ସକାଳ ଖରାରୁ ମିଳିଥାଏ ପିଲାମାନଙ୍କ ପାଇଁ ଭିଟାମିନ୍-ଡି


ଭିଟାମିନ୍-ଡି ପିଲାମାନଙ୍କ ଶରୀର ଉପରେ ଅନେକ ପ୍ରଭାବ ପକାଇଥାଏ । ଏହା ପିଲାମାନଙ୍କର ଦାନ୍ତ ଓ ହାଡ଼କୁ ଶକ୍ତ କରାଇବା ସହ ହାଡ଼କୁ ଯୋଡ଼ିବାରେ ସାହାଯ୍ୟ କରିଥାଏ । ସକାଳର ସୂର୍ଯ୍ୟକିରଣରୁ ପ୍ରଚୁର ପରିମାଣରେ ଭିଟାମିନ୍-ଡି ମିଳିଥାଏ । ମାତ୍ର ଆପଣ ଶୁଣିଲେ ଆଶ୍ଚର୍ଯ୍ୟ ହେବେ ଯେ, ଭାରତ ଏକ ଗ୍ରୀଷ୍ମ ପ୍ରଧାନ ଦେଶ ହୋଇ ମଧ୍ୟ ୯୦% ଭାରତୀୟ ଭିଟାମିନ୍-ଡିର ଅଭାବଯୁକ୍ତ । ଭିଟାମିନ୍-ଡି ରକ୍ତରୁ କ୍ୟାଲ୍ସିୟମ୍ ନେଇ ପିଲାମାନଙ୍କ ହାଡ଼ ଓ ଦାନ୍ତରେ ଜମା କରିଥାଏ । ପିଲାମାନଙ୍କ ହାଡ଼ରେ ଯଥେଷ୍ଟ କ୍ୟାଲ୍ସିୟମ୍ ନରହିଲେ ଏହା ଦୁର୍ବଳ ହୋଇ ପରବର୍ତ୍ତୀ ସମୟରେ ନନାଦି ରୋଗ ସୃଷ୍ଟି କରିଥାଏ । କ୍ୟାଲ୍ସିୟମ୍ର ଅଭାବରେ ପିଲାମାନଙ୍କ ଦାନ୍ତର ଆବରଣ ଖାଇଯାଏ, ଯାହାକୁ ସାଧାରଣତଃ କଣା ବୋଲି କୁହାଯାଏ । ଅଉ ମଧ୍ୟ ଭିଟାମିନ୍-ଡି ଅଭାବରୁ ମସ୍ତିଷ୍କର ଅବକ୍ଷୟତା ହୋଇଥାଏଚକେତେକ କ୍ଷେତ୍ରରେ ସ୍ମରଣଶକ୍ତି ଲୋପ ପାଇଥାଏ । ଅନେକ ଜାଣି ନଥିବେ ଯେ, ସୂର୍ଯ୍ୟକିରଣରୁ ମିଳୁଥିବା ସୂର୍ଯ୍ୟରଶ୍ମୀରୁ ଆମେ ଦୈନିକ ଗ୍ରହଣ କରୁଥିବା ଖାଦ୍ୟରୁ ମିଳୁଥିବା ଭିଟାମିନ୍-ଡିର ଦୁଇ ଗୁଣ ।

ପିଲାମାନଙ୍କ ପାଇଁ, ବିଶେଷ କରି ନବଜାତ ଶିଶୁଙ୍କୁ କଅଁଳିଆ ଖରାରେ ତେଲ ମାଲିସ୍ କରି ବିଶିଧିତ ଉଷୁମ ଜଳରେ ଗାଧୋଇଦେବା ଅତ୍ୟନ୍ତ ଉପାକରୀ । ତେବେ ଅଧିକ ପରିମାଣରେ ତେଲ ଲଗାଇ ପିଲାଙ୍କୁ ଜୋର୍ ଦେଇ ଘଷାମୋଡ଼ା କରିବା ଅନୁଚିତ୍ । ସୂର୍ଯରଶ୍ମି ଭିଟାମିନ୍-ଡିର ଉତ୍ସ ହୋଇଥିବାରୁ ସକାଳ ଖରାରେ ପିଲାଙ୍କୁ ବୁଲାଇବା ସେମାନଙ୍କ ସ୍ୱାସ୍ଥ୍ୟ ପକ୍ଷେ ଅତ୍ୟନ୍ତ ହିତକର । ଶରୀରରେ ଭିଟାମିନ୍-ଡିର ଉପସ୍ଥିତି ସୂର୍ଯ୍ୟଙ୍କଠାରୁ ଆସୁଥିବା ଅତି ବାଇଗଣୀ ରଶ୍ମିଠାରୁ ପିଲାମାନଙ୍କୁ ସୁରକ୍ଷିତ ରଖିଥାଏ । ମଧ୍ୟାହ୍ନ ରଶ୍ମିଠାରୁ ପିଲାମାନଙ୍କୁ ଦୂରେଇ ରଖନ୍ତୁ । କାରଣ ଏହା ଶରୀର ପାଇଁ କ୍ଷତିକାରକ ଲାଲ୍ ରଶ୍ମି ଧାରଣ କରିଥାଏ । ଏହି କ୍ଷତିକାରକ ରଶ୍ମି ପିଲାଙ୍କ ଜୀବକୋଷରେ ଥିବା କ୍ରୋମୋଜୋମ୍କୁ ବିବର୍ତ୍ତନ କରିଦିଏ । ସବୁଠାରୁ ବଡ଼ କଥା ହେଉଛି ଶିଶୁମାନଙ୍କୁ ରିକେଟସ୍ ହୁଏ ନାହିଁ କି ଭବିଷ୍ୟତରେ ସେମାନଙ୍କୁ କ୍ୟାନସର୍ ହେବାର ଡର ନଥାଏ । ସର୍ବଦା ମନେ ରଖନ୍ତୁ ଯେ, ସୂର୍ଯ୍ୟଙ୍କ ପ୍ରଥମ ସମୟର କଅଁଳ କିରଣ ପିଲାଙ୍କ ôଶୀରରେ ଯେପରି ପଡ଼ିବ ସେଥି ପ୍ରତି ଧ୍ୟାନ ଦିଅନ୍ତୁ । ପିଲାକୁ ଝରାରେ ବସାଇବାର କିଛି ସମୟ ପରେ ଗାଧୋଇ ଦିଅନ୍ତୁ । ଏହା ସ୍ୱାସ୍ଥ୍ୟ ପକ୍ଷେ ଅତ୍ୟନ୍ତ ହିତକର । ଡା. ଜ୍ୟୋତିରଞ୍ଜନ ଚମ୍ପତିରାୟ


Share It

Comments are closed.