ନେକ୍ସଟ୍‌ୱେଭ୍ ଗ୍ରାଜୁଏଟ୍‌ଙ୍କୁ ୧୩୦୦ରୁ ଅଧିକ କଂପାନିରେ ନିଯୁକ୍ତି


ଭୁବନେଶ୍ୱର: ସଫ୍‌ଟୱେର କ୍ୟାରିୟର ଲାଗି ଦକ୍ଷତା ବିକାଶ ପ୍ଳାଟ୍‌ଫର୍ମ ନେକ୍ସଟ୍‌ୱେଭ୍ ପକ୍ଷରୁ ଘୋଷଣା କରାଯାଇଛି ଯେ ଗତ ଦୁଇ ବର୍ଷରେ ଏହାର ପ୍ରଶିକ୍ଷାର୍ଥୀଙ୍କୁ ୧୩୦୦ରୁ ଅଧିକ କଂପାନିରେ ନିଯୁକ୍ତି ମିଳିଛି । ପ୍ରତିଭାବାନ କର୍ମଚାରୀ ସନ୍ଧାନ କରୁଥିବା ପ୍ରଯୁକ୍ତି କଂପାନିଗୁଡ଼ିକ ଲାଗି ଏହା ପସନ୍ଦର ସ୍ଥାନରେ ପରିଣତ ହୋଇଛି । ନେକ୍ସଟ୍‌ୱେଭ୍‌ର ଗ୍ରାଜୁଏଟ୍‌ମାନଙ୍କୁ ସଫ୍‌ଟୱେର ଡେଭେଲପର, ଫୁଲ୍ ଷ୍ଟାକ୍ ଡେଭେଲପର, ଡାଟା ଇଞ୍ଜିନିୟର ଓ ଡାଟା ଆନାଲିଷ୍ଟ୍ ଭାବେ ନିଯୁକ୍ତି ମିଳୁଛି ।
ସିସିବିପି ୪.୦ କାର୍ଯ୍ୟକ୍ରମ ଜରିଆରେ ନେକ୍ସଟ୍‌ୱେଭ୍ ପକ୍ଷରୁ ଯୁବକଯୁବତୀମାନଙ୍କୁ ଚାହିଦାରେ ଥିବା ପ୍ରଯୁକ୍ତି ଦକ୍ଷତା ଉପରେ ତାଲିମ ପ୍ରଦାନ କରାଯାଉଛି ଏବଂ ଭାରତର ଡିଜିଟାଲ୍ ଅଗ୍ରଣୀ ସ୍ଥାନର ଆବଶ୍ୟକତା ପୂରଣ କରିବା ଲାଗି ଶ୍ରମଶକ୍ତିକୁ ସମୃଦ୍ଧ କରୁଛି । କଂପାନିମାନଙ୍କୁ ନିଯୁକ୍ତି ଲାଗି ପ୍ରସ୍ତୁତ ଥିବା ଶ୍ରମଶକ୍ତି ପ୍ରଦାନ କରି ଆଇଟି ଶିଳ୍ପକୁ ଏହା ତାଲିମପ୍ରାପ୍ତ ପ୍ରତିଭାବାନ କର୍ମଚାରୀ ଯୋଗାଉଛି ।
ଆସେଚଂର, ବ୍ୟାଙ୍କ ଅଫ୍ ଆମେରିକା, ଓରାକଲ୍‌, କଗ୍ନିଜାଂଟ୍‌, ଗୋଲ୍ଡମ୍ୟାନ୍ ସଚ୍‌ସ ଭଳି ସଂସ୍ଥା ଏହି ସଂସ୍ଥାର ଗ୍ରାଜୁଏଟ୍‌ମାନଙ୍କୁ ନିଯୁକ୍ତି ପ୍ରଦାନ କରୁଛନ୍ତି । ଆସନ୍ତା ପାଂଚ ବର୍ଷରେ ୧୦ ହଜାରରୁ ଅଧିକ କଂପାନିକୁ ସଫ୍‌ଟୱେର ପ୍ରଫେସନାଲ୍ ଯୋଗାଇବାକୁ କଂପାନି ଆଶା ରଖିଛି ।
