ସ୍ୱାଧିନତା ଦିବସ ଅବସରରେ ଫ୍ଲିପକାର୍ଟ ପକ୍ଷରୁ ‘ଫ୍ଲିପକାର୍ଟ ପ୍ଲସ୍’ର ଶୁଭାରମ୍ଭ


ଭାରତର ବୃହତ ଇକମର୍ସ ବଜାର, ଫ୍ଲିପକାର୍ଟ ପକ୍ଷରୁ ଚଳିତ ସ୍ୱାଧିନତା ଦିବସ ଅବସରରେ ‘ଫ୍ଲିପକାର୍ଟ ପ୍ଲସ୍’ର ଶୁଭାରମ୍ଭ ଘୋଷଣା କରାଯାଇଛି, ଯାହାକି ଭାରତୀୟ ଗ୍ରାହକମାନଙ୍କୁ ଅଧିକ ଉତ୍ସାହିତ କରିବ । ଫ୍ଲିପକାର୍ଟ ପ୍ଲସ୍ ହେଉଛି ଏକ ଲାଭଦାୟକ କାର୍ଯ୍ୟକ୍ରମ ଯାହାକି ଭାରତର ସମସ୍ତ ଗ୍ରାହକଙ୍କ ନିକଟରେ ଏହାର ସମସ୍ତ ସ୍ୱତନ୍ତ୍ର ସୁବିଧା ସହିତ ପହଞ୍ଚିବାକୁ ଳକ୍ଷ୍ୟ ରଖିଛି, ଯେପରିକି ବିନା ମୂଲ୍ୟରେ ମେମ୍ବରସିପ୍ ଏବଂ ରିୱାର୍ଡ଼ ଉପରେ ବିସ୍ତୃତ ରେଞ୍ଜର ପସନ୍ଦ ଅନ୍ତର୍ଭୂକ୍ତ ।

ଉକ୍ତ କାର୍ଯ୍ୟକ୍ରମ ଗ୍ରାହକ ମାନଙ୍କୁ ସମସ୍ତ ଦିଗରୁ ଏକ ଉତ୍କୃଷ୍ଟ ମାନର ଅନୁଭୂତି ପ୍ରଦାନ କରିବା ସହିତ ସମ୍ପୂର୍ଣ୍ଣ ମାଗଣା ଓ ଦୃତ ଡ଼େଲିଭରୀ ପ୍ରଦାନ କରିବ ଏବଂ ବିଗ୍ ଫେଷ୍ଟିବ୍ ସିଜିନ୍ ସେଲ୍ସ ଭଳି ପ୍ରମୂଖ ସେଲ୍ ଇଭେଣ୍ଟମାନଙ୍କୁ ଶୀଘ୍ର ପରିଚାଳନା କରିବାରେ ଗ୍ରାହକମାନଙ୍କୁ ସହାୟକ ହେବ । ଏଥି ସହିତ ଏହାର ଶୁଭାରମ୍ଭ ପରେ ସମସ୍ତ ଫ୍ଲିପକାର୍ଟ ଗ୍ରାହକମାନେ ପ୍ରତ୍ୟେକ ଅର୍ଡ଼ରରେ ‘ପ୍ଲସ୍ କଏନ୍’ ଜିତିବା ଆରମ୍ଭ ହେବ – ଏହା ହେଉଛି ଗ୍ରାହକଙ୍କ ପାଇଁ ପ୍ରତ୍ୟେକ କ୍ରୟର ଯାତ୍ରାରେ ଅନେକ ସୁବିଧା ପାଇବା ପାଇଁ ଏକ ଚାବି ସଦୃଶ । ଯେତେବେଳେକି ଗ୍ରାହକ ରିୱାର୍ଡ଼ କାର୍ଯ୍ୟକ୍ରମ କମ୍ପାନୀର ପ୍ରମୁଖ ବ୍ୟବସାୟରେ ଲାଭ ପ୍ରଦାନ କରିଥାଏ, ସେତେବେଳେ ଫ୍ଲିପକାର୍ଟ ପ୍ଲସ ସହଯୋଗୀ ମାନଙ୍କ ଲାଭ ପାଇଁ ପ୍ରୟାସ କରିଥାଏ, ଯେଉଁଥିରୁ ଗ୍ରାହକମାନେ ମଧ୍ୟ ଚୟନ କରିପାରିବେ । ଏହାର ବିସ୍ତୃତ ପହଞ୍ଚ, ଅନ୍ତର୍ଦୁଷ୍ଟି ଏବଂ ବିଭିନ୍ନ ଗ୍ରାହକଙ୍କର ଆବଶ୍ୟକତାକୁ ପୂରଣ କରିବା ଡ଼ିଜାଇନ୍ ସହିତ ଫ୍ଲିପ୍କାର୍ଟ ପ୍ଲସ୍ ନିଜକୁ ଏହି ରିୱାର୍ଡ଼ ଉଦ୍ୟୋଗରେ ସୁପ୍ରତିଷ୍ଠିତ କରାଇପାରିଛି ଏବଂ ଭାରତରେ ଇକମର୍ସ ଉଦ୍ୟୋଗରେ ଏକ ଉତ୍ପ୍ରେରକର ସ୍ଥାନ ନେଇପାରିଛି ।

ଏହି ପରିପ୍ରେକ୍ଷୀରେ ଫ୍ଲିପକାର୍ଟର ମୂଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ, ଶ୍ରୀଯୁକ୍ତ କଲ୍ୟାଣ କ୍ରିଷ୍ଣମୂର୍ତ୍ତି କହିଛନ୍ତି ଯେ, “ ଫ୍ଲିପକାର୍ଟ ମାଧ୍ୟମରେ ଆମ୍ଭେମାନେ ଭାରତୀୟ ଗ୍ରାହକମାନଙ୍କୁ ବହୁତ ଭଲ ଭାବରେ ବୁଝିପାରିଛୁ ଏବଂ ସେମାନଙ୍କ ଅସୁବିଧାର ସମାଧାନ କରିଛୁ । ଏହାର ଅର୍ଥ ହେଉଛି ଆମ୍ଭେମାନେ ଯାହା କିଛି କରୁ ତାହା କେବଳ ସମାଜର କିଛି ନିର୍ଦ୍ଦିଷ୍ଟ ବିଭାଗ ପାଇଁ ସିମୀତ ନୁହେଁ ବରଂ ଏହା ଏକ ବିସ୍ତୃତ ଗ୍ରାହକଙ୍କ ପାଇଁ ଉଦ୍ଦିଷ୍ଟ । ଏହାକୁ ଦୃଷ୍ଟିରେ ରଖି ଆମ୍ଭେମାନେ ଭାରତର ସ୍ୱତନ୍ତ୍ର ଗ୍ରାହକ ସୁବିଧା କାର୍ଯ୍ୟକ୍ରମ, ଫ୍ଲିପକାର୍ଟ ପ୍ଲସର ଶୁଭାରମ୍ଭ କରିଛୁ ଏବଂ ଆମ୍ଭେମାନେ ଏହାକୁ ସ୍ୱାଧିନତା ଦିବସ ଅବସରରେ ଶୁଭାରମ୍ଭ କରିଥିବାରୁ ଅତ୍ୟନ୍ତ ଆନନ୍ଦିତ ।”


Share It

Comments are closed.