ପାନାସୋନିକ୍ ପକ୍ଷରୁ ରତିଛତ୍ର ସ୍କଲାରସିପର ବିଜେତା ଘୋଷଣା


ପାନାସୋନିକ୍ ପକ୍ଷରୁ ଏହାର ବାର୍ଷିକ ସ୍କଲାରସିପ୍ କାର୍ଯ୍ୟକ୍ରମ ରତିଛତ୍ରର ବିଜେତାଙ୍କ ନାମ ଘୋଷଣା କରାଯାଇଛି । ଦେଶର ଆଇଆଇଟିଗୁଡ଼ିକରେ ପାଠପଢ଼ୁଥିବା ଛାତ୍ରଛାତ୍ରୀମାନଙ୍କୁ ଏହି ସ୍କଲାରସିପ୍ ପ୍ରଦାନ କରାଯାଉଛି । ଲୀଲା ହୋଟେଲ୍ରେ ଆୟୋଜିତ ଏକ କାର୍ଯ୍ୟକ୍ରମରେ ନିତି ଆୟୋଗ ସିଇଓ ଶ୍ରୀଯୁକ୍ତ ଅମିତାଭ କାନ୍ତ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିଲେ । ସେହି କାର୍ଯ୍ୟକ୍ରମରେ ଚଳିତ ସଂସ୍କରଣରେ ୩୦ ଜଣ ଛାତ୍ରଛାତ୍ରୀଙ୍କୁ ସ୍କଲାରସିପ୍ ପ୍ରଦାନ କରିବା ପାଇଁ ଚୟନ କରାଯାଇଛି ।
୨୦୧୮ ରତିଛତ୍ର ସ୍କଲାରସିପ୍ ପାଇଁ ୧୯୪ଟି ଆବେଦନ ଆସିଥିଲା ଏବଂ ୧୧୮ଟି ଆବେଦନକୁ ସର୍ଟଲିଷ୍ଟ କରାଯାଇଥିଲା । ସେମାନଙ୍କ ମଧ୍ୟରୁ ଦେଶର ୧୫ଟି ଆଇଆଇଟିର ୩୦ ଜଣ ଛାତ୍ରଛାତ୍ରୀଙ୍କୁ ଚୟନ କରାଯାଇଛି । କଠୋର ସ୍କ୍ରିନିଂ ଓ ସାକ୍ଷାତକାର ପରୀକ୍ଷା ଜରିଆରେ ସେମାନଙ୍କୁ ଚୟନ କରାଯାଇଛି ।
ଏହି ଅବସରରେ ଶ୍ରୀଯୁକ୍ତ ମନିଷ ଶର୍ମା, ସଭାପତି ଓ ସିଇଓ, ପାନାସୋନିକ୍ ଇଣ୍ଡିଆ ଆଣ୍ଡ ସାଉଥ ଏସିଆ, କହିଛନ୍ତିଯେ, “ଆଇଆଇଟି ଏକ ପ୍ଲାଟଫର୍ମ ଯେଉଁଠାରେ ଯୁବ ଭାରତୀୟ ଶିକ୍ଷା ଓ ଉକ୍ରର୍ଷ ହାସଲ କରୁଛନ୍ତି ଓ ଏଠାରେ ଭବିଷ୍ୟତର ନେତୃତ୍ୱଙ୍କୁ ସମୃଦ୍ଧ କରାଯାଉଛି । ପାନାସୋନିକ୍ ଇଣ୍ଡିଆରେ ଆମେ ଶିକ୍ଷାର ମହତ୍ୱକୁ ବୁଝିଛୁ ଓ ପ୍ରତିଭାବାନ ଛାତ୍ରଛାତୀଙ୍କୁ ସେମାନଙ୍କ ପରିସୀମା ଅତିକ୍ରମ କରିବା ଓ ନିଜ କାମର ଛାପ ଛାଡ଼ିବା ପାଇଁ ସ୍କଲାରସିପ୍ ପ୍ରଦାନ କରିବାର ଆବଶ୍ୟକତାକୁ ବୁଝିଛୁ । ଦେଶରେ ଏହା ଉଚ୍ଚ ଦକ୍ଷତା ତାଲିମର ଆବଶ୍ୟକତା ରହିଛି । ଆମେ ଆଶା କରୁଛୁଯେ ଆମର ଏହି ଉଦ୍ୟମ ଦ୍ୱାରା ଛାତ୍ରଛାତ୍ରୀମାନେ ଲାଭବାନ ହେବେ ଓ ଆମର ଅର୍ଥନୀତି ପାଇଁ ସମ୍ପତି ଭାବେ ଉଭା ହେବେ । ଆମେ ବିଜେତାମାନଙ୍କୁ ଅଭିନନ୍ଦନ ଜଣାଉଛୁ ।’’
ରିତୁ ଘୋଷ, ମୁଖ୍ୟ, କର୍ପୋରେଟ୍ ବ୍ୟାପାର ଓ ସିଏସ୍ଆର୍, ପାନାସୋନିକ୍ ଇଣ୍ଡିଆ କହିଛନ୍ତିଯେ, “ଯୁବ ମସ୍ତିସ୍କକୁ ସମୃଦ୍ଧ କରିବା ପାଇଁ ଆମେ ୩୦ ଯୋଗ୍ୟ ପ୍ରାର୍ଥୀଙ୍କୁ ସ୍କଲାରସିପ୍ ପ୍ରଦାନ କରିଛୁ । ଆଗାମୀ ଦିନରେ ବିଭିନ୍ନ ପ୍ରକାର କର୍ପୋରେଟ୍ ସାମାଜିକ ଦାୟିତ୍ୱବୋଧ କାର୍ଯ୍ୟକ୍ରମ ଜରିଆରେ ସମାଜର ସେବା ଜାରି ରଖିବାକୁ ଆମେ ପ୍ରତିଶ୍ରୁତିବଦ୍ଧ ।’’
ଶ୍ରୀଯୁକ୍ତ ଅମିତାଭ କାନ୍ତ, ସିିଇଓ, ନିତି ଆୟୋଗ କରିଛନ୍ତି ଯେ, “ପୁଣି ଥରେ ଏହି ପ୍ରତିଭାବାନ୍ ଯୁବବର୍ଗଙ୍କୁ ଦେଖି ମୋତେ ବହୁତ ଖୁସି ଲାଗୁଛି ଯେଉଁମାନେ ପାନାସୋନିକ୍ ଇଣ୍ଡିଆର ସହାୟତାରେ ଓ କଠିନ ପରିଶ୍ରମ ଜରିଆରେ ଜୀବନର ମାଇଲଖୁଣ୍ଟ ହାସଲ କରିଛନ୍ତି । ଛାତ୍ରଛାତ୍ରୀମାନେ ନିଜର ପୂର୍ଣ୍ଣ କ୍ଷମତାକୁ ଉପଭୋଗ କରିବା ପାଇଁ ରତିଛତ୍ର ସ୍କଲାରସିପ୍ ହେଉଛି ଏକ ଉପଯୁକ୍ତ ମଞ୍ଚ ।’’


Share It

Comments are closed.