ମୋବିକ୍ୱକ ମାଧ୍ୟମରେ ଏବେ ପୈଠ କରିହେବ ବିଦ୍ୟୁତ ବିଲ


ଭାରତର ଅଗ୍ରଣୀ ଡିଜିଟାଲ ଫିନାନ୍ସିଆଲ ସେବା ପ୍ଲାଟଫର୍ମ ମୋବିକ୍ୱିକ ପକ୍ଷରୁ ଓଡିଶାରେ ନେସକୋ, ସାଉଥକୋ ଏବଂ ୱେସକୋ ସହିତ ସହବନ୍ଧିତ ହୋଇଛି । ଯାହାକି ସୁବିଧାରେ ବିଲ୍ ପଇଠ ଏବଂ ଡ଼ିଜିଟାଇଜଡ଼୍ କରିବାରେ ସହାୟକ ହୋଇପାରିବ । ଏହି ସହବନ୍ଧିତା ଦ୍ୱାରା ପାଖାପାଖି ୭୭ ଲକ୍ଷ ବ୍ୟବହାରକାରୀ ଉପକୃତ ହୋଇପାରିବେ । ଓଡିଶାରେ ଏହି ଅଫରର ଶୁଭାରମ୍ଭ ପରେ ମୋବିକ୍ୱିକରେ ବିଦ୍ୟୁତ୍ ବିଲ୍ ପଇଠ କରିବାବେଳେ କିଲବିଲ କୋଡର ବ୍ୟବହାର ଦ୍ୱାରା ନଗଦ ୩୦୦ ଟଙ୍କାର କ୍ୟାସ ବ୍ୟାକ ମିଳିପାରିିବ ।
ଏହି ପରିପ୍ରେକ୍ଷୀରେ ମୋବିକ୍ୱିକର ପ୍ରତିଷ୍ଠାତା ଏବଂ ମୁଖ୍ୟ କାର୍ଯ୍ୟ ନିର୍ବାହୀ ଅଧିକାରୀ, ଶ୍ରୀଯୁକ୍ତ ବିପିନ ପ୍ରିତ ସିଂହ କହିଛନ୍ତି ଯେ, “ମୋବିକ୍ୱିକ ମାଧ୍ୟମରେ ଲକ୍ଷ ଲକ୍ଷ ଭାରତୀୟଙ୍କୁ ସ୍ଥାନ ନିର୍ବିଶେଷରେ ଡିଜିଟାଲ ପେମେଣ୍ଟ ମାଧ୍ୟମରେ ସହଜରେ ପେମେଣ୍ଟ କରିବା ପାଇଁ ଉତ୍ସାହିତ କରିବା ହେଉଛି ଆମର ଲକ୍ଷ୍ୟ । ବିବିପିଏସ ଲାଇଭ ସହିତ ଓଡିଶାବାସୀମାନେ ବିଦ୍ୟୁତ୍ ବିଲକୁ ସେମାନଙ୍କ ସ୍ମାର୍ଟଫୋନରେ କେବଳ ଗୋଟିଏ ଟ୍ୟାପରେ ପଇଠ କରିପାରିବେ । ଓଡ଼ିଶାରୁ ଆଜି ପର୍ଯ୍ୟନ୍ତ ଆମକୁ ଉତ୍ତମ ପ୍ରତିକ୍ରିୟା ମିଳିପାରିଛି ଏବଂ ଦେଶର ବିଭିନ୍ନ କୋଣ ଅନୁକୋଣକୁ ଏହି ଡିଜିଟାଇଜିଙ୍ଗ ପହଞ୍ଚାଇବା ପାଇଁ ଆମ୍ଭେମାନେ କ୍ରମାଗତ ଭାବେ ଚେଷ୍ଟା ଜାରିରଖିବୁ ।”
ପ୍ରତ୍ୟେକ ଦିନ ମୋବିକ୍ୱିକର ୧ ମିଲିୟନ୍ ମୁଲ୍ୟର ନେଣଦେଣ ହେଉଥିବାବେଳେ ଭାରତ ବିଲ୍ ପେମେଣ୍ଟ ସିଷ୍ଟମ୍(ବିବିପିଏସ୍) ଦେଶରେ ବିଲ୍ ପେମେଣ୍ଟ ସିଷ୍ଟମକୁ ଗୋଟିଏ ବ୍ରାଣ୍ଡ ଅଧିନରେ ପରିଚାଳନା କରିଥାଏ । ଗ୍ରାହକମାନେ ଉକ୍ତ ସିଷ୍ଟମ ମାଧ୍ୟମରେ ସେମାନଙ୍କର ବିଦ୍ୟୁତ, ଟେଲିଫୋନ୍, ଜଳ, ଗ୍ୟାସ୍, ଡ଼ାଇରେକ୍ଟ ଟୁ ହୋମ୍ ଟେଲିଭିଜନ୍ ଇତ୍ୟାଦିର ବିଲ୍ ପଇଠ କରିପାରିବେ ।

ରିପୋର୍ଟେଡ – ସ୍ୱର୍ଣ୍ଣପ୍ରଭା ମଙ୍ଗରାଜ


Share It

Comments are closed.