କରୋନା ସଂକ୍ରମଣକୁ ରୋକିବା ପାଇଁ ‘ନାସା’ ଆବିଷ୍କାର କଲା ‘ଥ୍ରୀ-ଡି ପ୍ରିଣ୍ଟେଡ ନେକଲେସ୍ ‘


କରୋନା ଭାଇରସ୍ ସଂକ୍ରମଣକୁ ବ୍ୟାପିବାରୁ ରୋକିବା ପାଇଁ ସମଗ୍ର ବିଶ୍ୱର ଡାକ୍ତର ଏବଂ ବୈଜ୍ଞାନିକ ଦିନ ରାତି କାମ କରୁଛନ୍ତି। ଏପରି କ୍ଷେତ୍ରରେ ଏଥିରୁ ବର୍ତ୍ତିବାର ରାସ୍ତା ହେଉଛି ପରସ୍ପର ସହ ଦୂରତା ବଜାୟ ରଖିବା। ଏପରି ଉଦ୍ୟମରେ ନ୍ୟାସନାଲ୍ ଏରୋନେଟିକ୍ସ ଆଣ୍ଡ ସ୍ପେସ୍ ଆଡମିନିଷ୍ଟେସନ(ନାସା) ଏକ ଥ୍ରୀ-ଡି ପ୍ରିଣ୍ଟେଡ ନେକଲେସ୍ ପ୍ରସ୍ତୁତ କରିଛନ୍ତି ଯାହା କୌଣସି ବ୍ୟକ୍ତିଙ୍କ ସମ୍ପର୍କରେ ଆସିଲେ ଆପଣଙ୍କୁ ଆଲର୍ଟ କରିଥାଏ।
ଏହି ଖାସ୍ ନେକଲେସର ନାଁ ନାସା ପ୍ଲସ ରଖିଛି। ଏହା ହାତର ଗତିବିଧିକୁ ଟ୍ରାକ୍ କରିଥାଏ ଏବଂ ଆପଣଙ୍କୁ ନିଜର ମୁହଁ ଛୁଇଁବାକୁ ମନା କରିଥାଏ। ଏହି ନେକଲେସକୁ ପିନ୍ଧିଥିବା ଅବସ୍ଥାରେ ଯଦି ଆପଣ ମୁହଁ ଛୁଇଁବାକୁ ଉଦ୍ୟମ କରିବେ ତେବେ ଏଥିରେ ଭାଇବ୍ରେସନ୍ ଆଲାର୍ମ ବାଜିବ। ଆପଣଙ୍କ ହାତ ମୁହଁ ପାଖାପାଖି ଆସିବା ମାତ୍ରେ ଭାଇବ୍ରେସନ୍ ଆହୁରି ବଢ଼ିଯିବ।
ନାସାର ଜେଟ୍ ପ୍ରୋପଲ୍ସନ ଲାବୋରେଟୋରି ପ୍ଲସ ନେକଲେସକୁ ପ୍ରସ୍ତୁତ କରିଛି। ଏଥିରେ ୧୨ଇଞ୍ଚ ରେଞ୍ଜର ପ୍ରୋକ୍ସିମିଟି ସେନସର ବ୍ୟବହାର କରାଯାଇଛି। ଭାଇବ୍ରେସନ୍ ପାଇଁ ଏଥିରେ ଏକ ମୋଟର ମଧ୍ୟ ଲାଗିଛି ଯାହାକୁ ଏକ ଛୋଟ ୩ଭି ବ୍ୟାଟେରୀ ସହ ଯୋଡ଼ା ଯାଇଛି। ନାସାର କହିବା ଅନୁସାରେ ଏହି ନେକଲେସକୁ ଗର୍ଦରର ୬ଇଞ୍ଚ ତଳେ ରଖିବା ଦ୍ୱାରା ଏହା ସଠିକ୍ ପରିଣାମ ଦେଖାଇଥାଏ।


Share It

Comments are closed.