ଗୋଟିଏ ବର୍ଷର ରିପ୍ଲେସମେଣ୍ଟ ଗ୍ୟାରେଣ୍ଟି ସହ ଭାରତରେ ନୋକିଆ ୨.୩ର ଶୁଭାରମ୍ଭ


ନୋକିଆ ଫୋନ ପକ୍ଷରୁ ଭାରତର ଗ୍ରାହକମାନଙ୍କ ପାଇଁ ନୋକିଆ ୨.୩ ସ୍ମାର୍ଟଫୋନର ଶୁଭାରମ୍ଭ କରାଯାଇଛି । ଆସନ୍ତା ବର୍ଷ ୩୧ ମାର୍ଚ୍ଚ ପୂର୍ବରୁ ଏହି ସ୍ମାର୍ଟଫୋନକୁ କଣିଥିବା ଗ୍ରାହକମାନେ ଏଥିରେ ଏକ ବର୍ଷର ରିପ୍ଲେସମେଣ୍ଟ ପାଇପାରିବେ । ସ୍ମାର୍ଟଫୋନ ସେଗମେଣ୍ଟରେ ଏପରି ଅଫର ଉଦ୍ୟୋଗରେ ପ୍ରଥମ ଯାହାକି ଏଚଏମଡି ଗ୍ଲୋବାଲର ଏହାର ଗ୍ରାହକଙ୍କ ସମେତ ଉତ୍ପାଦର ଗୁଣବତ୍ତା ଉପରେ ଥିବା ଧ୍ୟାନକୌନ୍ଦ୍ରିକତାକୁ ଦର୍ଶାଉଛି । ଏଆଇ ଦ୍ୱାରା ସମୃଦ୍ଧ ଏହି ସ୍ମାର୍ଟଫୋନ ଅନେକ ବୈଶିଷ୍ଟ୍ୟ ପ୍ରଦାନ କରିଥାଏ ଯାହାକି ଆପଣଙ୍କୁ ଏକ ଉତ୍ତମ ସଟ ନେବାକୁ ଦେଇଥାଏ । ଏହି ନୋକିଆ ୨.୩ ଏକ ବୃହତ୍ତ ୬.୨’’ ଏଚଡି ଯୁକ୍ତ ସ୍କ୍ରିନ(୧୫.୭୪ସେ.ମି) ଏବଂ ଦୀର୍ଘ ସମୟ ପାଇଁ ଦୁଇ ଦିନ ଧରି ଚାଲିପାରୁଥିବା ବ୍ୟାଟେରୀ ଏବଂ ଚିତ୍ତାକର୍ଷକ ମନୋରଞ୍ଜନ ଆଦିକୁ ସାମିଲ କରି ଆସିଛି । ଏହା ସହିତ ଆଣ୍ଡ୍ରୋଏଡ ୧୦ ପ୍ରସ୍ତୁତ ଏହି ନୋକିଆ ୨.୩ ତିନି ବର୍ଷ ପାଇଁ ସୁନିଶ୍ଚିତ ମାସିକ ସିକ୍ୟୁରିଟୀ ଏବଂ ଦୁଇ ବର୍ଷ ପାଇଁ ଓଏସ ଅପଡେଟସ୍ ପ୍ରଦାନ କରିବ ଯାହାକି ଏହି ସ୍ମାର୍ଟଫଫୋନକୁ ସମୟ ସହିତ ଆହୁରି ଉନ୍ନତ ହେବାର ସୁନିଶ୍ଚିତ କରାଇଥାଏ । ଏହି ନୋକିଆ ୨.୩ ବାୟୋମାଟ୍ରିକ ଫେସ ରେକଗନିସନ ସହ ଆସିଛି ଯାହା ଗୋଟିଏ ଝଲକରେ ଆପଣଙ୍କ ଫୋନକୁ ଅନଲକ କରିବାକୁ ଦେଇଥାଏ ।

