ରସାୟନମୁକ୍ତ ପରିବା ଯୋଗାଇବା ପାଇଁ ଓଡିଶା ଉଦ୍ୟୋଗୀଙ୍କର ପ୍ରୟାସ


ପ୍ରତିଦିନ ଆମ୍ଭେମାନେ ଅଜାଣତରେ ପରିବା ସହିତ ରୋଗଜୀବାଣୁ ଏବଂ ହାନିକାରକ ଉପାଦାନର ସେବନ କରିଥାଉ । ବର୍ତ୍ତମାନ ବିଭିନ୍ନ ପ୍ରକାରର ପରିବା ଏବଂ ଖାଦ୍ୟ ଶସ୍ୟର ଅଧିକ ଉତ୍ପାଦନ ପାଇଁ ରସାୟନିକର ସିଞ୍ଚନ କରାଯାଉଛି । ବିଭିନ୍ନ ରସାୟନ ଏବଂ କୃତ୍ରିମ ପ୍ରକିୟା ମାଧ୍ୟମରେ ମଧ୍ୟ କମ ସମୟରେ ଅଧିକ ପରିବା, ଫଳ ଏବଂ ଖାଦ୍ୟ ଶସ୍ୟର ଉତ୍ପାଦନ କରାଯାଉଛି ଯାହାର ସେବନ ଦ୍ୱାରା ବିଭିନ୍ନ ମାରାତ୍ମକ ରୋଗ ଏବଂ ସଂକ୍ରମଣ ହେବାର ସମ୍ଭାବନା ରହିଛି । ଏପରି କିଛି ରସାୟନ ରହିଛି ଯାହା କେବଳ ଗୋଟିଏ ଥର ଧୋଇବା ପରେ ମଧ୍ୟ ଯାଇନଥାଏ । କେହି କେହି ପରିବା, ଫଳ ଇତ୍ୟାଦି ଗରମ ପାଣିରେ ଧୋଇ ଖାଇଥାନ୍ତି କିନ୍ତୁ ଏହା ପରେ ମଧ୍ୟ ପରିବା ଏବଂ ଫଳ ସମ୍ପୂର୍ଣ୍ଣ ବିପଦ ମୁକ୍ତ ବୋଲି କହିହେବ ନାହିଁ ।
ଏହି ପ୍ରକାରର ସମସ୍ୟାର ସମାଧାନ ପ୍ରଦାନ ପାଇଁ କଳିଙ୍ଗ ଇନଷ୍ଟିଟ୍ୟୁଟ ଅଫ ଇଣ୍ଡଷ୍ଟ୍ରିଆଲ ଟେକ୍ନୋଲୋଜି ଭୁବନେଶ୍ୱରର ଜଣେ ଆଲ୍ୟୁମିନସ ଅଭିଳାସ ମହାନନ୍ଦ ବ୍ୟୟସାପେକ୍ଷ ମୂଲ୍ୟରେ ଟକ୍ସିନ ମୁକ୍ତ ପରିବା ପ୍ରଦାନ କରିବା ପାଇଁ ସି ଆଣ୍ଡ ଜି ଆଗ୍ରୋଭେନଚର ନାମକ କମ୍ପାନୀର ପ୍ରାରମ୍ଭ କରିଛନ୍ତି । ଏହି କମ୍ପାନୀରେ ୨ରୁ ୩ଟି ସ୍ୱତନ୍ତ୍ର ପ୍ରକିୟା ଦ୍ୱାରା ପରିବା ଏବଂ ଫଳରୁ ୬୦ରୁ ୯୦ ପ୍ରତିଶତ ପର୍ଯ୍ୟନ୍ତ ରସାୟନ ଏବଂ ଟକ୍ସିନର ପରିମାଣ ଦୂର କରାଯାଇପାରିବ ।
ସମସ୍ତଙ୍କ ପରି ଅଭିଳାସଙ୍କର ମଧ୍ୟ ଏକ ଧାରଣା ରହିଥିଲା କି ପରିବା ଏବଂ ଫଳ ଧୋଇବା ପରେ ତାହା ବିପଦମୁକ୍ତ ହୋଇଯାଏ । କିନ୍ତୁ ଏହା ତାଙ୍କର ଭୁଲ ଧାରଣା ବୋଲି ସେ ତାଙ୍କ ମାଙ୍କ ମୃତ୍ୟୁ ପରେ ଜାଣିପାରିଥିଲେ । କେବେ ଧୁମ୍ରପାନ କିମ୍ବା ମଦ୍ୟପାନ କରନଥିଲେ ମଧ୍ୟ ତାଙ୍କ ମାଙ୍କର କ୍ୟାନସରରେ ମୃତ୍ୟୁ ତାଙ୍କୁ ଚିନ୍ତାରେ ପକାଇଥିଲା । ଏହା ପରେ ଅଭିଳାସ କିପରି ଭଲ ଜୀବନଶୈଳୀ ସହିତ କ୍ୟାନସର ସମସ୍ୟା ଭୋଗ କରୁଛନ୍ତି ତାହାର ଉତ୍ତରରେ ସେ ପରିବା ଏବଂ ଫଳରେ ଥିବା ଟକ୍ସିନ ଏବଂ ରସାୟନର ଉପସ୍ଥିତି ପାଇଥିଲେ । ତେଣୁ ସେ ଏହି ସି ଆଣ୍ଡ ଜି ଆଗ୍ରୋଭେନଚର କମ୍ପାନୀର ପ୍ରାରମ୍ଭ କରିଛନ୍ତି ।

