ଓଡିଶା ଷ୍ଟାର୍ଟଅପ୍ ଯାତ୍ରା ଏବଂ ଏକ୍ସପ୍ରେସ ‌ଦ୍ୱାରା ସଂଗ୍ରହ ହେଲାଣି ୨୩୦୦ରୁ ଉର୍ଦ୍ଧ୍ୱ ଆଇଡିଆ

Share It

ଭୁବନେଶ୍ୱର: ଓଡ଼ିଶା ସରକାରଙ୍କ ଦ୍ୱାରା ଆରମ୍ଭ ହୋଇଥିବା ଷ୍ଟାର୍ଟଅପ୍ ଯାତ୍ରା ଏବଂ ଏକ୍ସପ୍ରେସ୍ ଶନିବାର ଯାତ୍ରାର ୧୯ତମ ଦିବସରେ ୨୩୦୦ରୁ ଉର୍ଦ୍ଧ୍ବ ଆଇଡିଆ ସଂଗ୍ରହ କରିଛି । ଷ୍ଟାର୍ଟଅପ ଭ୍ୟାନ ଗୁଡ଼ିକ ରାଜ୍ୟର ୩ଟି ପ୍ରମୁଖ ଜିଲ୍ଲା କନ୍ଧମାଳ, ରାୟଗଡା ଏବଂ କେନ୍ଦୁଝର ପହଁଂଚି ଷ୍ଟାର୍ଟଅପ୍ ଆଇଡିଆ ସଂଗ୍ରହ କରିଛି । ଏହି ଯାତ୍ରା ଅର୍ନ୍ତଗତ ଭ୍ୟାନ ଗୁଡିକ ସମୁଦାୟ ୭ଟି କଲେଜ ଏବଂ ୩ଟି ସ୍କୁଲ ଗସ୍ତ କରି ୬୭୩ ଜଣ ଛାତ୍ରୀଛାତ୍ରଙ୍କ ଠାରୁ ୫୪ଟି ଆଇଡିଆ ସଂଗ୍ରହ କରିଛି ।

ଆଜି ଏହି ଷ୍ଟାର୍ଟଅପ୍ ଯାତ୍ରା କନ୍ଧମାଳ ଜିଲ୍ଲାର କେବି ହିଷ୍ଟ(ଡିଗ୍ରୀ) କଲେଜ ଓ ପ୍ରମିଳା ଦେବୀ ଡିଗ୍ରୀ କଲେଜ ପରିଦର୍ଶନ କରିଛି। ଷ୍ଟାର୍ଟଅପ୍ ଯାତ୍ରା ଭ୍ୟାନଟି ରାୟଗଡ଼ା ଜିଲ୍ଲାର ରାୟଗଡ଼ା ସ୍ବୟଂଶାସିତ ମହାବିଦ୍ୟାଳୟ, ଆୟୁଷ ଡିଗ୍ରୀ କଲେଜ ଓ ଗୁଣପୁର ଡିଗ୍ରୀ କଲେଜ ପରିଦର୍ଶନ କରିଥିବା ବେଳେ କେନ୍ଦୁଝର ଜିଲ୍ଲାର ଖିରେତଙ୍ଗିରିସ୍ଥିତ ବିଶ୍ୱ ବିନାୟକ ଡିଗ୍ରୀ କଲେଜ ଓ ବ୍ରଜବନ୍ଧୁ ମହାବିଦ୍ୟାଳୟ ହରିଚନ୍ଦନପୁର ପରିଦର୍ଶନ କରିଛି।

ବର୍ତମାନସୁଦ୍ଧା ଷ୍ଟାର୍ଟଅପ୍ ଯାତ୍ରା ଏବଂ ଏକ୍ସପ୍ରେସ୍ ୧୬୯ଟି କଲେଜ୍ ଏବଂ ୬୦ଟି ବିଦ୍ୟାଳୟ ଗସ୍ତ କରିସାରିଥିବାବେଳେ ଏଥିରେ ୨୩,୦୪୩ ରୁ ଅଧିକ ବିଦ୍ୟାର୍ଥୀ ଅଂଶଗ୍ରହଣ କରିଛନ୍ତି ଏବଂ ୨୩୦୦ରୁ ଉର୍ଦ୍ଧ୍ୱ ଷ୍ଟାର୍ଟଅପ୍ ଆଇଡିଆ ସଂଗ୍ରହ ହୋଇପାରିଛି । ଏହା ୨୦୨୫ ସୁଦ୍ଧା ରାଜ୍ୟ ସରକାରଙ୍କ ୫୦୦୦ ଷ୍ଟାର୍ଟଅପ୍ ସୃଷ୍ଟି କରିବା ଲକ୍ଷ୍ୟ ପାଇଁ ଭିତିଭୂମି ତିଆରି କରିପାରିଛି ।

