ପୁଅମାନେ ହିଁ ପିତାମାତାଙ୍କ ପ୍ରତି ଅଧିକ ଦୁର୍ବବ୍ୟହାର ପ୍ରଦର୍ଶନ କରିଥାନ୍ତି


ହେଲ୍ପଏଜ୍ ଇଣ୍ଡିଅାର ସଦ୍ୟ ପ୍ରକାଶିତ ତଥ୍ୟ ଅନୁସାରେ ପୁଅମାନେ ହିଁ ପିତାମାତାଙ୍କ ପ୍ରତି ଅଧିକ ଦୁର୍ବବ୍ୟହାର ପ୍ରଦର୍ଶନ କରିଥାନ୍ତି।ହେଲ୍ପଏଜ୍ ଇଣ୍ଡିଅାର ଏହି ସର୍ବେକ୍ଷଣରେ ଦେଶର ୨୩ ସହରରୁ ୫୦୧୪ ଜଣ ବ୍ୟକ୍ତି ଭାଗ ନେଇଥିଲେ ା ଏଥିରେ ବରିଷ୍ଠ ନାଗରିକଙ୍କ ପ୍ରତି ହେଉଥିବା ଦୁର୍ବ୍ୟବହାରର ପ୍ରକାର, ଗମ୍ଭୀରତା, କାରଣ ଅାଦିକୁ ବୁଝିବାକୁ ଚେଷ୍ଟା କରାଯାଇଛି ା ପ୍ରଥମ ଥର ପାଇଁ ସାମାଜିକ ଗଣମାଧ୍ୟମ ତଥା ବୈଷୟିକ ଜ୍ଞାନକୈାଶଳର ପ୍ରଭାବକୁ ମଧ୍ୟ ଅାକଳନ କରାଯାଇଛି, ଯେଉଁଥିରୁ ଖୁବ ଚିନ୍ତାଜନକ ତଥ୍ୟ ସାମ୍ନାକୁ ଅାସିଛି ।
ପ୍ରାୟ ୨୫% ବରିଷ୍ଠ ନାଗରିକ ବ୍ୟକ୍ତିଗତ ଭାବେ ନିଜେ ଏଭଳି ଦୁର୍ବ୍ୟବହାରର ଶିକାର ହେଉଥିବା କଥା କହିଥିବା ବେଳେ ମୂଖ୍ୟ ଦୁର୍ବ୍ୟବହାରକାରୀ ଭାବେ ନିଜ ପୁଅକୁ (୫୨%) ଓ ବୋହୂ କୁ (୩୪ %) ଲୋକେ ଦାୟୀ କରିଛନ୍ତି ।

ଏହି ର୍ଦୁବ୍ୟବହାର ମଧ୍ୟରେ ରହିଛି ବରିଷ୍ଠ ନାଗରିକଙ୍କ ପ୍ରତି ଅସମ୍ମାନ (୫୬ %), ମୈାଖିକ ଦୁର୍ବ୍ୟବହାର (୪୯ %) ତଥା ଅବହେଳା (୩୩ %), ଅର୍ଥନୈତିକ ଶୋଷଣ (୩୩ %) ତଥା ମାରପିଟ (୧୨ %) ଇତ୍ୟାଦି ।
ବଡ ଦୁଃଖର କଥା ଯେ ଏହି ଅତ୍ୟାଚାର ନିଜ ଘରେ ହିଁ ଅାରମ୍ଭ ହୋଇଥାଏ ଓ ସେଇମାନଙ୍କ ଦ୍ୱାରା ହୋଇଥାଏ ଯାହା ଉପରେ ଅଧିକ ଭରସା ଥାଏ । ଏଥର ସର୍ଭେରେ ଜଣା ପଡିଛି ଯେ ଘରେ ନିଜ ପୁଅହିଁ ସବୁଠାରୁ ଅଧିକ କଷ୍ଟ ଦେଇଥାଏ ଓ ତା ପଛକୁ ବୋହୂ ରହିଛି ା ଅାମେ ଏଭଳି ଅସୁବିଧାରେ ଥିବା ବରିଷ୍ଠ ନାଗରିକଙ୍କ ନିମନ୍ତେ ନିଃଶୁଲ୍କ ଟେଲିଫୋନ ସେବା ୧୮୦୦-୩୪୫-୧୨୫୩ ଚଳାଉଛୁ, ଯେଉଁଠାକୁ ଫୋନ କରି ସେମାନେ ଉଚିତ ପରାମର୍ଶ ତଥା
ସହାୟତା ପାଇ ପାରିବେ ।

