ଇନ୍ ଇଣ୍ଡିଆ ରାଇସ୍ କୁକର୍ ରପ୍ତାନୀ କରିବ ପାନାସୋନିକ


ପାନାସୋନିକ ଆପ୍ଲିଆନ୍ସେସ୍ ଇଣ୍ଡିଆ ପକ୍ଷରୁ ରାଇସ୍ କୁକର୍ର ଶୁଭାରମ୍ଭ କରାଯାଉଛି, ଯାହାକୁ କମ୍ପାନୀ ଜାପାନକୁ ରତ୍ପାନି କରିବାକୁ ଯାଉଛି । ବଜାରରେ ପ୍ରଥମ କରି ପାନାସୋନିକ ରାଇସ୍ କୁକର୍ ଭଳି ସ୍ଥାନୀୟ ନିର୍ମିତ ରୋଷେଇ ଉପକରଣକୁ ତିଆରି କରୁଛି ଏବଂ ଏହା ‘ମେଡ୍ ଇନ୍ ଇଣ୍ଡିଆ’ ଷ୍ଟାମ୍ପ ସହିତ ଜାପାନକୁ ପ୍ରେରଣ କରାଯିବ ।
ବର୍ତ୍ତମାନ ପାନାସୋନିକ୍ ୪୩ଟି ଦେଶରେ ୩୦% ଆୟ ସହିତ ଏହାର ଉପକରଣ ବ୍ୟବସାୟ ଚଳାଇଛି । ଆଗାମୀ ୩ ବର୍ଷରେ ଜାପାନ ତଥା ଅନ୍ୟାନ୍ୟ ଦେଶମାନଙ୍କୁ ରତ୍ପାନୀ କରାଯାଉଥିବା ଏହାର ଉତ୍ପାଦର ଆୟ ୬୦%କୁ ସଂପ୍ରସାରିତ କରିବା ପାଇଁ କମ୍ପାନୀ ଆଶା ରଖିଛି । ଜାପାନକୁ ରତ୍ପାନୀ ହେବାକୁ ଯାଉଥିବା ଏହି ପାନାସୋନିକ୍ ରାଇସ୍ କୁକର୍ ଏମ୍ସି୦୩ “ମିନି କୁକର୍” ନାମରେ ନାମିତ । ଏଥିରେ ଭାତ ରାନ୍ଧିବା ସହିତ ନୁଡୁଲ୍ସ ମଧ୍ୟ କରାଯାଇପାରିବ । ଏହି ରାଇସ୍ କୁକର୍ ହ୍ୱାଇଟ୍, ମେଟାଲିକ୍ ପିଙ୍କ୍ ଓ ମେଟାଲିକ୍ ସିଲ୍ଭର୍ ଭଳି ତିନୋଟି ରଙ୍ଗରେ ଉପଲବ୍ଧ ହେଉଛି ଏବଂ ଏହାର କ୍ଷମତା ୦.୩ ଲିଟର ରହିଛି ।
ଏହି ପରିପ୍ରେକ୍ଷୀରେ ପାନାସୋନିକ୍ ଇଣ୍ଡିଆ ଏବଂ ଦକ୍ଷିଣ ଏସିଆର ସଭାପତି ତଥା ମୂଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ ଏବଂ ପାନାସୋନିକ୍ କର୍ପୋରେସନ ଆପ୍ଲାଏନ୍ସ କମ୍ପାନ୍ରୀ ଉପ ସଭାପତି, ଶ୍ରୀଯୁକ୍ତ ମନିଷ ଶର୍ମା, କହିଛନ୍ତିଯେ, “ଭାରତ ଆମ ପାଇଁ ଏକ ଗୁରୁତ୍ୱପୂର୍ଣ୍ଣ ବଜାର, ଯାହା କେବଳ ଉପକରଣ ନିର୍ମାଣ ପାଇଁ ନୁହେଁ ବରଂ ନୂତନ ଉଦ୍ଭାବନ ତଥା ରତ୍ପାନୀ ପାଇଁ ମଧ୍ୟ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଥାଏ ।” ଶ୍ରୀଯୁକ୍ତ ହିଡେନୋରୀ ଆସୋ, ପରିଚାଳନା ନିର୍ଦ୍ଦେଶକ, ପାନାସୋନିକ୍ ଆପ୍ଲାଏନ୍ସ ଇଣ୍ଡିଆ କମ୍ପାନୀ ଲିଃ. କହିଛନ୍ତିଯେ, “ଏହା ପାନାସୋନିକ୍ ପାଇଁ ଏକ ଗର୍ବର ବିଷୟ ଯେ, ଆମେ ବିଶ୍ୱସ୍ତରରେ ଏହାର ୧୦୦ତମ ଦିବସକୁ ପାଳନ କରି ଏହି ଅବସରରେ ରାଇସ୍ କୁକରର ମଧ୍ୟ ଶୁଭାରମ୍ଭ କରିଛୁ । ବର୍ତ୍ତମାନ ପାନାସୋନିକ୍ ଏହାର ଉତ୍ପାଦଗୁଡ଼ିକୁ ଜାପାନ ସମେତ ୪୪ଟି ଦେଶକୁ ରତ୍ପାନୀ କରୁଛି । ଆଗାମୀ ଦିନମାନଙ୍କରେ ଏହା ୟୁକେ, ଫ୍ରାନ୍ସ, ଅଷ୍ଟ୍ରେଲିଆ ଓ ନ୍ୟୁଜ୍ଲ୍ୟାଣ୍ଡ ଭଳି ବିଶ୍ୱର ପ୍ରମୂଖ ଦେଶମାନଙ୍କୁ ମଧ୍ୟ ଏହାର ଉପକରଣ ରତ୍ପାନୀ କରିବାର ଯୋଜନା ରହିଛି ।”


Share It

Comments are closed.