ଏହି ଅବସରରେ ନେକ୍ସଟ୍‌ୱେଭ୍‌ର ସିଇଓ ରାହୁଲ ଆଟୁଲୁରି କହିଛନ୍ତି ଯେ, “ଚଳିତ ଦଶଦ୍ଧିରେ ଭାରତୀୟ ଆଇଟି ଶିଳ୍ପ ତିନି ଗୁଣା ବୃଦ୍ଧି ପାଇବାକୁ ଯାଉଛି । ଶିଳ୍ପ ଅନୁକୂଳ ତାଲିମ ଜରିଆରେ ଏହି ବିପୁଳ ସୁଯୋଗ ଲାଗି ଯୁବପିଢ଼ିଙ୍କୁ ପ୍ରସ୍ତୁତ କରିବା ଉପରେ ଆମେ ଗୁୁରୁତ୍ୱାରୋପ କରୁଛୁ । ଆମେ ପ୍ରଦାନ କରୁଥିବା ପ୍ରତିଭାମାନଙ୍କୁ ବହୁ କଂପାନି ପ୍ରଶଂସା କରୁଛନ୍ତି । ପ୍ରଯୁକ୍ତି ଶିଳ୍ପରେ ପ୍ରତିଭାର ରହିଥିବା ଅଭାବକୁ ପୂରଣ କରିବା ଦିଗରେ ଆମେ ସଠିକ୍ ପଥରେ ରହିଥିବା ଏହି ମାଇଲଖୁଂଟରେ ପ୍ରତିଫଳିତ ହୋଇଛି ।’’
ପିପୁଲ ଲିଙ୍କ ୟୁନିଫାଏଡ୍ କମ୍ୟୁନିକେସନ୍ସର ମାନବ ସମ୍ବଳ ନିର୍ଦେଶିକା ଶିଳ୍ପା ଚୌଧୁରୀ କହିଛନ୍ତି ଯେ, “ନେକ୍ସଟ୍‌ୱେଭ୍ ଗ୍ରାଜୁଏଟମାନଙ୍କ ବୈଷୟିକ ଦକ୍ଷତାର ଦୃଢ଼ ମୂଳଦୁଆ ରହିଛି । ନେକ୍ସଟ୍‌ୱେଭ୍‌ରୁ ଆମେ ବହୁ ଛାତ୍ରଛାତ୍ରୀଙ୍କୁ ନିଯୁକ୍ତି ଦେଇଛୁ ଯେଉଁମାନେ ବହୁତ ଭଲ କାମ କରୁଛନ୍ତି । ସେମାନଙ୍କ ଲାଗି ଶିଖିବା ସମୟ ବହୁତ କମ୍ । ଅଳ୍ପ ଦିନ ଭିତରେ ସେମାନେ ସଂସ୍ଥାରେ ଚାଲିଥିବା ପ୍ରକଳ୍ପର ଅଂଶ ହୋଇପାରୁଛନ୍ତି ।’’
କ୍ୟାପ୍‌ଜେମିନିରେ ଆନାଲିଷ୍ଟ୍ ଭାବେ ନିଯୁକ୍ତି ପାଇଥିବା ନେକ୍ସଟ୍‌ୱେଭ୍‌ର ବୈଷ୍ଣବୀ କହିଛନ୍ତି ଯେ, “ପ୍ରଯୁକ୍ତି ଶିଳ୍ପରେ ସଫଳ ହେବା ଲାଗି ଆବଶ୍ୟକ ଦକ୍ଷତା ନେକ୍ସଟ୍‌ୱେଭ୍ ମୋତେ ପ୍ରଦାନ କରିଥିବା ବେଳେ ଆକର୍ଷଣୀୟ ନିଯୁକ୍ତି ସୁଯୋଗ ସହିତ ମଧ୍ୟ ଯୋଡ଼ିଛି । ସାକ୍ଷାତକାରରେ ନିଜକୁ କିଭଳି ଉପସ୍ଥାପନ କରିବ ଓ ପ୍ରଶ୍ନର ଉତର କିଭଳି ସ୍ଥ ବିଶ୍ୱାସର ସହ ଦେବ ତାହା ପ୍ଲେସ୍‌ମେଂଟ୍ ଟିମ୍ ଶିଖାଇଥିଲେ । ଚୂଡ଼ାନ୍ତ ସାକ୍ଷାତକାରରେ ଭଲ ପ୍ରଦର୍ଶନ କରିବା ଲାଗି ତାହା ମୋତେ ସହାୟକ ହୋଇଥିଲା ।’’


Share It

Comments are closed.