ଆଲ୍‌ମଣ୍ଡର ସେବନ ଓଜନ ପରିଚାଳନାରେ ସହାୟକ ହୋଇପାରେ

Share It

ଭୁବନେଶ୍ୱର : ବୈଜ୍ଞାନିକ ପ୍ରମାଣ ଉପରେ ନିର୍ମିତ ଦୁଇଟି ନୂଆ ଅଧ୍ୟୟନରେ ପରାମର୍ଶ ଦିଆଯାଇଛି ଯେ, ଆଲ୍‌ମଣ୍ଡ ଆହାର ଗୁଣବତାକୁ ଉନ୍ନତ କରିପାରେ ଏବଂ ଓଜନ ପରିଚାଳନାରେ ସହାୟକ ହୋଇପାରିଥାଏ । ଅଧ୍ୟୟନର ପ୍ରଥମ ୩ ମାସ ପାଇଁ ଅଂଶଗ୍ରହଣକାରୀମାନେ ଏକ ନଟ୍‌-ଫ୍ରି କିମ୍ବା ଆଲ୍‌ମଣ୍ଡ ସମୃଦ୍ଧ ଆହାର (ଆଲ୍‌ମଣ୍ଡ ସେମାନଙ୍କ ନିୟମିତ କ୍ୟାଲୋରି ଆବଶ୍ୟକତାର ୧୦% ପ୍ରଦାନ କରିବା ସହିତ, ଯାହା ହାରାହାରି ୧.୦/୧.୭୬ ଆଉନ୍ସ/୩୦-୩୫ଗ୍ରାମ ଅଟେ) ମାଧ୍ୟମରେ ନିଜର ପ୍ରତିଦିନର କ୍ୟାଲୋରିକୁ ୩୦% ଯାଏଁ ହ୍ରାସ କରିଥିଲେ ।

ମ୍ୟାକ୍ସ ହେଲ୍‌ଥକେୟାର-ଦିଲ୍ଲୀର ଡାଏଟେଟିକ୍ସ ବିଭାଗର ଆଂଚଳିକ ମୁଖ୍ୟ ରିତିକା ସମାଦାର କହିଛନ୍ତି, ‘ବ୍ରାଉନ୍ ଷ୍ଟଡି ପ୍ରକାଶିତ କରିଛି ଯେ, ଏକ ବର୍ଷ ପାଇଁ ବିସ୍କିଟ୍ ପରିବର୍ତେ ଆଲ୍‌ମଣ୍ଡକୁ ଚୟନ କରିବା ପ୍ରୋଟିନ୍‌, ଫାଇବର, ଭିଟାମିନ୍ ଓ ମିନେରାଲ ଭଳି ଗୁରୁତ୍ୱପୂର୍ଣ୍ଣ ପୋଷଣ ତତ୍ୱଗୁଡିକର ଅଧିକ ଅନ୍ତର୍ଗ୍ରହଣ ସମେତ ଏକ ସୁସ୍ଥ ଫ୍ୟାଟ୍ ପ୍ରୋଫାଇଲ୍ ପ୍ରଦାନ କରିଥାଏ । ଆଲ୍‌ମଣ୍ଡ ଗ୍ରୁପ୍ ନିଜର କାର୍ବୋହାଇଡ୍ରେଟ୍ ଓ ସୁଗାର ଅନ୍ତର୍ଗ୍ରହଣକୁ ହ୍ରାସ କରିବା ସହିତ ଅଧିକ ମୋନୋଅନ୍‌ସାଚୁରେଟେଡ୍ ଓ ପଲିଅନ୍‌ସାଚୁରେଟେଡ୍ ଫ୍ୟାଟ୍‌ଗୁଡିକର ଲାଭକୁ ଉପଭୋଗ କରିଛି । ଏହି ଫଳାଫଳ ଦୀର୍ଘାବଧି ସୁସ୍ଥତା ପାଇଁ ଆପଣଙ୍କ ଆହାରରେ ଆଲ୍‌ମଣ୍ଡକୁ ସାମିଲ କରିବାର ପୋଷଣଯୁକ୍ତ ଲାଭଗୁଡିକୁ ରେଖାଙ୍କିତ କରିଛି । ଏକ ଉତମ ଆହାରର ଅଂଶ ଭାବେ ଉପଯୁକ୍ତ ଭାବେ ସେବନ କରାଗଲେ ଆଲ୍‌ମଣ୍ଡ ପୂର୍ଣ୍ଣତାର ଏକ ଭାବନା ପ୍ରଦାନ କରିବା, ଆହାର ମାନକୁ ଉନ୍ନତ କରିବା ଓ ଉତମ ସାମଗ୍ରିକ ସ୍ୱାସ୍ଥ୍ୟରେ ଯୋଗଦାନ ଦେଇପାରିବ, ଯାହା ଏହାକୁ ଏକ ସୁସ୍ଥ ଓଜନ ହାସଲ କରିବା ଓ ବଜାୟ ରଖିବା ପାଇଁ ଚେଷ୍ଟା କରୁଥିବା ଲୋକଙ୍କ ପାଇଁ ଏକ ସ୍ମାର୍ଟ ଚଏସ୍‌ରେ ପରିଣତ କରୁଛି । ରେଷ୍ଟ୍ରିକ୍ଟେଡ୍ ଡାଏଲ୍ ଉପରେ କୋଟ୍‌ସ ଅଧ୍ୟୟନରେ ଉଭୟ ଗ୍ରୁପ୍ (ଗୋଟିଏ ଗ୍ରୁପ୍ ଆଲ୍‌ମଣ୍ଡ ଏନ୍‌ରିଚ୍‌ଡ ଡାଏଟ୍‌- ଏଇଡିର ସେବନ କରିଛି ଏବଂ ଅନ୍ୟ ଗ୍ରୁପ୍‌ଟି ନଟ୍ ଫ୍ରି ଡାଏଟ୍ –ଏନ୍‌ଏଫ୍‌ଟିରେ ରହିଛି)ରେ ଏକ ଗୁରୁତ୍ୱପୂର୍ଣ୍ଣ ଓ ଖୁବ୍ ସମାନ ଓଜନ ହ୍ରାସ ଘଟିଛି କିନ୍ତୁ ମାକ୍ରୋନ୍ୟୁଟ୍ରିଏଂଟ୍ ସ୍ତରରେ ଉଭୟ ଗ୍ରୁପ୍ ମଧ୍ୟରେ ଏକ ପାର୍ଥକ୍ୟ ରହିଛି, ବିଶେଷ କରି ଏନ୍‌ଏଫ୍‌ଡି ଗ୍ରୁପ୍ ତୁଳନାରେ ଏଇଡି ଗ୍ରୁପ୍‌ରେ ମୋନୋଅନ୍‌ସାଚୁରେଟେଡ୍ ଫ୍ୟାଟି ଏସିଡ୍ ଓ ପଲିଅନ୍‌ସାଚୁରେଟେଡ୍ ଫ୍ୟାଟି ଏସିଡ୍‌ର ଅନ୍ତର୍ଗ୍ରହଣ ଅଧିକ ରହିବା ସହିତ α–ଟୋକୋଫେରୋଲ୍ (ଭିଟାମିନ୍ ଇ)ର ମାତ୍ରା ମଧ୍ୟ ଅଧିକ ରହିଛି ।’

 


Share It

Comments are closed.