ଏହାର ତିନୋଟି ପ୍ରକିୟା ମଧ୍ୟରେ ପ୍ରଥମଟି ଓଜୋନାଇଜେସନ ରହିଛି ଯାହା ମଧ୍ୟରେ ପରିବା ଗୁଡିକୁ ଗୋଟିଏ ବନ୍ଦ କୋଠରୀରେ ଭାସମାନ ଆବସ୍ଥାରେ ରଖାଯାଏ ଏବଂ ପାଣି ସହିତ ଓଜନ ଗ୍ୟାସ ଛଡାଯାଇଥାଏ । ଏହି ପ୍ରକିୟା ଦ୍ୱାରା ପରିବାରେ ଥିବା କୀଟାଣୁ ଏବଂ ହାନିକାରକ ଜୀବାଣୁର ନଷ୍ଟ ହୋଇଥାଏ । ଏହା ପରେ ପରିବାଗୁଡିକୁ ଅଲଟ୍ରାସାଉଣ୍ଡ ସିଗନାଲରେ କିଛି ଫ୍ରିକ୍ୟୁଏନ୍ସିରେ ରଖାଯାଇଥାଏ । ଏବଂ ଏହି ଦୁଇଟି ପ୍ରକିୟା ଶେଷ ହେବା ପରେ ପରିବାଗୁଡିକୁ ପୋଟାସିୟମ ପରମାଙ୍ଗାନେଟର ୦.୦୦୧ ପ୍ରତିଶତର ସଲ୍ୟୁସନ ସହିତ ଧୁଆଯାଇଥାଏ । ଅଭିଳାସଙ୍କ କହିବା ଅନୁଯାୟୀ କେବଳ ଏହି ପ୍ରକିୟା ଦ୍ୱାରା ପରିବାରୁ ରସାୟନିକ ଉପାଦାନ କମ କରିବା ସହିତ ତାହାର ଗୁଣବତ୍ତା ବୃଦ୍ଧି କରିଥାଏ ।
ଏହି ପ୍ରକିୟାରେ ସ୍ୱଚ୍ଛ କରାଯାଇଥିବା ପରିବାଗୁଡିକ ହାଇଜେନିକ ପଦ୍ଧତିରେ ପ୍ୟାକେଟରେ ପ୍ୟାକିଙ୍ଗ କରାଯାଇଥାଏ ଏବଂ ସମସ୍ତ ପ୍ୟାକେଟରେ ଏକ ବାର କୋଡ ରହିଥାଏ ଯାହା ଦ୍ୱାରା ପରିବା କେଉଁ ଗାଁ କିମ୍ବା ଫାର୍ମରୁ ଆସିଛି ତାହା ଜାଣିହୋଇଥାଏ । ଆଗାମୀ ଭବିଷ୍ୟତରେ ଓଡିଶା ଏକ ସ୍ଥାୟୀ କୃଷି ପ୍ରୋଜେକ୍ଟ ଅର୍ନ୍ତଗତ ଅଭିଳାସ ବଲାଙ୍ଗୀରରେ ୨୦ ଏକର ଜମିର ବ୍ୟବହାର କରିବେ ବୋଲି ଆଶା ରଖିଛନ୍ତି ।
ଏହି ଜମି କୃଷକମାନଙ୍କ ପାଇଁ ଏକ ମଡେଲ ଫାର୍ମ ହୋଇପାରିବ ଯେଉଁଠାରେ ସେମାନେ କୃଷିର ନୂତନ ନୂତନ ପଦ୍ଧତି ଶିଖିବା ସହିତ ଆଧୁନିକ କୌଶଳ ସମ୍ବନ୍ଧରେ ପ୍ରଶିକ୍ଷଣ ପାଇବେ । ଏଠାରେ କୃଷକମାନଙ୍କୁ ଚାଷର ପଦ୍ଧତି ଏବଂ ଜଳସେଚନ ସମ୍ବନ୍ଧରେ ମଧ୍ୟ ଜ୍ଞାନ ପ୍ରଦାନ କରାଯିବ । ଭୁବନେଶ୍ୱର, ଓଡିଶାରୁ ପ୍ରାରମ୍ଭ ହୋଇଥିବା ଏହି ଅଭିଯାନ ଖୁବ ଶୀଘ୍ର ସମଗ୍ର ଦେଶରେ ପହଞ୍ଚାଇବାର ଆଶା ରଖନ୍ତି ବୋଲି ଅଭିଳାସ କହିଥିଲେ ।


Share It

Comments are closed.