ଆଜିର ଦିନରେ ହିଁ ରୋହିତ ଲଗାଇଥିଲେ ନିଜ କ୍ୟାରିୟର ପ୍ରଥମ ଦ୍ୱି ଶତକ


ଷ୍ଟାଡିୟମ.. ବେଙ୍ଗାଲୁରର ଚିନ୍ନାସ୍ୱାମୀ ଷ୍ଟାଡିୟମ, ୨ ନଭେମ୍ବର ୨୦୧୩ ଅର୍ଥାତ ଆଜିର ହିଁ ଦିନରେ ଦୁନିଆର ସବୁଠାରୁ ବିସ୍ପୋଟକ ବ୍ୟାଟ୍ସମ୍ୟାନ ବୋଲାଉଥିବା ରୋହିତ ଶର୍ମାଙ୍କର ଅଲଗା ଅବତାର ଦେଖିବାକୁ ମିଳିଥିଲା । ୫ ବର୍ଷ ପୂର୍ବେ ଆଜିର ହିଁ ଦିନରେ ରୋହିତ ଶର୍ମା ନିଜ କ୍ୟାରିୟର ପ୍ରଥମ ଦ୍ୱି ଶତକ ଲଗାଇଥିଲେ । ଆଜିର ହିଁ ଦିନରେ ରୋହିତ ଅଷ୍ଟ୍ରେଲିଆ ବିପକ୍ଷରେ ୧୨ଟି ଚୌକା ଏବଂ ୧୬ଟି ଛକା ମାରି ୨୦୯ ରନ ବ୍ୟକ୍ତିଗତ ସ୍କୋର କରିଥିଲେ ।
ସଚିନ, ସେହୱାଗଙ୍କ ପରେ ରୋହିତ ହେଉଛନ୍ତି ତୃତୀୟ ଭାରତୀୟ ଖେଳାଳୀ ଯିିଏକି ଦ୍ୱିଶତକ ଲଗାଇଛନ୍ତି । ସବୁଠାରୁ ମୁଖ୍ୟ କଥା ହେଲା ରୋହିତଙ୍କ ଏହି ଦ୍ୱି ଶତକ ସଚିନ ଏବଂ ସେହୱାଗଙ୍କ ଠାରୁ ସମ୍ପୂର୍ଣ୍ଣ ଭିନ୍ନ ଥିଲା । ରୋହିତ ପ୍ରଥମେ ଏହି ମ୍ୟାଚରେ ନିଜର ଅର୍ଦ୍ଦଶତକ ୭୧ଟି ବଲ ଖେଳି ପୂରା କରିଥିଲେ ଏବଂ ଏହା ପରେ ଆଉ ୫୦ ରନ ପୂରଣ କରିବାକୁ ତାଙ୍କୁ ଆଉ ୭୩ଟି ବଲ ଖେଳିବାକୁ ପଡିଥିଲା କିନ୍ତୁ ଏହା ପରେ ଖେଳ ସମ୍ପୂର୍ଣ୍ଣ ବଦଳିଯାଇଥିଲା ଯେଉଁଥିରେକି ରୋହିତ ମାତ୍ର ୪୪ଟି ବଲ ଖେଳି ଆଉ ୧୦୯ ରନ ହାସଲ କରିଥିଲେ ।
ଏହା ପରେ ଭାରତ, ଅଷ୍ଟ୍ରେଲିଆ ସାମନାରେ ୩୮୩ ରନର ଏକ ବିଶାଳ ସ୍କୋର ଠିଆ କରିଥିଲା । ଏହି ମ୍ୟାଚଟି ବହୁତ ସଂଘର୍ଷପୂର୍ଣ୍ଣ ହୋଇଥିଲା କିନ୍ତୁ ବିପକ୍ଷୀ ଅଷ୍ଟ୍ରେଲିଆ ଏହାକୁ ପୂରଣ କରିବାରେ ଅସଫଳ ରହିଲା, ଯାହା ଫଳରେ ଭାରତ ଏହି ମ୍ୟାଚଟିକୁ ଜିତି ୪-୩ରେ ସିିରିଜ କବଜା କରିନେଇଥିଲା ।
ବର୍ଷ ୨୦୧୪ ଏବଂ ୨୦୧୭ରେ ରୋହିତଙ୍କ ବ୍ୟାଟ ପୁଣି ସେହିଭଳି ଚାଲିଥିଲା, ଯାହାଫଳରେ ସେ ଶ୍ରୀଲଙ୍କା ବିପକ୍ଷରେ ୨୦୧୪ରେ ୨୬୪ରନର ବିଶାଳ ବ୍ୟକ୍ତିଗତ ସ୍କୋର କରିଥିବାବେଳେ ୨୦୧୭ରେ ପୁଣି ଥରେ ଶ୍ରାଲଙ୍କା ଏକ ଦ୍ୱି ଶତକ ଲଗାଇଥିଲେ । ରୋହିତ ଆନ୍ତର୍ଜାତିକ କ୍ୟାରିୟରେ ୩ଥର ଦ୍ୱି ଶତକ ଲଗାଇଥିବା ବିଶ୍ୱର ପ୍ରଥମ ବ୍ୟାଟ୍ସମ୍ୟାନ ଅଟନ୍ତି । ଏହା ସହ ସବୁଠାରୁ ଖାସ କଥା ଏହା ଆଜିର ହିଁ ଦିନରେ ରୋହିତଙ୍କ ବିବାହ ମଧ୍ୟ ହୋଇଥିଲା ।
ଏହା ସହ ସବୁଠାରୁ ବଡ କଥା ଏହା ହେଲା ସେ ଚଳିତ ୱେଷ୍ଟଇଣ୍ଡିଜ ବିପକ୍ଷରେ ଚାଲିଥିବା ଦିନିକିଆ ସିରିଜ ଆଫ୍ରିଦିଙ୍କ ରେକର୍ଡ ଭାଙ୍ଗି ବିଶ୍ୱର ସବୁଠାରୁ ଦ୍ରୁତତ୍ତମ ଛକା ମାରିବାର ରେକର୍ଡ ମଧ୍ୟ ହାସଲ କରିଛନ୍ତି । କେବଳ ଏତିକି ରୋହିତ ବଡ ଇଂନିସ ଖେଳିବାରେ ବହୁତ ମାହିର ଅଟନ୍ତି ଏହା ସହ ବିଶ୍ୱର ପ୍ରଥମ ବ୍ୟାଟ୍ସମ୍ୟାନ ଯିଏକି ୭ଥର ୧୫୦ରୁ ଅଧିକ ବ୍ୟକ୍ତିଗତ ସ୍କୋର କରିଛନ୍ତି ।


Share It

Comments are closed.