କଂଗ୍ରେସ ବିଧାୟକଙ୍କ ଘରେ ଚଢଉ କଲା ଏନଆଇଏ


ରାଷ୍ଟ୍ରିୟ ଯାଞ୍ଚ ଏଜେନ୍ସି (ଏନଆଇଏ) ମଣିପୁରରେ ଜଣେ କଂଗ୍ରେସ ବିଧାୟକଙ୍କ ଘରେ ଚଢଉ କରିଛି । ଚଢଉ ବେଳେ ତାଙ୍କ ଘରୁ ପ୍ରବଳ ମାତ୍ରାରେ ଗୁଳି ଏବଂ ଅସ୍ତ୍ରଶସ୍ତ୍ର ଜବତ କରାଯାଇଛି । ସେଠାରୁ ପୁଲିସ ମହାନିର୍ଦ୍ଦେଶକଙ୍କ ପାଖରୁ ଗାଏବ ହୋଇଥିବା ପିସ୍ତଲକୁ ମଧ୍ୟ ଜବତ କରାଯାଇଛି । ସୋମବାର ଇମ୍ଫାଲ ଇଷ୍ଟ ଜିଲ୍ଲାସ୍ଥିତ ସକୁଲ ଗ୍ରାମର ବିଧାୟକ ୟମଟୋଙ୍ଗ ହଉକିପଙ୍କ ଘର ଉପରେ ଚଢଉ କରାଯାଇଥିଲା ବୋଲି ଏନଆଇଏର ଜଣେ ବରିଷ୍ଠ ଅଧିକାରୀ ସୂଚନା ଦେଇଛନ୍ତି । ଏଜେନ୍ସି ବର୍ତ୍ତମାନ ମଣିପୁର ରାଇଫଲ୍ସ ବାଟେଲିଅନ ପରିସର ମଧ୍ୟରେ ଡିଜିପି ପୋଲ କୋଟା (ଅସ୍ତ୍ରାଗାର)ରୁ ଗାଏବ ହୋଇଥିବା ୫୬ଟି ବନ୍ଧୁକ ଏବଂ ୫୮ଟି ମାଙ୍ଗାନିଜ ସମ୍ବନ୍ଧରେ ଯାଞ୍ଚ କରୁଛି । ଏହା ସେପ୍ଟେମ୍ବର ୨୦୧୬ରୁ ୨୦୧୭ ଆରମ୍ଭରୁ ହିଁ ଚୋରି ହୋଇଥିଲା ।
ବିଧାୟକଙ୍କ ଘରୁ ନଗଦ ୨୬.୪୦ ଲକ୍ଷ ଟଙ୍କା ସହିତ ୨୦ ଲକ୍ଷ ଟଙ୍କାର ଦାମିକିଆ ଜିନିଷ, ଡିଜିପି ପୋଲ କୋଟା (ଆର୍ସେନାଲ)ରୁ ଗାଏବ ହୋଇଥିବା ୯ ଏମଏମର ଗୋଟେ ରାଇଫଲ, ବିଦେଶୀ ବନ୍ଧୁକ ଏବଂ ମାଙ୍ଗନିଜ, ଲାଇସେନ୍ସ ପ୍ରାପ୍ତନଥିବା ପିସ୍ତଲ, ଦୁଇଟ ବନ୍ଧୁକ ଏବଂ ୪୫ଟି ଗୁଳି ଜବତ କରାଯାଇଛି ।
ଡିଜିପି ପୋଲ କୋଟା (ଅସ୍ତ୍ରାଗାର)ରୁ ଗାଏବ ହୋଇଥିବା ଅସ୍ତ୍ରଶସ୍ତ୍ର ଅପରାଧରେ ବର୍ତ୍ତମାନ ପର୍ଯ୍ୟନ୍ତ ୯ ଜଣ ଲୋକ ଗିରଫ ହୋଇଥିବା ବେଳେ ତିନୋଟି ୯ ଏମଏମର ରାଇଫଲ ବର୍ତ୍ତମାନ ସୁଦ୍ଧା ଜବତ କରାଯାଇ ସାରିଛି ।


Share It

Comments are closed.