ଏହା ସମ୍ପର୍କରେ ଏଚଏମଡି ଗ୍ଲୋବାଲ, ପ୍ରମୁଖ ପ୍ରଡକ୍ଟ ଅଫିସର ଶ୍ରୀ ସର୍ବିକାଶ ଜୁହୋ କହିଛନ୍ତି ଯେ, “ଏକ ବ୍ୟୟସାପେକ୍ଷ ମୂଲ୍ୟରେ ଆପଣଙ୍କୁ ଏକ ଏପରି ଅନୁଭୂତି ପ୍ରଦାନ କରିବା ଯାହା ଦୀର୍ଘ ସମୟ ପାଇଁ ସତେଜ ରହିବ, ଉପଭୋକ୍ତାମାନଙ୍କୁ ଦୁଇ ବର୍ଷର ଓଏସ ଅପଡେଟସ ଏବଂ ତିନି ବର୍ଷର ମାସିକ ସିକ୍ୟୁରୀଟି ଅପଡେଟ ଯୋଗାଇ ଦେବାର ଆମର ପ୍ରତିଶ୍ରୁତି ପ୍ରତି ନୋକିଆ ୨.୩ ହେଉଛି ଏକ ପଦକ୍ଷେପ ।”

ଏଚଏମଡି ଗ୍ଲୋବାଲ, ମଧ୍ୟ-ପୂର୍ବ ଏବଂ ଉତ୍ତର ଆଫ୍ରିକା, ଉପାଧ୍ୟକ୍ଷ୍ୟ-ଭାରତ, ଶ୍ରୀ ସନମିତ ଗୋଚର କହିଛନ୍ତି ଯେ, “ ଭାରତରେ ପହଞ୍ଚଯୋଗ୍ୟ ସେଗମେଣ୍ଟଗୁଡ଼ିକ ମଧ୍ୟରେ ନୋକିଆ ୨ ସିରିଜ ଆମର ସବୁଠାରୁ ଅଧିକ ସଫଳ ଫ୍ରାଞ୍ଚାଇଜ ଗୁଡ଼ିକ ମଧ୍ୟରୁ ଗୋଟିଏ ହୋଇ ରହି ଆସିଛି ଏବଂ ଏହି ମୂଲ୍ୟବୋଧକୁ ସମ୍ମାନ ଦେବାପାଇଁ ଆମେ ଆମର ଭାରତୀୟ ଗ୍ରାହକମାନଙ୍କ ପାଇଁ ନୋକିଆ ୨.୩ରେ ଗୋଟିଏ ବର୍ଷର ରିପ୍ଳେସମେଣ୍ଟ ଗ୍ୟାରେଣ୍ଟି ନେଇଆସିଛୁ ।”

ଏହି ନୋକିଆ ୨.୩ ସିଆନ ଗ୍ରୀନ, ସ୍ୟାଣ୍ଡ ଏବଂ ଚର୍କୋଲ ରଙ୍ଗରେ ୨୭ ଡିସେମ୍ବର ଠାରୁ Nokia.com/phones [https://www.nokia.com/phones/en_in/nokia-2 ରେ ଏବଂ ପ୍ରାୟ ସମସ୍ତ ଅଗ୍ରଣୀ ଆଉଟଲେଟରେ ଉପଲବ୍ଧ ହେବ ଓ କ୍ରୋମା, ରିଲାଏନ୍ସ, ସଙ୍ଗୀଥା, ପୂର୍ବିକା, ବିଗ ସି ଏବଂ ମାଇଁଜି ଭଳି ସହଯୋଗୀଙ୍କ ନୀକଟରେ ଏହି ୨ଜିବି/ ୩୨ ଜିବି ସଂସ୍କରଣ ପାଇଁ ଶ୍ରେଷ୍ଠକ୍ରୟ ମୂଲ୍ୟ ମାତ୍ର ଟ.୮,୧୯୯ରେ ରହିଛି । ଜିଓ ଗ୍ରାହକମାନେ ନୋକିଆ ୨.୩ କ୍ରୟରେ ଟ.୨୪୯ ଏବଂ ଟ.୩୪୯ରେ ୭,୨୦୦ଟଙ୍କାର ଲାଭ ପାଇପାରିବେ ଯାହାକି ସମେତ ଜିଓରୁ ଟ.୨,୨୦୦ର କ୍ୟାସବ୍ୟାକ, କ୍ଲିୟରଟ୍ରିପରୁ ଟ.୩୦୦୦ର ଭାଉଚର ଏବଂ ଜୁମକାର ପକ୍ଷରୁ ଟ.୨୦୦୦ର ରିହାତି ପାଇପାରିବବେ । ଏହି ଅଫର ନୂତନ ଏବଂ ପୂର୍ବ ସର୍ବସ୍କ୍ରାାଇବରମାନଙ୍କ ପାଇଁ ଲାଗୁ ।


Share It

Comments are closed.