ନିଶାର ବାହୁ ବଳୟରେ ବର୍ତ୍ତମାନର ଯୁବ ସମାଜ!


ଆଜିର ଯୁବ ସମାଜ ଯିଏ ନିଜ ନିଜର ଦେଶ, ରାଜ୍ୟ ଓ ଜାତିର ଗର୍ବ ଗୌରବକୁ ବଞ୍ଚାଇ ରଖିବା କଥା, ସେ ଯୁବ ସମାଜ ଆଜି ନିଶା ଜାଲରେ ଛନ୍ଧି ହୋଇପଡିଛନ୍ତି । ଯାହା ଫଳରେ ସେମାନେ ନିଜକୁ ନିଶାରୁ ନିବୃତ ରହିବା ତ ଦୂର କଥା ଦିନ ଦିନକୁ ନିଶାର ଆହୁରୀ ନିକଟତ୍ତର ହେବାକୁ ଲାଗିଛନ୍ତି । ଯୁବ ସମାଜ ହେଉଛି ଦେଶର ମେରୁ ଦଣ୍ଡ, ଦେଶର ଭବିଷ୍ୟ ତାଙ୍କ ଉପରେ ନିର୍ଭର କରୁଛି । କିନ୍ତୁ ସେମାନେ ନିଶାର ଜାଲରେ ଛନ୍ଧି ହୋଇ ଦିନକୁ ଦିନେ ଦୁର୍ବଳ ହେବାରେ ଲାଗିଛନ୍ତି । ସେ ନିଜର କ୍ଷତି କରିବା ସହ ନିଜ ପରିବାରର ଅହେତୁକ କ୍ଷତି କରିବାରେ ଲାଗିଛନ୍ତି । ବର୍ତ୍ତମାନର ପରିସ୍ଥିତ ଏପରି ହୋଇଗଲାଣି ଯେ, ଯୁବ ସମାଜ ମଧ୍ୟରେ ଥିବା ସମସ୍ତ ତରୁଣ ଏବଂ ତରୁଣୀ ଏହାକୁ ଧିରେ ଧିରେ ଗ୍ରହଣ କରିବାରେ ଲାଗିଛନ୍ତି । ମିଳିଥିବା ସୂଚନା ଅନୁଯାୟୀ ମୁଖ୍ୟତଃ ୧୫ ବର୍ଷର ଉର୍ଦ୍ଧ ବୟସ୍କ ପୁରୁଷଙ୍କ ମଧ୍ୟରେ ୧୪ ପ୍ରତିଶତ, ୩୦ ବର୍ଷରୁ ଉର୍ଦ୍ଧ କ୍ଷେତ୍ରରେ ୧୭.୫ ପ୍ରତିଶତ ଓ ୬୦ ବର୍ଷର ଉର୍ଦ୍ଧକଙ୍କ ମଧ୍ୟରୁ ୧୨.୨ ପ୍ରତିଶତ ଯୁବବର୍ଗମାନେ ମଦ୍ୟପାନ କରିଥାନ୍ତି ।
ଏକ ଗବେଷଣାରୁ ଜଣାପଡିଛି ଯେ, ୨୦ ପ୍ରତିଶତ ଯୁବକଙ୍କର ଅକାଳ ମୃତ୍ୟୁର କାରଣ ହେଉଛି ମଦ୍ୟପାନ । ଏଥି ସହିତ ଏକ ତୃତୀୟାଂଶ ରାତ୍ରିକାଳୀନ ସଡକ ଦୁର୍ଘଟଣାଜନିତ ମୃତ୍ୟୁ, ଏକ ଚତୁର୍ଥାଂଶ ଆତ୍ମହତ୍ୟା କେବଳ ନିଶା ଦ୍ୱାରା ହିଁ ଘଟିଥିବା ବେଳେ ଶତକଡା ୨୫ ଭାଗ ହୃଦଘାତ କେବଳ ମଧ ଦ୍ୱାରା ହିଁ ଘଟିଥାଏ । ମଦ୍ୟ ଏବଂ ନିଶା ବିଭିନ୍ନ ରୋଗର ବାହାକ ହୋଇଥାଏ । ମାତ୍ରାଧିକ ମଦ୍ୟପାନ ବିଭିନ୍ନ ପରିବାର ଓ ସାମାଜିକ ବିଶୃଙ୍ଖଳା ସୃଷ୍ଟି କରିଥାଏ । ଯାହା ଦ୍ୱାରା ନିଶା ଆଜିର ଯୁବ ସାମାଜ ଉପରେ ନିଜର କାୟା ବିସ୍ତାର କରିଛି । ଦିନକୁ ଦିନକୁ ଛୋଟ ଛୋଟ ସ୍କୁଲ ପିଲାଙ୍କଠୁ ଆରମ୍ଭ କରି କଲେଜ ପଢୁଆ ଛାତ୍ର ଏବଂ ଯୁବ ସାମଜ ମାନଙ୍କର ନିଶା ପ୍ରତି ଆଶକ୍ତି