ନେଟମେଡସ ଡଟ କମ ପକ୍ଷରୁ ୨୬ଟି “ଫୁଲଫିଲମେଣ୍ଟ ସେଣ୍ଟର’


ଭୁବନେଶ୍ୱର: ଗ୍ରାମାଚଂଳ ଓ ସହରାଚଂଳରେ ପହଂଚିବା ଏବଂ ଶୀଘ୍ର ଓ ପ୍ରଭାବଶାଳୀ ଢଙ୍ଗରେ ଦୂରଦୂରାନ୍ତ ସ୍ଥାନରେ ଔଷଧ ପହଂ·ଇବା ପାଇଁ ଭାରତର ଅଗ୍ରଣୀ ଅନଲାଇନ ଫାର୍ମାସି ‘ନେଟମେଡସ ଡଟ କମ’ ତରଫରୁ ୨୦୨୦ ସୁଦ୍ଧା ମେଟ୍ରୋ ସହର ଓ ଦ୍ୱିତୀୟ ଶ୍ରେଣୀ ସହର ଗୁଡ଼ିକରେ ୨୬ଟି ଫୁଲଫିଲମେଣ୍ଟ ସେଣ୍ଟର (ଏଫସି) ସ୍ଥାପନ କରାଯିବ । ବର୍ତମାନ, ସାରା ଦେଶରେ ୩ ଲକ୍ଷ ବର୍ଗ ଫୁଟରୁ ଅଧିକ ସ୍ଥାନରେ ନେଟମେଡସର ୧୪ଟି ଫୁଲଫିଲମେଣ୍ଟ ସେଣ୍ଟର ଯେପରିକି ତିନୋଟି ଚେନ୍ନାଇରେ ରହିଥିବାବେଳେ ବଳକା ସେଣ୍ଟର ଗୁଡ଼ିକ ଯଥାକ୍ରମେ ବାଙ୍ଗାଲୋର, ହାଇଦ୍ରାବାଦ, ଦିଲ୍ଲୀ, ମୁମ୍ବାଇ, କୋଲକାତା, ଅହମ୍ମଦାବାଦ, ପୁନେ, ନୋଏଡା, ଲକ୍ଷେ୍ନø, ରାୟପୁର ଓ ଗୋହ୍ୱାଟିରେ ରହିଛି ।
ବିଭିନ୍ନ ଜୋନରେ ·ହିଦାକୁ ଦୃଷ୍ଟିରେ ରଖି ନେଟମେଡସ ପକ୍ଷରୁ ଦ୍ୱିତୀୟ ଶ୍ରେଣୀ ସହର ଗୁଡ଼ିକରେ ୬ଟି ଅଧିକ ଏଫସି ସ୍ଥାପନ କରାଯିବ ।ଏହି ଏଫସି ଗୁଡ଼ିକ ୨ ଲକ୍ଷ ବର୍ଗଫୁଟରୁ ଅଧିକ ଅଂଚଳରେ ରହିବ ଯାହା ଦେଶର ମେଟ୍ରୋ ସହର ଓ ଦ୍ୱିତୀୟ ଶ୍ରେଣୀ ସହର ଗୁଡ଼ିକର ଆବଶ୍ୟକତା ପୂରଣ କରିବ । ଏହି ନୂଆ ବ୍ୟବସ୍ଥା, ଉଚ୍ଚ ଫିଲହାର ଏବଂ ଲଜିଷ୍ଟିକ ଓ ନେଟମେଡସ ଡଟକମର ଯୋଗାଣ ଶୃଙ୍ଖଳା ପରି·ଳନାରେ ଉନ୍ନତି ଆଣି ଗ୍ରାହକଙ୍କ ଅନୁଭୂତିରେ ଉନ୍ନତି ଆଣିବ । ଏହି ବ୍ୟବସ୍ଥା ଗୁଡ଼ିକ ଦ୍ୱାରା ଶୀଘ୍ର ଅର୍ଡର ପ୍ରୋସେସିଂ ଓ ପ୍ରଭାବଶାଳୀ ଇନଭେଟୋରିଙ୍ଗ ପରି·ଳନାକୁ ନିଶ୍ଚିତ କରାଯାଇପାରିବ ।
