ଭୁବନେଶ୍ୱର : ମିନ୍ତ୍ରା ପକ୍ଷରୁ ଏହାର ସର୍ବବୃହତ୍ ଫେଷ୍ଟିଭ୍ ଫ୍ୟାଶନ ଇଭେଂଟ୍, ବିଗ୍ ଫ୍ୟାଶନ ଫେଷ୍ଟିଭାଲର ଆରମ୍ଭ ସମ୍ପର୍କରେ ଘୋଷଣା କରାଯାଇଛି । ୬୦୦୦ରୁ ଅଧିକ ବ୍ରାଣ୍ଡ୍ରୁ ୨୩ ଲକ୍ଷରୁ ଅଧିକ ଷ୍ଟାଇଲ୍ ସହିତ ମିନ୍ତ୍ରା ବିଏଫ୍ଏଫ୍ର ଏହି ୪ର୍ଥ ସଂସ୍କରଣ ଫ୍ୟାଶନ, ବିୟୁଟି ଓ ଲାଇଫ୍ଷ୍ଟାଇଲ୍ କ୍ଷେତ୍ରରେ ସିଲେକ୍ସନର ସବୁଠାରୁ ବଡ ସମ୍ମିଶ୍ରଣ ପ୍ରଦାନ କରୁଛି ଏବଂ ଏହି ଫେଷ୍ଟିଭ କାର୍ଣ୍ଣିଭାଲ ସମୟରେ ୮ ମିଲିୟନରୁ ଅଧିକ ଗ୍ରାହକ ସପିଙ୍ଗ କରିବେ ବୋଲି ଆଶା କରାଯାଉଛି । ଏହି ପ୍ଲାଟ୍ଫର୍ମର ବାର୍ଷିକ ଫେଷ୍ଟିଭ୍ ସପିଙ୍ଗ୍ ବୋନାଞ୍ଜା ଆସନ୍ତା ୭ ଅକ୍ଟୋବରରୁ ଆରମ୍ଭ ହେବ । ବ୍ରାଣ୍ଡଗୁଡିକରୁ ୫ ଲକ୍ଷରୁ ଅଧିକ ନୂଆ ଉତ୍ପାଦକୁ ସାମିଲ କରାଯାଇଛି ଯାହା ଅଣମେଟ୍ରୋ ଗ୍ରାହକଙ୍କ ମଧ୍ୟରେ ଖୁବ୍ ଲୋକପ୍ରିୟ ଅଟେ । ଟ୍ରାଫିକ୍ରେ ଆଶା କରାଯାଉଥିବା ବୃଦ୍ଧିକୁ ପୂରଣ କରିବା ଏବଂ ପ୍ଲାଟ୍ଫର୍ମକୁ ଆସୁଥିବା ପ୍ରତ୍ୟେକ ସପର୍ଙ୍କୁ ଏକ ସୁଗମ ଓ ବାଧାହୀନ ସପିଙ୍ଗ୍ ଯାତ୍ରା ପ୍ରଦାନ କରିବା ପାଇଁ ମିନ୍ତ୍ରା ଏହାର ସିଷ୍ଟମକୁ ପିକ୍ରେ ୧ ମିଲିୟନ ଗ୍ରାହକଙ୍କୁ ନିୟନ୍ତ୍ରଣ କରିବା ପାଇଁ ବ୍ୟାପକ କରିଛି । ଚଳିତ ବର୍ଷ ଏହି ପ୍ଲାଟ୍ଫର୍ମ ଶୋ’ଷ୍ଟପର୍ସ୍, ବିଏଫ୍ ସ୍ପେଶିଆଲ୍ ଓ ରିୱାର୍ଡ ଭଳି ପାର୍ବଣ-ଆଧାରିତ ବର୍ଗ ପ୍ରଦର୍ଶିତ କରିବା ଲାଗି ଡିଜାଇନ୍ ହୋଇଥିବା ବିଭିନ୍ନ ଅଂଶ ପାଇଁ ପହଂଚ ପ୍ରଦାନ କରିବ । ଏହି ପ୍ଲାଟ୍ଫର୍ମରେ ୧୫୦ରୁ ଅଧିକ ନୂଆ ଲଂଚ୍, କ୍ରସ୍-ବ୍ରାଣ୍ଡ ସହଭାଗିତା ଓ ସେଲେବ୍ଢବ୍ରାଣ୍ଡ କ୍ରସ୍ଓଭର୍ ସହିତ ବିଏଫ୍ଏଫ୍ ସ୍ପେଶିଆଲ୍ସ ପାଇଁ ସ୍ୱତନ୍ତ୍ର ହିରୋ କଲେକ୍ସନ ରହିଛି । ଫ୍ୟାଶନ ଓ ବିୟୁଟି ବ୍ୟତୀତ ଚଳିତ ପାର୍ବଣ ଋତୁରେ ବର୍ଦ୍ଧିତ ଚାହିଦାର ସାକ୍ଷୀ ହେବା ପାଇଁ ପ୍ରସ୍ତୁତ ଥିବା କିଛି ଉଦୀୟମାନ ବର୍ଗଗୁଡିକ ମଧ୍ୟରେ ହୋମ୍ ପ୍ରଡକ୍ଟ, ଲଗେଜ, ଟ୍ରାଭେଲ ଓ ଆକ୍ସେସରି, ଫୁଟ୍ୱେୟାର ଓ ହ୍ୟାଣ୍ଡବ୍ୟାଗ୍ ଆଦି ସାମିଲ ରହିଛି ।
ଏହି ଫେଷ୍ଟିଭ୍ ଇଭେଂଟ୍ ବ୍ରାଣ୍ଡଗୁଡିକ ଦ୍ୱାରା ଅପ୍ରତ୍ୟାଶିତ ମୂଲ୍ୟ ପ୍ରସ୍ତାବ ପାଇଁ ପହଂଚ ପ୍ରଦାନ କରିବା ସହିତ କର୍ଟନ ରାଇଜର୍ ଡିଲ୍, ଗ୍ରାଣ୍ଡ ଓପ୍ନିଙ୍ଗ ଆୱାର୍ସ, ବ୍ରାଣ୍ଡ ମାନିଆ ଓ ଲିମିଟେଡ୍-ଟାଇମ୍ ଡିଲ୍ କନ୍ଷ୍ଟ୍ରକ୍ଟସ ଭଳି ସ୍ୱଦେଶୀ ଗ୍ରାହକ ନିୟୋଜନ ପ୍ରସ୍ତାବ ପ୍ରଦାନ କରୁଛି । ଗ୍ରାହକମାନେ ମିନ୍ତ୍ରା ରିଭୋଲ୍ୟୁଶ୍ନାରୀ ପ୍ରାଇସ୍ ପାଇଁ ଅପେକ୍ଷା କରିପାରିବେ ଯାହା ଆକର୍ଷଣୀୟ ମୂଲ୍ୟ ଅଫର୍ ବ୍ୟତୀତ ୧୦% ବ୍ୟାଙ୍କ ଅଫର୍ ପ୍ରଦାନ କରୁଛି । ଏହି ଇଭେଂଟ୍ ସମୟରେ କୋଟାକ୍ ମହିନ୍ଦ୍ରା ବ୍ୟାଙ୍କ ସହିତ ସହଭାଗିତାରେ ମିନ୍ତ୍ରାର କୋ-ବ୍ରାଣ୍ଡେଡ୍ କ୍ରେଡିଟ୍ କାର୍ଡ ବ୍ୟବହାର ଉପରେ ଅତିରିକ୍ତ ୧୫% ରିହାତି ପାଇଁ ଆକ୍ସେସ୍ ରହିବ । ଏହାଛଡା ସପର୍ମାନେ ଆଇସିଆଇସିଆଇ, କୋଟାକ୍, ପେଟିଏମ୍ ଓ କ୍ରେଡ୍ ଭଳି ପାର୍ଟନର୍ଙ୍କ ମାଧ୍ୟମରେ ପେମେଂଟ୍ ଅଫର୍ ପାଇପାରିବେ । ଚଳିତ ବିଏଫ୍ଏଫ୍ରେ ଏକ ନିର୍ଦ୍ଧିଷ୍ଟ ରାଶି ଉପରେ ସପିଙ୍ଗ୍ କରୁଥିବା ଗ୍ରାହକମାନେ ଉତ୍ସାହଜନକ ରିୱାର୍ଡ ପାଇବାକୁ ସକ୍ଷମ ହେବେ ଯେଉଁଥିରେ ଗୋଲ୍ଡ କଏନ୍, ଟ୍ରଲି ଓ ବ୍ୟାକ୍ପ୍ୟାକ୍ ଆଦି ସାମିଲ ରହିଥାଇପାରେ ।
