ଜନ ଆକ୍ରୋଶର ଶୀକାର ହେଲେ ଥାନା ଅଧିକାରୀ, ଭିଡିଓ ଭାଇରାଲ


ଶୁକ୍ରବାର ଦିନ ବାଲେଶ୍ୱର ଜିଲ୍ଲା ବାଲିଆପାଳ ଅଞ୍ଚଳରେ ଏକ ଅଭାବନୀୟ ଘଟଣା ଘଟିଥିବାର ଦେଖିବାକୁ ମିଳିଛି । ଘଟଣାଟି ଏହା ଯେ, ଏଠାରେ ଜଣେ ଥାନା ଅଧିକାରୀଙ୍କୁ ଜନ ଆକ୍ରୋଶର ଶୀକାର ହେବାକୁ ପିଡିଛି ।
ମିଳିଥିବା ସୂଚନା ଅନୁଯାୟୀ, ବାଲିଆପାଳ ନିକଟସ୍ଥ ଏକ ଢାବାରୁ ଜଣେ ନାବାଳକର ଝୁଲନ୍ତା ଶବ ଉଦ୍ଧାର କରାଯାଇଥିଲା । ଏହି ଖବର ପ୍ରସାରିତ ହେବା ପରେ ନାବାଳିକର ପରିବାର ଲୋକେ ଘଟଣାସ୍ଥଳରେ ପହଞ୍ôଚ ଉକ୍ତ ଢାବାରେ ଭଙ୍ଗାରୁଜା କରିବା ସହ ତାଙ୍କ ପୁଅକୁ ହତ୍ୟା କରାଯାଇଛି ବୋଲି ଅଭିଯୋଗ କରିଥିଲେ ।

ଘଟଣାଟି ଘଟିବା ପରେ ପୋଲିସ ଉକ୍ତ ସ୍ଥାନରେ ପହଞ୍ଚି ଉତ୍ତେଜିତ ସ୍ଥାନୀୟ ଲୋକେ ଏବଂ ଅଭିଯୋଗକାରୀଙ୍କୁ ଶାନ୍ତ କରିବା ପାଇଁ ଚେଷ୍ଟା କରୁଥିବାବେଳେ ଓଲଟି ପୋଲିସକର୍ମୀ ନିଜେ ଜନ ଆକ୍ରୋଶର ଶୀକାର ହୋଇଥିଲେ । ଦେଖୁ ଦେଖୁ ଘଟଣାଟି ଏଭଳି ବିଗଡିଯାଇଥିଲା ସ୍ଥାନୀୟ ଥାନର ଭାରପ୍ରାପ୍ତ ଅଧିକାରୀଙ୍କୁ ମଧ୍ୟ ଲୋକେ ଛାଡିଲେ ନାହିଁ । ଉତ୍ତେଜିତ ଲୋକେ ଥାନାର ଭାରପ୍ରାପ୍ତ ଅଧିକାରୀ ପ୍ରଭୁ କଲ୍ୟାଣ ଆଶ୍ଚର୍ଯ୍ୟଙ୍କୁ ବିଚ ରାସ୍ତାରେ ଗୋଡାଇ ଗୋଡାଇ ପିଟିଥିଲେ, ଯାହାର ଏକ ଭିଡିଓ ବର୍ତ୍ତମାନ ସୋସିଆଲ ମିଡିଆରେ ଖୁବ ଜୋରସେ ଭାଇରାଲ ହେବାକୁ ଲାଗିଲାଣି ।
ମିଳିଥିବା ସୂଚନା ଅନୁଯାୟୀ, ମୃତ ନାବାଳକର ନାମ ବିଜୟ ଦଳାଇ ହୋଇଥିବାବେଳେ ତାଙ୍କ ଘର ହେଉଛି ଉଲୁଡା ଗ୍ରାମ । ପୋଲିସ ପକ୍ଷରୁ ମିଳିଥିବା ସୂଚନା ଅନୁଯାୟୀ ମୃତ ଦେହକୁ ଉଦ୍ଧାର କରାଯାଇ ଶବ ବ୍ୟବଚ୍ଛେଦ ପାଇଁ ପଠାଇ ଦିଆଯାଇଛି ।


Share It

Comments are closed.