ବଢିବାରେ ଲାଗିଛି । ବସଷ୍ଟାଣ୍ଡ, ଖେଳ ପଡିଆ, ନଇକୂଳ, କ୍ଲବ, ଶିକ୍ଷାନୁଷ୍ଠାନ ଇତ୍ୟାଦି ସ୍ଥାନମାନଙ୍କରେ ନିଶା ତା’ର କାୟା ବିସ୍ତାର କରିସାରିଲାଣି । ସାଧାରଣତଃ ଏହି ସ୍ଥାନମାନଙ୍କରେ ଯୁବକମାନେ ନିଶା ସେବକ କରୁଥିବାର ଦେଖିବାକୁ ମିଳିଥାଏ ।
ଛୋଟପିଲା ସିଗାରେଟ କିମ୍ବା ନିଶା ସେବନ କରୁଥିବାର ଦେଖି ତାଙ୍କୁ ପ୍ରଶ୍ନ କରିବାରେ ଚେଷ୍ଟା କରନ୍ତି, ସେହି ସମୟରେ ହିତାହିତ ଜ୍ଞାନ ହରାଇଥିବା ସେହି ଛାତ୍ରମାନଙ୍କ ଠାରୁ ଗୋଟେ ଉତ୍ତର ମିଳେ “ ମୁଁ ମୋର ଟଙ୍କାରେ ଯାହା କରେ, ତୋ ବାପାର କ’ଣ ଯାଉଛି ”, ଯାହା ଫଳେରେ ସାଧାରଣ ଲୋକଟିର ନିରବ ହେବା ଛଡା ଅନ୍ୟ କୌଣସି ଚାରା ନଥାଏ । ବିଭିନ୍ନ ସଂଙ୍ଗଠନ ତରଫରୁ ଭବିଶ୍ୟତରେ ଅନେକ ନିଶା ନିବାରଣ ଅଭିଯାନ ହୋଇଥିଲେ ମଧ୍ୟ ଏହାର କୌଣସି ପ୍ରତିଫଳନ ସମାଜ ଉପରେ ପଡୁନାହିଁ । ଯାହା ଫଳରେ ଏହି ନିଶା ଗ୍ରସ୍ତ ସାମାଜରେ ନିଶା ନିବାରଣ ଉପରେ କୌଣସି ପ୍ରଭାବ ପଡୁନାହିଁ । କାରଣ ସଂଙ୍ଗଠନର ଆନେ୍ଧାଳନରତ ସେହି ଛାମୁଆ କର୍ମୀ ପରବର୍ତ୍ତୀ ସମୟରେ ନିଜେ ନିଶାରେ ଲିପ୍ତ ରହିଥାନ୍ତି ।
ଧୂମପାନ ସେବନ ଦ୍ୱାରା ମୁଖଗହ୍ୱର, ହୃତପିଣ୍ଡ, ଯକୃତ, ଫୁସଫୁସ, ଆଗ୍ନାଶୟ ଓ ଖାଦ୍ୟନଳୀ ଇତ୍ୟାଦି ଶରୀରର ଅଧିକାଂଶ ଅଂଶଗୁଡିକ ରୋଗାଗ୍ରସ୍ତ ହୋଇଥାଏ । ସର୍ବଦା ଧୂମପାନ କରିବା ଦ୍ୱାରା ମନୁଷ୍ୟ ନିଜ ଆୟୁର ୧୦ ରୁ ୧୫ ବର୍ଷ କମାଇଦେଇଥାଏ । ଏହା ଦ୍ୱାରା ମନୁଷ୍ୟକୁ ରକ୍ତ କ୍ୟାନସର, ଯକୃତ କ୍ୟାନସର, ବୃହଦନ୍ତ କ୍ୟାନସର, ପିତ କୋଷ କ୍ୟାନସର ଭଳି ଭୟଙ୍କର ରୋଗ ଆକ୍ରାନ୍ତ କରିଥାଏ । ଧୂମପାନ ଦ୍ୱାରା କାର୍ବନ ମନୋକ୍ସସାଇଡ, ସାଇନାଇଡ ଓ ବେନଜୋପାଇରନ ଇତ୍ୟାଦି ରାସାୟନିକ ବସ୍ତୁ ଶରୀରକୁ ପ୍ରବେଶ କରି ବିଭିନ୍ନ ଅଙ୍ଗକୁ ଆକ୍ରାନ୍ତ କରଥାଏ । ଧୂମପାନ ଏବେ ବି ଭାରତରେ ଏକ ସର୍ବବୃହତ ସ୍ୱାସ୍ଥ୍ୟଗତ ବିପଦ ଏବଂ ମାରକ ହୋଇ ରହିଛି ବୋଲି ଏଥିରେ ତିଳେ ମାତ୍ର ସନେ୍ଧହ ନାହିଁ ।


Share It

Comments are closed.