ବିଗ୍ ଫ୍ୟାଶନ ଫେଷ୍ଟିଭାଲ ସମ୍ପର୍କରେ ମିନ୍ତ୍ରାର ସିଇଓ ନନ୍ଦିତା ସିହ୍ନା କହିଛନ୍ତି, ‘ସମଗ୍ର ଦେଶ ଉତ୍କଣ୍ଠାର ସହ ପାର୍ବଣ ଋତୁକୁ ଅପେକ୍ଷା କରିଥିବାରୁ ମିନ୍ତ୍ରାରେ ଆମେ ଆମର ବିଗ୍ ଫ୍ୟାଶନ ଫେଷ୍ଟିଭାଲର ସବୁଠାରୁ ବଡ ସଂସ୍କରଣକୁ ଆରମ୍ଭ କରିବା ପାଇଁ ପ୍ରସ୍ତୁତ ହୋଇଛୁ । ଏହା ବଡ ଓ ଛୋଟ ବ୍ରାଣ୍ଡ, କିରାନା ପାର୍ଟନର ଓ କାରିଗରଙ୍କ ସମେତ ଆମର ଇକୋସିଷ୍ଟମ ପାର୍ଟନରଙ୍କ ପାଇଁ ଅଧିକ ବିକଶିତ ହେବା ଲାଗି ଏକ ସୁଯୋଗ ଅଟେ ।’ ପାର୍ବଣ ନିଯୁକ୍ତି ବୃଦ୍ଧିର ଅଂଶ ଭାବେ ମିନ୍ତ୍ରା ଏହାର ମହିଳା କର୍ମଚାରୀଙ୍କ ନିଯୁକ୍ତି ହାର ବୃଦ୍ଧି କରିଛି, ଏହାକୁ ୨୧%କୁ ବୃଦ୍ଧି କରିଥିବା ବେଳେ ଗରିବ ଶ୍ରେଣୀର ମହିଳାମାନଙ୍କ ପାଇଁ ନିଯୁକ୍ତି ସୁଯୋଗ ସୃଷ୍ଟି କରିଛି ଏବଂ ଏହା ଅତିରିକ୍ତ ଆୟ ସୁଯୋଗଗୁଡିକୁ ବିସ୍ତାର କରିଛି । ଏହି ନିଯୁକ୍ତି ହରିଆନା, ତେଲେଙ୍ଗାନା, ପଶ୍ଚିମବଙ୍ଗ ଓ କର୍ଣ୍ଣାଟକ ଭଳି ରାଜ୍ୟର ଗ୍ରାମାଚଂଳ ଓ ଗ୍ରାମଗୁଡିକରେ ବ୍ୟାପ୍ତ ରହିଛି । ଯୋଗାଣ ଶୃଙ୍ଖଳା ବ୍ୟତୀତ ଚଳିତ ପାର୍ବଣ ଋତୁରେ କଂଟାକ୍ଟ ସେଂଟରରେ କରାଯାଇଥିବା ମୋଟ ନିଯୁକ୍ତି ପରିମାଣରେ ୪୫% ମହିଳା କର୍ମଚାରୀ ରହିବେ । ୧୭୦୦୦ ମେନ୍ସା (ମିନ୍ତ୍ରା ଏକ୍ସଟେଣ୍ଡେଡ୍ ନେଟ୍ୱର୍କ ଫର୍ ସର୍ଭିସ୍ ଅଗ୍ମେଂଟେଶନ) ସାମିଲ ଥିବା ମିନ୍ତ୍ରାର ବର୍ଦ୍ଧିତ ଯୋଗାଣ ଶୃଙ୍ଖଳା ନେଟ୍ୱର୍କ, ପ୍ଲାଟ୍ଫର୍ମର ପଡୋଶୀ କିରାନା ଷ୍ଟୋର୍ ପାର୍ଟନର୍ମାନେ ଦେଶବ୍ୟାପୀ ଫେଷ୍ଟିଭ୍ ଅର୍ଡର୍ଗୁଡିକୁ ପୂରଣ କରିବା ପାଇଁ ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିବେ ।
Comments are closed.