ଓଡ଼ିଶା ଷ୍ଟାର୍ଟଅପ୍ ଯାତ୍ରା ଓ ଏକ୍ସପ୍ରେସ୍ ଏହାର ଯାତ୍ରାକୁ ଆଗେଇ ନେଇ ଆସନ୍ତା ୧୦ ତାରିଖ (ମଙ୍ଗଳବାର) ଗଞ୍ଜାମ, କନ୍ଧମାଳ ଓ କେନ୍ଦୁଝର ଜିଲ୍ଲା ଗସ୍ତ କରି ଜିଲ୍ଲାସ୍ତରରେ ଉଦ୍ୟୋଗ ଓ ନବସୃଜନକୁ ପ୍ରୋତ୍ସାହିତ କରିବ।

ଆସନ୍ତା ମଙ୍ଗଳବାର ଓଡ଼ିଶା ଷ୍ଟାର୍ଟଅପ୍ ଯାତ୍ରା ଓ ଏକ୍ସପ୍ରେସ୍ ଗଞ୍ଜାମ ଜିଲ୍ଲାର ଗାନ୍ଧୀ ଏକାଡେମୀ ଅଫ୍ ଟେକ୍ନୋଲୋଜି ଆଣ୍ଡ ଇଞ୍ଜିନିୟରିଂ, ରୟାଲ କଲେଜ ଅଫ୍ ଫାର୍ମାସି ଆଣ୍ଡ ହେଲ୍ଥ ସାଇନ୍ସ ଏବଂ ଖଲ୍ଲିକୋଟ ବିଶ୍ୱବିଦ୍ୟାଳୟକୁ ପରିକ୍ରମା କରିବ। ଏହି ଭ୍ୟାନ୍ କନ୍ଧମାଳ ଜିଲ୍ଲା ଫିରିଙ୍ଗାସ୍ଥିତ କେସି ଡିଗ୍ରୀ କଲେଜ, କନ୍ଧମାଳ (ଡିଗ୍ରୀ) ମହାବିଦ୍ୟାଳୟ, ସାରଙ୍ଗଗଡ଼ା ଓ ପଞ୍ଚାୟତ (ଡିଗ୍ରି) ମହାବିଦ୍ୟାଳୟ ପରିକ୍ରମା କରୁଥିବା ବେଳେ ଭ୍ୟାନ୍ ମୟୂରଭଞ୍ଜ ଜିଲ୍ଲା ହରିଚନ୍ଦନପୁରସ୍ଥିତ ବ୍ରଜବନ୍ଧୁ ମହାବିଦ୍ୟାଳୟ ପରିଦର୍ଶନ କରିବ।

ଷ୍ଟାର୍ଟଅପ୍ ଯାତ୍ରା ୨୦୨୩ ଓ ଷ୍ଟାର୍ଟଅପ୍ ଏକ୍ସପ୍ରେସ୍ ୨୦୨୩ର ଲକ୍ଷ୍ୟ ହେଉଛି ତୃଣମୂଳ ସ୍ତରରେ ନବସୃଜନକାରୀଙ୍କୁ ଉତ୍ସାହିତ କରିବା ଏବଂ ସେମାନଙ୍କ ଭିତରେ ଉଦ୍ୟମିତାର ଭାବ ଜାଗ୍ରତ କରିବା । ଯାତ୍ରାର ୨୦୨୩ ସଂସ୍କରଣରେ ଚାରିଟି ଭ୍ୟାନ୍ ସମସ୍ତ ୩୦ଟି ଜିଲ୍ଲା ପରିଦର୍ଶନ କରିବ ।


Share It

Comments are closed.