ଲାଡେନଙ୍କ ପାଇଁ ଏବେ ପର୍ଯ୍ୟନ୍ତ ଝୁରୁଛନ୍ତି ତାଙ୍କ ମା’


ଆମେରିକାରେ ହୋଇଥିବା ୯/୧୧ ଘଟଣାକୁ ୧୭ ବର୍ଷ ପୂରି ସାରିଛି । ଏହି ଘଟଣାର ମାଷ୍ଟରମାଇଣ୍ଡ ଓସାମାବିନ ଲାଡେନକୁ ବି ମଧ୍ୟ ଆମେରିକା ସୈନ୍ୟ ନିହତ କରିସାରିଥିବା ବେଳେ ବର୍ତ୍ତମାନ ପ୍ରଥମଥର ପାଇଁ ଲାଡେନର ମା ସାମନାକୁ ଆସି ନିଜ ପୁଅ ସଂପର୍କରେ ପ୍ରତିକ୍ରିୟା ରଖିଛନ୍ତି । ସେ ନିଜ ପୁଅ ସଂପର୍କରେ ଏମିତି ସବୁ ତଥ୍ୟ ପ୍ରଘଟ କରାଇଛନ୍ତି, ଯାହାକୁ ଶୁଣିଲେ ଆପଣଙ୍କ ହୋସ ଉଡିଯିବ ।
ଏହି କାରଣ ପାଇଁ ଆତଙ୍କବାଦୀ ହୋଇଥିଲା ଲାଡେନ
ମା’ ଆଲିଆ ଘାନେମ ପ୍ରଥମ ଥର ପାଇଁ ଏକ ଇଂରାଜି ସମ୍ବାଦପତ୍ର ‘ଦ ଗାର୍ଡିୟନ’ମାଧ୍ୟମରେ ନିଜ ପ୍ରଥମ ପୁଅ ଓସାମାବିନ ଲାଡେନ ସଂପର୍କରେ ନିଜ ପ୍ରତିକ୍ରିୟା ରଖିଛନ୍ତି । ସେ କହିଛନ୍ତି ଲାଡେନ ଛୋଟବେଳେ ବହୁତ ଭଲ ପିଲା ଥିବା ସହ ଲାଜକୁରା ଏବଂ ନିରିହ ମଧ୍ୟ ଥିଲା । କିନ୍ତୁ କଲେଜରେ ପଢିବା ସମୟରେ ଲାଡେନର ସାକ୍ଷାତ ଏପରି ଲୋକମାନଙ୍କ ସହ ହୋଇଥିଲା ଯିଏକି ଲାଡେନର ପଥଭ୍ରଷ୍ଟ କରାଇ ତାକୁ ଆତଙ୍କବାଦୀ ବନାଇ ଦେଇଥିଲେ ।

