ବାପୁଙ୍କୁ ଅସମ୍ମାନ ପାଇଁ ପ୍ରଜ୍ଞା ଠାକୁରଙ୍କୁ କ୍ଷମା କରିବିନି – ମୋଦି


ନାଥୁରାମ ଗଡସେଙ୍କୁ ଦେଶଭକ୍ତ କହି ସାଧ୍ବୀ ପ୍ରଜ୍ଞା ଠାକୁର ନିଜ ଦଳକୁ ଅଡ଼ୁଆରେ ପକାଇବା ପରେ, ଆଜି ପ୍ରଧାନମନ୍ତ୍ରୀ ତାଙ୍କୁ ତୀବ୍ର ଭର୍ସନା କରିଛନ୍ତି । ଏକ ଘରୋଇ ଚାନେଲ କୁ ସାକ୍ଷାତକାର ଦେଇ ପ୍ରଧାନମନ୍ତ୍ରୀ ବାପୁଙ୍କୁ ଅସମ୍ମାନ ପାଇଁ ପ୍ରଜ୍ଞା ଠାକୁରଙ୍କୁ କ୍ଷମା କରିବେନି ବୋଲି କହିଛନ୍ତି । ସେ କହିଛନ୍ତି ଗାନ୍ଧୀ ଏବଂ ଗଡସେକୁ ନେଇ ଦିଆଯାଇଥିବା ମନ୍ତବ୍ୟ ଅତ୍ୟନ୍ତ ନିମ୍ନ ମାନର । ଏହିପରି କୌଣସି ମନ୍ତବ୍ୟ ଦେବା ପୂର୍ବରୁ ଶହେ ଥର ଚିନ୍ତା କରିବା ।

ସୂଚନାଯୋଗ୍ୟ ଯେ,  ଭୋପାଳ ଲୋକସଭା ଆସନରୁ ବିଜେପି ପ୍ରାର୍ଥୀ ଭାବେ ସାଧ୍ବୀ ପ୍ରଜ୍ଞା ଠାକୁର ଲଢୁଛନ୍ତି। ନାଥୁରାମ ଗଡସେଙ୍କୁ ସ୍ବାଧୀନ ଭାରତର ପ୍ରଥମ ହିନ୍ଦୁ ଉଗ୍ରପନ୍ଥୀ ବୋଲି ଅଭିନେତା ତଥା ଏମ୍‌ଏନ୍‌ଏମ୍‌ ମୁଖ୍ୟ କମଲ ହାସନ ଦେଇଥିବା ବୟାନଙ୍କୁ ବିରୋଧ କରି ପ୍ରଜ୍ଞା ଗଡସେଙ୍କୁ ଦେଶଭକ୍ତ ବୋଲି କହିଥିଲେ । ଗଡସେ ଦେଶଭକ୍ତ ଥିଲେ ଏବଂ ରହିବେ ବୋଲି ମତ ଦେଇ ସେ କହିଥିଲେ ଯେ ଯେଉଁମାନେ ଏହାକୁ ନେଇ ପ୍ରଶ୍ନ ଉଠାଉଛନ୍ତି ସେମାନଙ୍କୁ ଏଥର ଲୋକସଭା ନିର୍ବାଚନରେ କଡ଼ା ଜବାବ ମିଳିବ। ତେବେ ଏହାକୁ ନେଇ ବିରୋଧୀ ଦଳମାନେ ବିଜେପିକୁ ଘେରିବା ସହ ଏବଂ ବିଜେପି ପକ୍ଷରୁ ମଧ୍ୟ ସାଧ୍ବୀଙ୍କ ଏଭଳି ବୟାନକୁ ନିନ୍ଦା କରାଯାଇଥିଲା । ପ୍ରଥମରୁ ନିଜ ବୟାନରେ ଅଡ଼ି ବସିଥିବା, ସାଧ୍ବୀ ପରେ ଏଥିପାଇଁ କ୍ଷମା ପ୍ରାର୍ଥନା କରିଥିଲେ ।


Share It

Comments are closed.