୬୫% ବରିଷ୍ଠ ନାଗରିକ ମତ ରଖିଛନ୍ତି ଯେ କମ୍ପ୍ଯୁଟର ଓ ମୋବାଇଲର ମାତ୍ରାଧିକ ବ୍ୟବହାର ସେମାନେ ସେମାନଙ୍କ ପ୍ରତି ଅସମ୍ମାନ ପ୍ରଦର୍ଶନ କରାଯାଉଛି ।
ଭାରତର ପ୍ରମୂଖ ୫ଟି ସହର ଯେଉଁଠାରେ ଅଧିକ ପରିମାଣରେ ର୍ଦୁବ୍ୟବହାର ଜଣାପଡିଛି, ତାହା ହେଉଛି ମାଙ୍ଗାଲୋର (୪୭ %), ଅହମଦାବାଦ (୪୬%), ଭୋପାଳ (୩୯ %), ଅମ୍ରିତସର (୩୫ %) ଓ ଦିଲ୍ଲୀ (୩୩ %) ।
ର୍ଦୁଭାଗ୍ୟର ବିଷୟ ଏହି କି ଯେ, ଅତ୍ୟାଚାରର ଶିକାର ହେଉଥିବା ୮୨% ଲୋକେ ଏହା କାହାରିକୁ ଜଣାନ୍ତି ନାହିଁ କାରଣ ୩୪ % ଲୋକେ ପରିବାରର ସମ୍ମାନ ରକ୍ଷା ପାଇଁ ଚିନ୍ତିତ ଥିବାବେଳେ, ୫୨% ଲୋକେ ଜାଣନ୍ତି ନାହିଁ ଏଭଳି ସମସ୍ୟା ହେଲେ କଣ କରିବେ, କାହାକୁ କହିବେ । ୭୩ % ବରିଷ୍ଠନାଗରିକଙ୍କ ମତରେ ତାଙ୍କ ପିଲାମାନେ ଘରେ ଥିବାବେଳେ ମଧ୍ୟ ନିଜ ଫୋନ୍ରେ ବ୍ୟସ୍ତ ଥାନ୍ତି । ୭୮% ଲୋକଙ୍କ ମତରେ ସାମାଜିକ ଗଣମାଧ୍ୟମ ଯୋଗୁଁ ସେମାନଙ୍କ ବ୍ୟକ୍ତିଗତ ତଥା ପାରିବାରିକ ଜୀବନରେ କୁପ୍ରଭାବ ପଡୁଛି ।

ବରିଷ୍ଠ ନାଗରିକଙ୍କ ମତରେ ଏହି ସମସ୍ୟାକୁ ମୁକାବିଲା କରିବାର ସବୁଠାରୁ ପ୍ରଭାବଶାଳୀ ଉପାୟ ହେଉଛି ଶିଶୁମାନଙ୍କୁ ସଚେତନ କରିବା ତଥା ଅାନ୍ତଃପିଢି ଦୂରତାକୁ କମ କରି ସେମାନଙ୍କ ମଧ୍ୟରେ ସଂପର୍କକୁ ସୁଦୃଢ କରିବା (୩୮% ), ଅତ୍ୟାଚାରିତ ହେଉଥିବା ବ୍ୟକ୍ତିଙ୍କୁ ଅର୍ଥନୈତିକ ଭାବେ ସ୍ବାଧୀନ କରିବା (୩୭% ), ବୟସ୍କ ଲୋକଙ୍କୁ ସଚେତନ କରିବା (୩୫% ) ତଥା ଦୃଢ-ପ୍ରଭାବଶାଳୀ ଦଣ୍ଡବିଧି ବ୍ୟବସ୍ଥା କରିବା (୨୫ %) ।
ବରିଷ୍ଠ ନାଗରିକମାନେ ନିଜର ସମସ୍ୟା ପାଇଁ ଅାମର ହେଲ୍ପଲାଇନ୍ ୧୮୦୦-୩୪୫-୧୨୫୩ କୁ ଯୋଗାଯୋଗ କରି ନିଜ ସମସ୍ୟାର ସମାଧାନ ପାଇଁ ସାହାଯ୍ୟ ଓ ପରାମର୍ଶ ପାଇପାରିବେ।


Share It

Comments are closed.