କ୍ରିକେଟ ଜଗତରେ ସୃଷ୍ଟି ହେଲା ପୁଣି ଏକ ବିରଳ ବିଶ୍ୱ ରେକର୍ଡ


କ୍ରିକେଟ ଇତିହାସରେ ବୁଧବାର ଦିନ ଆଉ ଏକ ବିରଳ ବିଶ୍ୱ ରେକର୍ଡ ଦେଖିବାକୁ ମିଳିଛି । ନ୍ୟୁଜିଲାଣ୍ଡର “ସେଡାନ ପାର୍କ”ରେ ଖେଳାଯାଇଥିବା ଏକ ୫୦ ଓଭର ବିଶିଷ୍ଟ ଘରୋଇ ଟୁର୍ଣ୍ଣାମେଣ୍ଟ “ଦ ଫର୍ଡ ଟ୍ରଫି”ରେ ଏଭଳି ଏକ ରେକର୍ଡ ସୃଷ୍ଟି ହୋଇଥିଲା, ଯାହାର କେହି କଳ୍ପନା ବି କରିନଥିଲେ । ଜଣେ ବିସ୍ପୋରକ ଖେଳାଳୀ ଗୋଟେ ଓଭରରେ ୩୬ ରନ ସଂଗ୍ରହ କରିଥିବାର ତ ଆମେ ପୂର୍ବରୁ ଦେଖିଛୁ ଏବଂ ଜାଣିଛୁ କିନ୍ତୁ ‘ଏ’ କ୍ଲାସ କ୍ରିକେଟରେ ଗୋଟିଏ ଓଭରରେ ୪୩ ସଂଗ୍ରହ କରିବା ଏହା କ୍ରିକେଟ ଜଗତରେ ସଂପୂର୍ଣ୍ଣ ବିରଳ ।

ପ୍ରକାଶ ଥାଉକି, ଗତ କାଲି ନ୍ୟୁଜିଲାଣ୍ଡରେ ଖେଳାଯାଇଥିବା ଏହି ୫୦ ଓଭର ବିଶିଷ୍ଟ ଘରୋଇ ଟୁର୍ଣ୍ଣାମେଣ୍ଟରେ “ଜୋଏ କାର୍ଟର” ଏବଂ “ବ୍ରେଥ ହାମଟନ” ନାମକ ଦୁଇ ଖେଳାଳୀ ଗୋଟିଏ ଓଭରରେ ୪୩ ରନ ସଂଗ୍ରହ କରିଥିଲେ । ଗୋଟିଏ ଓଭରରେ ଏତେ ରନ ସଂଗ୍ରହ ହେଲା ପରେ ଏହା ‘ଲିଷ୍ଟ-ଏ ’ କ୍ରିକେଟ ସୂଚୀରେ ବିଶ୍ୱ ରେକର୍ଡ ରୂପେ ସାମିଲ ହୋଇଯାଇଛି ।
ଏହା ପୂର୍ବରୁ ‘ଲିଷ୍ଟ-ଏ ’ କ୍ରିକେଟ ସୂଚୀରେ ଗୋଟିଏ ଓଭରରେ ସର୍ବାଧିକ ରନ ସଂଗ୍ରହ କରିବାର ରେକର୍ଡ “ଏଲ୍ଟନ ଚିଗୁମବୁରା”ଙ୍କ ନାମରେ ଥିଲା, ଯିଏକି ୨୦୧୩ରେ ଢାକା ପ୍ରିମୟରେ ଲିଗ ଖେଳିବା ସମୟରେ ଗୋଟିଏ ଓଭରରେ ୩୯ ରନ ସଂଗ୍ରହ କରିଥିଲେ ।
ଆପଣ ଜାଣି ରଖିଥାନ୍ତୁ ଯେ, ‘ଲିଷ୍ଟ-ଏ ’ କ୍ରିକେଟ ସୂଚୀରେ ଆନ୍ତର୍ଜାତିକ ଦିକିକିଆ ସହ ଅନ୍ୟାନ୍ୟ ଘରୋଇ କ୍ରିକେଟ ଟୁର୍ଣ୍ଣାମେଣ୍ଟ ମଧ୍ୟ ସାମିଲ ରହିଛି ।


Share It

Comments are closed.