ଏହି ସଂପ୍ରସାରଣ ବିଷୟରେ ପ୍ରଦୀପ ଦାଧା, ପ୍ରତିଷ୍ଠାତା ଓ ସିଇଓ, ନେଟମେଡସ ଡଟ କମ କହିଛନ୍ତି ଯେ, “”ଗ୍ରାମାଚଂଳ ଓ ସହରାଚଂଳରେ ଏକ ବୁଦ୍ଧିମାନ, ଦୂରଦୂରାନ୍ତ ସ୍ଥାନରେ ଏବଂ ଶୀଘ୍ର ସ୍ୱାସ୍ଥ୍ୟସେବା ସମାଧାନ ପ୍ରଦାନ କରିବାର ଆବଶ୍ୟକତାକୁ ବୁଝି ପାରି ନେଟମେଡସ ଡଟ କମ ଅନଲାଇନ ଫାର୍ମାସି ବଜାରରେ ଅଗ୍ରଣୀସ୍ଥାନ ହାସଲ କରିପାରିଛି । ଆମର ଲକ୍ଷ୍ୟ ହେଉଛି ପ୍ରତିଟି ଭାରତୀୟଙ୍କ ପାଇଁ ଔଷଧକୁ ସୁଲଭ ଏବଂ ହାସଲ ଯୋଗ୍ୟ କରିବା । ”
ପ୍ରିୟା ଜନ, ନିର୍ଦେଶକ-ଅପରେସନ, ନେଟମେଡସ ଡଟ କମ କହିଛନ୍ତି ଯେ, “ସାରା ଦେଶରେ ଇଟଂରନେଟର ଉପଲବ୍ଧତା ଏବଂ ଅନଲାଇନ ମେଡିକାଲ ଡେଲିଭରି ପ୍ଲାଟଫର୍ମ ପ୍ରତି ପ୍ରକ୍ରିୟା ଓ ଗ୍ରହଣୀୟତା ବଢ଼ିବା ଯୋଗୁଁ ଗତ ଆର୍ଥିକ ବର୍ଷରେ ବିକ୍ରିରେ ତିନି ଗୁଣା ବୃଦ୍ଧି ହୋଇଛି । ଏହ ସବୁ ଅର୍ଡର ଗୁଡ଼ିକ ମୁଖ୍ୟତଃ ମେଟ୍ରୋ ସହର ଏବଂ ପରେ ଦ୍ୱିତୀୟ ଏବଂ ତୃତୀୟ ଶ୍ରେଣୀ ସହରରୁ ଆସୁଛି । ଆମର ଗୋଦାମ ଓ ପରି·ଳନା ବ୍ୟବସ୍ଥାରେ ନୂତନ ବ୍ୟବସ୍ଥା ସଂଯୋଗ ଦ୍ୱାରା କେବଳ ଦ୍ରୁତ ଡେଲିଭରି ଏବଂ ପ୍ରଭାବୀ ଅର୍ଡର ପରି·ଳନା ସମ୍ଭବ ହେବ ତାହା ନୁହେଁ, ବରଂ ଦେଶର ପୂର୍ବରୁ ଅପହଂଚ ଥିବା ଅଂଚଳରେ ଔଷଧ ପହଂଚି ପାରିବ ।”
ସାରା ଦେଶର ୬୧୦ ସହରଏବଂ ୧୯,୦୦୦ ପିନ କୋଡରେନେଟମେଡସ ଡଟ କମ ୩.୭ ନିୟୁତରୁ ଅଧିକ ଗାହକଙ୍କୁ ସେବା ପ୍ରଦାନ କରୁଛି । ଗ୍ରାହକମାନେ ଡାକ୍ତରଙ୍କ ପ୍ରେସକ୍ରିପସନର ଔଷଧ ବ୍ୟତୀତ ଅଣ ପ୍ରେସକ୍ରିପସନ ସ୍ୱାସ୍ଥ୍ୟ, ୱେଲନେସ ଓ ପର୍ସନାଲକୋର ଉତ୍ପାଦ ପାଇଁ ୫୫,୦୦୦ରୁ ଅଧିକ ଏସକେୟୁ ପାଇପାରୁଛନ୍ତି । ନେଟମେଡସ ପକ୍ଷରୁ ସାରା ଦେଶରେ ୫୦୦ରୁଅଧିକ ଫାର୍ମାସିଷ୍ଟ, ଫାର୍ମାସିଟେକ୍ନିସିଆନ, ଗ୍ରାହକ ସେବା ବିଶେଷଜ୍ଞ, ଲଜିଷ୍ଟିକସ ଓ ଓୟାରହାଉସଏ କ୍ସପର୍ଟସ, ଡିଜିଟାଲପେମେଂଟ ବୃତିଧାରୀ ଓ ପ୍ରୋଗ୍ରାମରଙ୍କୁ ନିଯୁକ୍ତ କରାଯାଇଛି ।


Share It

Comments are closed.