ଶରୀର ପାଇଁ କ୍ଷତିକାରକ ହୋଇପାରେ ମାତ୍ରାଧିକ ଜଳପାନ


ଜଳ ଆମପାଇଁ ଅତ୍ୟନ୍ତ ଦରକାରୀ ଅଟେ । କିନ୍ତୁ ଯଦି ଆପଣ ଶୋଷ ଲାଗୁନଥିଲେ ମଧ୍ୟ ପାଣି ପିଉଛନ୍ତି ତେବେ ସେ ଅଭ୍ୟାସକୁ ଛାଡ଼ିଦିଅନ୍ତୁ । ଯେତେବେଳେ ଆପଣଙ୍କୁ ଶୋଷ ଲାଗେ ସେତେବେଳେ ଆପଣଙ୍କ ଶରୀରକୁ ଆବଶ୍ୟକ ପରିମାଣର ଜଳ ମିଳିଯାଇଥାଏ । ମାତ୍ର ଶୋଷ ଲାଗୁନଥିବା ସମୟରେ ଜଳପାନ ଦ୍ୱାରା ଆମ ଶରୀରରେ ଥିବା ଇଲେକ୍ଟ୍ରୋଲାଇଟସ ର ଅସନ୍ତୁଳନ ଦେଖାଯାଏ ।
ଅଧିକ ହାଇଡ୍ରେସନ ଯୋଗୁଁ ଶରୀରରେ ଉପସ୍ଥିତ ଇଲେକ୍ଟ୍ରୋଲାଇଟସ ଯଥା ପୋଟାସିୟମ,ସୋଡ଼ିୟମ ଏବଂ ମ୍ୟାଗ୍ନେସିୟମ ଆଦିର ସନ୍ତୁଳନ ବିଗିଡ଼ିଯାଏ । ଏହିସବୁ ହିଁ ଆମର କିଡନୀ ଠାରୁ ଆରମ୍ଭ କରି ହାର୍ଟ୍ସ ପର୍ଯ୍ୟନ୍ତ ପ୍ରତ୍ୟେକ ଜିନିଷର ସଞ୍ଚାଳନ କରିଥାଏ । ଏମିତିରେ ଯଦି ଆପଣ ଅଧିକ ପାଣି ପିଅନ୍ତି ତେବେ ଶରୀରରେ ଏଗୁଡ଼ିକର ସନ୍ତୁଳନ ବିଗିଡ଼ିପାରେ ଏବଂ ଆପଣଙ୍କ ଶରୀର ମଧ୍ୟ ଠିକ ଭାବାର କାମ କରିବା ବନ୍ଦ କରିଦେଇଥାଏ ।ତେଣୁ ଯଦି ଆପଣ ଅଧିକ ଶାରିରୀକ ପରିଶ୍ରମ କରୁଛନ୍ତି କିମ୍ବା ଗରମ ମୌସମରେ ଅଧିକ କାମ କରୁଛନ୍ତି ତେବେ ଅଧିକ ପାଣି ପିଇବା ଅତ୍ୟନ୍ତ ଜରୁରୀ ଅଟେ , ନଚେତ୍ ଆପଣ ନିଜର ଶୋଷ ଅୁନୁଯାୟୀ ପାଣି ପିଇବା ଉଚିତ ।
ଆପଣ ଜାଣିରଖିବା ଉଚିତ ଯଦି ଆପଣଙ୍କ ମୂତ୍ରର ରଙ୍ଗ ହଳଦିଆ ହୋଇଥାଏ ତେବେ ଏହା ଡିହାଇଡ୍ରେସନର ଲକ୍ଷଣ ଅଟେ ।କିନ୍ତୁ ଏହାର ଅର୍ଥ ନୁହେଁଯେ ଆପଣ ଏତେ ମାତ୍ରରେ ପାଣି ପିଅନ୍ତୁ ଯେପରିକି ଆପଣଙ୍କ ମୂତ୍ରର ରଙ୍ଗ ଧଲା ହୋଇଯାଏ । ହାଇଡ୍ରେସନର ଉତ୍ତମ ସ୍ତର ସେତେବେଳେ ହୋଇଥାଏ ଯେତେବେଳେ ଆପଣଙ୍କ ମୂତ୍ରର ରଙ୍ଗ ସାମାନ୍ୟ ହଳଦିଆ ରହିଥାଏ । ଯଦି ଆପଣଙ୍କ ମୂତ୍ରର ରଙ୍ଗ ଅଧିକ ହଳଦିଆ ହୋଇଥାଏ ତେବେ ଆପଣ ଅଧିକ ହାଇଡ୍ରେଟ ଅଛନ୍ତି ଅର୍ଥାତ ଆପଣ ନିଜର ପାଣି ପିଇବାର ମାତ୍ରକୁ କମାଇବା ଦରକାର ।
ନ୍ୟୁ ଟୁଡେ ମେଡିକାଲ ଅନୁଯାୟୀ ,ଅଧିକତର ଲୋକ ୨୪ଘଣ୍ଟାରେ ସାତ ରୁ ଆଠ ଥର ମୂତ୍ରତ୍ୟାଗ କରନ୍ତି ।ଯଦି ଆପଣ ବାରମ୍ବାର ମୂତ୍ରତ୍ୟାଗ କରୁଛନ୍ତି ଏବଂ ରାତିରେ ମଧ୍ୟ ଉଠିକରି ମୂତ୍ରତ୍ୟାଗ କରୁଛନ୍ତି ତେବେ ଏହାର ଅର୍ଥ ଆପଣ ଆବଶ୍ୟକତା ଠାରୁ ଅଧିକ ମାତ୍ରାରେ ପାଣି ପିଉଛନ୍ତି । ଏମିତିରେ ଏହାର ଅଲଗା କାରଣ ଯେମିତିକି ମୂତ୍ରନଳୀରେ ସଂକ୍ରମଣ, ଡାଇବେଟିସ୍ ଏବଂ ପ୍ରୋଷ୍ଟେଟ ସମସ୍ୟା ମଧ୍ୟ ହୋଇପାରେ ।
ଅଧକ ପାଣି ପିଇବା ଦ୍ୱାରା ହାତ,ଗୋଡ଼ ଏବଂ ଓଠ ରେ ଫୁଲା ବାହାରି ପଡ଼େ । ଅଶଲ ଭାବରେ କହିବାକୁ ଗଲେ ଅଧିକ ପାଣି ପିଇବା ଦ୍ୱାରା ରକ୍ତରେ ସୋଡ଼ିୟମର ମାତ୍ରା କମିଯାଇଥାଏ ଯାହାକି ଶରୀର ପାଇଁ କ୍ଷତିକାରକ ଅଟେ ।


Share It

Comments are closed.