 କିପରି ଆତଙ୍କବାଦୀ ହୋଇଥିଲା ଲାଡେନ
ଲାଡେନ ଯେତେବେଳେ ୨୦ ବର୍ଷିୟ ହୋଇଥିଲେ ସେତେବେଳେ ସେ ଜେଡାର କିଙ୍ଗ ଅବଦୁଲ୍ଲାଜୀ ବିଶ୍ୱ ବିଦ୍ୟାଳୟରେ ନାମ ଲେଖାଇଥିଲେ । ସେଠାରେ ତା’ର ସାକ୍ଷାତ କୁଖ୍ୟାତ ସଂଗଠନ ମୁସଲିମ ବ୍ରଦରହୁଡ ସହିତ ହୋଇଥିଲା । ମା’ଙ୍କ କହିବା ଅନୁଯାୟୀ, କଲେଜରେ ପାଠ ପଢିବା ସମୟରେ ଲାଡେନର ସାକ୍ଷାତ ଅବଦୁଲ୍ଲା ଆଜାମ ନାମକ ଏକ ଯୁବକଙ୍କ ସହ ହୋଇଥିଲା । ଯିଏକି ଏହି ମୁସଲିମ ବ୍ରଦରହୁଡ ସଙ୍ଗଠନର ସଦସ୍ୟ ଥିଲେ । ସେହି ଯୁବକ ଜଣକ ମୋ ନିରିହ ପିଲାକୁ କଟରପନ୍ଥୀ ବନାଇ ଦେବା ସହ ତାର ଚିନ୍ତାଧାରକୁ ସମ୍ପୂର୍ଣ୍ଣ ରୂପେ ବଦଳାଇ ଦେଇଥିଲେ ।
ଲାଡେନର ଧର୍ମଗୁରୁ ଓରଫ ଅବଦୁଲ୍ଲା ଆଜାମ
ମୁଁ ଲାଡେନକୁ ଏହି ଭଳି ଲୋକଙ୍କ ଠାରୁ ଦୂରେଇ ରହିବା ପାଇଁ ତାକୁ ସବୁବେଳେ ବାରଣ କରୁଥିଲେ । ତାକୁ ଏହା ମଧ୍ୟ କହିଥିଲି ଯେ, ଏହି ଭଳି ଖଳ ଲୋକଙ୍କର କାମ ହେଉଛି ଯୁବକମାନଙ୍କର ପଥ ଭ୍ରଷ୍ଟ କରାଇବା ଯେଉଁଥିପାଇଁ ସେମାନଙ୍କୁ ଟଙ୍କା ମଧ୍ୟ ମିଳିଥାଏ । କିନ୍ତୁ ଲାଡେନ ତା ପ୍ରତି ଏତେ ମାତ୍ରାରେ ପ୍ରଭାବିତ ହୋଇଥିଲା ଯେ ତାକୁ ନିଜର ଧର୍ମ ଗୁରୁ ବୋଲି ବିବେଚନା କରୁଥିଲା ।
‘ଜିହାଦି ଲାଡେନ’ ସଂପର୍କରେ ଜାଣିବା ପରେ ବହୁତ ଦୁଃଖ ଲାଗିଥିଲା
ପ୍ରଥମେ ପ୍ରଥମେ ଲାଡେନ ତରଫରୁ ମିଳୁଥିବା ସମସ୍ତ ଜିନିଷ ମୋତେ ବହୁତ ଭଲ ଲାଗୁଥିଲା । ମୁଁ ଏହା ଭାବୁଥିଲି ତା’ର ଆରବ ସରକାରଙ୍କ ସହିତ ବହୁତ ଭଳ ସଂପର୍କ ଅଛି ବୋଲି କିନ୍ତୁ ମୁଁ ଏହା ଜାଣି ନଥିଲେ ଯେ ସେ ଜିହାଦି ହୋଇଯାଇଛି ବୋଲି । ଲାଡେନ ୮୦ ଦଶକ ଆରମ୍ଭରୁ ସେ ଆଫଗାନିସ୍ଥାନ ଚାଲିଯାଇଥିଲା । ସେ ସେଠାରେ ରୁଷ ବିରୋଧରେ ଲଢେଉ କରିବା ପାଇଁ ଯାଇଥିଲା । କିନ୍ତୁ ଯେତେବେଳେ ଆମେ ଏହା ଜାଣିଲୁ ଯେ ସେ ଜିହାଦ ହୋଇଯାଇଛି ବୋଲି ଏହା ଶୁଣି ପରିବାରର ସମସ୍ତ ସଦସ୍ୟ ଦୁଃଖରେ ଭାଙ୍ଗିପଡିଥିଲେ । ଏକ କ୍ଷଣୀକ ମଧ୍ୟରେ ଆମ ସୁନାର ସଂସାର ଭାଙ୍ଗି ପଡିଲା ।

୯/୧୧ ଘଟଣାର ମାଷ୍ଟରମାଇଣ୍ଡ
ମା’ ଆଲିଆ କହିଥିଲେ ଯେ, ସବୁ ପିଲାଙ୍କ ପରି ସେ ମଧ୍ୟ ନିଜ ମାକୁ ବହୁତ ଭଲ ପାଉଥିଲା । ଯେଉଁଥିପାଇଁ ସେ କ’ଣ କରୁଛି ଏବଂ କ’ଣ କରୁ ନାହିଁ ସେ କାହାରିକୁ ଏହା ସଂପର୍କରେ ଜଣାଉନଥିଲା । ଲାଡେନର ସାବତ ଭାଇ କହିଥିଲା ଯେ, “୯/୧୧ ଘଟଣାର ମାତ୍ର ୪୮ ଘଣ୍ଟାରେ ହିଁ ଆମେ ଜାଣିଯାଇଥିଲୁ ଯେ ଏହା ପଛରେ ମୋ ବଡ ଭାଇ ଲାଡେନର ହାତ ଅଛି ବୋଲି । ଯେଉଁଥିପାଇଁ ମୋତେ ନିଜକୁ ତାର ଭାଇ ବୋଲି କହିବା ପାଇଁ ଲଜ୍ଜା ଲାଗୁଥିଲା । କିନ୍ତୁ ଏହି ଘଟଣାର ମାଷ୍ଟରମାଇଣ୍ଡ ଭାଇ ବୋଲି ବର୍ତ୍ତମାନ ପର୍ଯ୍ୟନ୍ତ ମା’ ବିଶ୍ୱାସ କରୁନାହାନ୍ତି । ”
ପ୍ରକାଶ ଥାଉକି, ମା’ ଆଲିଆ ଲାଡେନକୁ ଜନ୍ମ ହେବା ପରେ ତାଙ୍କ ସ୍ୱାମୀଙ୍କୁ ଛାଡପତ୍ର ଦେଇଥିଲେ । ଏହା ପରେ ଆଲିଆ ଦ୍ୱିତୀୟ ବିବାହ କରିଦେଇଥିଲେ । କିନ୍ତୁ ବର୍ତ୍ତମାନ ପର୍ଯ୍ୟନ୍ତ ମା ଆଲିଆ ତାଙ୍କର ପ୍ରଥମ ନିରିହ ଏବଂ ଲାଜକୁରା ପୁଅ ଲାଡେନକୁ ସେହିଭଳି ଭଲ ପାଉଛନ୍ତି ଯେପରି ପୂର୍ବରୁ କରୁଥିଲେ ।


Share It

Comments are closed.