ଓଡ଼ିଶାର ପ୍ରଥମ ସ୍ୱାଧୀନ ଓଟିଟି ପ୍ଲାଟଫର୍ମ “ଆଓ ନେକ୍ସଟ’ରେ ବହୁ ପ୍ରତିକ୍ଷୀତ ମୌଳିକ ସିନେମା “କ୍ୟାପିଟାଲ୍ ଟକିଜ୍‌’ର ରିଲିଜ୍


ଭୁବନେଶ୍ୱର: ଓଡ଼ିଶାର ପ୍ରଥମ ସ୍ୱାଧୀନ ଓଟିଟି ପ୍ଲାଟଫର୍ମ “ଆଓ ନେକ୍ସଟ’ ପକ୍ଷରୁ ବୋକା କାଫେରେ ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ ଏହାର ପ୍ଲାଟଫର୍ମରେ ୩୦ ସେପ୍ଟେମ୍ବର ୨୦୨୨, ଶୁକ୍ରବାର ଦିନ ଆଓ ନେକ୍ସଟର ମୌଳିକ ସିନେମା “କ୍ୟାପିଟାଲ୍ ଟକିଜ୍‌’ ରିଲିଜ୍ ହେବ ବୋଲି ଘୋଷଣା କରାଯାଇଛି । ଏହା ହେଉଛି ଏକ ମନୋବୈଜ୍ଞାନିକ ଥ୍ରିଲର ସିନେମା ଯେଉଁଥିରେ ରହିଛି ଭୟ, ଲୋକ, ବାସ୍ନା, ପ୍ରତିଶୋଧ ଓ କ୍ରୋଧର ଭାବ । ବର୍ତମାନ ସମୟ ପାଇଁ କ୍ୟାପିଟାଲ୍ ଟକିଜ ଓଡ଼ିଆ ଭାଷାରେ ରିଲିଜ୍ ହେବ । ଏହି ସିନେମାର କଳାକାରମାନେ ହେଉଛନ୍ତି ଦୈତାରି ପଣ୍ଡା, ହର ରଥ ଓ ଲକ୍ଷ୍ୟ ଶର୍ମା ଏବଂ ଅନ୍ୟମାନେ । ଜଗଦ୍ଦୀଶ ମିଶ୍ର ଓ ଅର୍ପିତା ପଟ୍ଟନାୟକ ଦ୍ୱୟ ଏହାର ନିର୍ଦେଶନା ଦେଇଛନ୍ତି ।

ଯେଉଁଭଳି ଭାବେ ଏହି ସାଇକୋଲୋଜିକାଲ୍ ଥ୍ରିଲର ଫିଲ୍ମକୁ ତିଆରି କରାଯାଇଛି ତାହା ଦର୍ଶକଙ୍କ ପାଇଁ ଦେଖିବାକୁ ବେଶ ଉପଭୋଗ୍ୟ ରହିବ । ଓଲିଉଡ୍‌ରେ ଏଭଳି କଂଟେଂଟ ବିଶେଷ ପରିଚିତ ନଥିବା ବେଳେ ନିର୍ମାତାମାନେ ଏହାକୁ ତିଆରି କରିବାରେ ବହୁ ଉଦ୍ୟମ କରିଥିବାରୁ ଏହାକୁ ନେଇ ଉଚ୍ଚ ଆଶା ରହିଛି । ଘଟଣାକ୍ରମରେ ହଠାତ୍ ପରିବର୍ତନର ଏହି ପ୍ରଥମ ଧରଣର ଥ୍ରିଲର ସିନେମା ଦର୍ଶକମାନଙ୍କୁ ସାରା ଫିଲ୍ମରେ ସିଟ୍‌ରେ ବାନ୍ଧି ରଖିବ ।

ଏ ସମ୍ପର୍କରେ ଆଓ ନେକ୍ସଟ୍‌ର ପ୍ରତିଷ୍ଠାତା ଓ ସିଇଓ ଶ୍ରୀଯୁକ୍ତ କୌଶିକ ଦାସ କହିଛନ୍ତି ଯେ, “ଆଓ ନେକ୍ସଟ ବର୍ତମାନ ଅସଲି ଓଡ଼ିଆ ଭାଷାର କଂଟେଂଟ ତିଆରି କରୁଛି ଯାହା ମାସିକ ୩୯୯ ଟଙ୍କାରେ ଉପଲବ୍ଧ ହୋଇଛି । ଆମର ଲକ୍ଷ୍ୟ ହେଉଛି ବିଭିନ୍ନ ବର୍ଗରେ ବିଶ୍ୱସ୍ତରୀୟ ୱେବ ସିରିଜ୍‌, ଫିଚର ଫିଲ୍ମ ଓ ବୃତଚିତ୍ର ତିଆରି କରିବା ଯାହା ସାରା ବିଶ୍ୱରେ ରହୁଥିବା ୫୦ ନିୟୁତ ଓଡ଼ିଆଙ୍କୁ ସନ୍ତୁଷ୍ଟ କରିବ ଯେଉଁମାନେ ନିଜ ମାତୃଭାଷାରେ ଗୁଣାତ୍ମକ କଂଟେଂଟ ପାଇବାକୁ ବଂଚିତ ରହିଛନ୍ତି । ଆନ୍ତର୍ଜାତିକ ଦୃଶ୍ୟପଟ୍ଟରେ ହେଉଥିବା ପରିବର୍ତନ ଅନୁସାରେ ଆମେ ମନୋରଂଜନ କଂଟେଂଟ ତିଆରି କରିବାକୁ ଉଦ୍ୟମ କରୁଛୁ । ଅସଲି ଓଡ଼ିଆ କଂଟେଂଟ ସହ ଆପ୍ ବିକାଶ କରିବା ଲାଗି ଶ୍ରେଷ୍ଠ ପ୍ରଯୁକ୍ତି ବ୍ୟବହାର କରିଥିବା ଆମେ ଦାବି କରୁଛୁ, କିନ୍ତୁ ଆନ୍ତର୍ଜାତିକ ପ୍ଲାଟଫର୍ମରେ ପରିଣତ ହେବା ଲାଗି ଆହୁରି ବହୁ ଦୂର ଯିବାକୁ ହେବ ଯାହା ଖୁବଶୀଘ୍ର ସତରେ ପରିଣତ ହେବ ।’’


Share It

Comments are closed.