ନୱାଜ ସରିଫଙ୍କ ସ୍ୱାସ୍ଥ୍ୟବସ୍ଥା ଗମ୍ଭୀର, ବାପାଙ୍କୁ ବିଷ ଦିଆଯାଉଥିବାର ଅଭିଯୋଗ ଆଣିଲେ ପୁଅ ହୁସେନ


ଭ୍ରଷ୍ଟାଚାରର ଏକ ମାମଲାରେ ଦୋଷୀ ସାବ୍ୟସ୍ତ ହୋଇ ୭ ବର୍ଷ ପାଇଁ ସଜା କାଟୁଥିବା ପାକିସ୍ତାନର ପୂର୍ବତ୍ତନ ପ୍ରଧାନମନ୍ତ୍ରୀ ନୱାଜ ସରିଫଙ୍କ ସ୍ୱାସ୍ଥ୍ୟବସ୍ଥା ବର୍ତ୍ତମାନ ଗମ୍ଭୀର ହୋଇ ପଡିଛି । ଏହାକୁ ନେଇ ସରିଫଙ୍କ ପୁଅ ଅଭିଯୋଗ ଆଣିଛନ୍ତି କି, ତାଙ୍କ ବାପାଙ୍କୁ ଜୀବନର ମାରି ଦେବା ପାଇଁ ଜେଲରେ ସ୍ଲୋ ପଏଜନ ବିଷ ଦିଆଯାଉଛି । ଭ୍ରଷ୍ଟାଚାର ମାମଲାରେ ସରିଫ ଲାହୋର ଜେଲରେ ବନ୍ଦୀ ଥିବାବେଳେ ତାଙ୍କ ଶରୀରରେ ପ୍ଲେଟଲେଟର ମାତ୍ର ଅନେକ ମାତ୍ରରେ କମିଯାଇଛି, ଯାହାର ପ୍ରମୁଖ କାରଣ ସ୍ଲୋ ପଏଜନ ବିଷ ହୋଇପାରେ ଜଣାପଡିଛି ।
ଲଣ୍ଡନରେ ରହୁଥିବା ନୱାଜ ସରିଫଙ୍କ ପୁଅ ତାଙ୍କ ବାପାଙ୍କ ବିରୋଧରେ ହେଉଥିବା ଷଡଯନ୍ତ୍ର ଅଭିଯୋଗ ଆଣିବା ସହ ଏହା ବିଷର ଲକ୍ଷଣ ବୋଲି ଟ୍ୱିଟ କରି ମଧ୍ୟ ଜଣାଇଛନ୍ତି ।

ଏହା ସହ ସେ ଟ୍ୱିଟ କରି ଆହୁରୀ ମଧ୍ୟ କହିଛନ୍ତି ଯେ, “ମୋ ବାପାଙ୍କର ଯଦି କିଛି ହୋଇଯାଏ, ତେବେ ଏଥିପାଇଁ ଦାୟୀ କିଏ ହେବ ?” । ପିଏମଏଲର ଅଧ୍ୟକ୍ଷ ତଥା ନୱାଦ ସରିଫଙ୍କ ସାନା ଭାଇ ଶାହାବାଜ ସରିଫ ଗତ ମଙ୍ଗଳବାର ଦିନ ସରିଫଙ୍କୁ ସାକ୍ଷାତ କରି ତାଙ୍କ ସ୍ୱାସ୍ଥ୍ୟବସ୍ଥା ସଂପର୍କରେ ଚିନ୍ତା ପ୍ରକଟ କରି ଟ୍ୱିଟ ମଧ୍ୟ କରିଛନ୍ତି । ସେ ଟ୍ୱିଟ କରି କହିଛନ୍ତି ଯେ, “ମୁଁ ଆଜି ଭାଇଙ୍କ ସହ ସାକ୍ଷାତ କଲି । ତାଙ୍କ ସ୍ୱାସ୍ଥ୍ୟବସ୍ଥାରେ ଦ୍ରୁତମାତ୍ରାରେ ଘଟୁଥିବା ଅବନତୀକୁ ଦେଖି ମୁଁ ଚିନ୍ତିତ । ସରକାରଙ୍କୁ ଉଦାସୀନତା ଛାଡି ତାଙ୍କ ସ୍ୱାସ୍ଥ୍ୟ ପ୍ରତି ଯତ୍ନବାନ ହେବାର ଆବଶ୍ୟକତା ରହିଛି । ”
ପ୍ରକାଶ ଥାଉକି, ମଙ୍ଗଳବାର ଦିନ ନାୱାଜ ସରିଫଙ୍କ ସ୍ୱାସ୍ଥ୍ୟବସ୍ଥାକୁ ନେଇ ଆସିଥିବା ମେଡିକାଲ ରିପୋର୍ଟ ଅନୁଯାୟୀ ତାଙ୍କ ଶରୀରରେ ପ୍ଲେଟଲେଟର ମାତ୍ର ୧୬୦୦୦ରୁ ୨୦୦୦କୁ କମି ଆସିଛି । ଯେଉଁ ତାଙ୍କ ସ୍ୱାସ୍ଥ୍ୟବସ୍ଥା ଖୁବ ଗମ୍ଭୀର ହୋଇ ପଡିଥିଲା । ସରିଫଙ୍କୁ ବଞ୍ଚାଇ ପାଇଁ ଡାକ୍ତରଙ୍କୁ ତାଙ୍କ ଶରୀରରେ ପ୍ଲେଟଲେଟର ମାତ୍ର ବଢାଇବାକୁ ପଡିଥିଲା ।


Share It

Comments are closed.