ନୀଳାଚଳ ଇସ୍ପାତ ନିଗମ ପକ୍ଷରୁ ଜରୁରୀକାଳୀନ ପ୍ରସ୍ତୁତି ପରୀକ୍ଷା ପାଇଁ ପୂର୍ଣ୍ଣ ମାତ୍ରାର ସୁରକ୍ଷା ମକ୍ ଡ୍ରିଲ୍

Share It

କଳିଙ୍ଗନଗର: କାରଖାନାରେ ଜରୁରୀକାଳୀନ ସୁରକ୍ଷା ପ୍ରସ୍ତୁତିର ପରୀକ୍ଷା ଓ ଏଥିରେ ଉନ୍ନତି ଆଣିବା ଲକ୍ଷ୍ୟ ନେଇ ନୀଳାଚଳ ଇସ୍ପାତ ନିଗମ ପକ୍ଷରୁ ବୁଧବାର ଦିନ ପ୍ଲାଂଟ ପରିସରରେ ନିରାପତା ମକ୍ ଡ୍ରିଲ୍ ଅନୁଷ୍ଠିତ ହୋଇଯାଇଛି । କାରଖାନା ପରିସରରେ ଥିବା ବ୍ଲାଷ୍ଟ୍ ଫର୍ଣ୍ଣେସ୍ ଷ୍ଟୋଭ ଅଂଚଳରୁ ସମ୍ଭାବ୍ୟ ଗ୍ୟାସ୍ ଲିକ୍ ସ୍ଥିତିରେ ଏହାର ପ୍ରତିକ୍ରିୟା ଦକ୍ଷତାକୁ ଦେଖିବା ଲାଗି ଏଭଳି ଏକ ମକ୍ ଡ୍ରିଲ୍ ଆୟୋଜନ କରାଯାଇଛି ।
ବାସ୍ତବରେ କୌଣସି ଗ୍ୟାସ୍ ଲିକ୍ ହୋଇନଥିବା ବେଳେ ଏହି ମକ୍ ଡ୍ରିଲରେ ବିଭିନ୍ନ ଦିଗକୁ ନେଇ ଏଭଳି ଏକ କାଳ୍ପନିକ ସ୍ଥିତି ସୃଷ୍ଟି କରାଯାଇ ନିରାପତା, ମେଡିକାଲ, ସିକ୍ୟୁରିଟି ଆଣ୍ଡ ଅପରେସନ୍‌, ଅଗ୍ନିଶମ ବାହିନୀ ସମେତ ବିଭିନ୍ନ ଟିମ୍‌ର ପ୍ରସ୍ତୁତିର ପରୀକ୍ଷା କରାଯାଇଥିଲା । ମକ୍ ଡ୍ରିଲ୍ ସମୟରେ ଟିମ୍‌ଗୁଡ଼ିକୁ ନିର୍ଧାରିତ ସମୟରେ କ୍ଷେତ୍ର ସ୍ଥଳରେ ପହଂଚିବା, ନିର୍ଧାରିତ ସ୍ଥଳରୁ ଲୋକମାନଙ୍କ ଉଦ୍ଧାରକୁ ନିଶ୍ଚିତ କରିବା, ସଠିକ୍ ସମୟରେ ନିରୀକ୍ଷଣ ଓ ସମ୍ଭାବ୍ୟ ବିପଦପୂର୍ଣ୍ଣ ପରିସ୍ଥିତିର ମୁକାବିଲା (କଂଟେନ୍‌୍‌ମେଂଟ୍‌) କରିବା ଓ ବାସ୍ତବ ସମୟ ପରିସ୍ଥିତିର ମୁକାବିଲା ଲାଗି ବ୍ୟବହାରିକ ଶିକ୍ଷଣର ଆବଶ୍ୟକତାକୁ ପ୍ରାଧାନ୍ୟ ଦିଆଯାଇ ଥିଲା ।
ଓଡ଼ିଶା କାରଖାନା ନିୟମ, ୧୯୫୦ ଅନୁଯାୟୀ ନୀଳାଚଳ ଇସ୍ପାତ ନିଗମ ଲିମିଟେଡର ନିରାପତା ବିଭାଗ ପକ୍ଷରୁ ଅର୍ଦ୍ଧବାର୍ଷିକ ଜରୁରୀକାଳୀନ ମକ୍ ଡ୍ରିଲ୍ ଆୟୋଜନ କରାଯାଇଛି । ଯାଜପୁରର ଫ୍ୟାକ୍ଟ୍ରିଜ୍ ଆଣ୍ଡ୍ ବଏଲର୍ସ ନିର୍ଦେଶାଳୟର ଉପନିର୍ଦ୍ଦେଶକଙ୍କୁ ଜରୁରୀକାଳୀନ ମକ୍ ଡ୍ରିଲ୍ କରିବା ପୂର୍ବରୁ ସୂଚନା ଦିଆଯାଇଥିଲା ।
ଦାନଗଦୀ ଅଗ୍ନିଶମ କେନ୍ଦ୍ର ପ୍ରଭାରୀ ଦଶରଥ ନାୟକ ଓ କନଷ୍ଟେବଳ କେ ଭି ପରିଡ଼ାଙ୍କ ଉପସ୍ଥିତିରେ ମକ୍ ଡ୍ରିଲ୍ ପରିଚାଳିତ ହୋଇଥିଲା । ଅନ୍ୟମାନଙ୍କ ମଧ୍ୟରେ କାର୍ଯ୍ୟ ମୁଖ୍ୟ ନିୟନ୍ତ୍ରକ ତଥା କାରଖାନା ପରିଚାଳକ ବିନୀତ ରଞ୍ଜନ ତ୍ରିପାଠୀ, ସୁରକ୍ଷା ସଂଯୋଜକ ତଥା ମୁଖ୍ୟ ଏସ୍‌ଏଚ୍‌ଇଆଣ୍ଡଏସ୍ ଶିଖର କୌଶିକ ଜରୁରୀକାଳୀନ କଂଟ୍ରୋଲ ରୁମ୍‌ରୁ ଅନ୍‌ସାଇଟ୍ ଜରୁରୀକାଳୀନ ମକ୍ ଡ୍ରିଲ୍ ସଂଯୋଜନା କରିଥିଲେ ।


Share It

Comments are closed.