ସୋମବାର ମୁଖ୍ୟମନ୍ତ୍ରୀ ରୂପେ ଶପଥ ନେବେ ନବୀନ


ଚଳିତ ୨୦୧୯ ସାଧାରଣ ନିର୍ବାଚନରେ ବିଜେଡିକୁ ଓଡିଶାରେ ବିପୁଳ ସମର୍ଥ ମିଳିଥିବାବେଳେ ପୁଣିଥରେ ନବୀନ ପଟ୍ଟନାୟକ ପଞ୍ଚମଥର ପାଇଁ ଓଡିଶାର ମୁଖ୍ୟମନ୍ତ୍ରୀ ରୂପେ ଶପଥ ଗ୍ରହଣ କରି ସାରା ଭାରତ ବର୍ଷରେ ଏକ ନୂଆ ଇତିହାସ ସୃଷ୍ଟି କରିବାକୁ ଯାଉଛନ୍ତି । ମିଳିଥିବା ସୂଚନା ମୁତାବକ, ନବୀନ ଆସନ୍ତା ସୋମବାର ଦିନ ମୁଖ୍ୟମନ୍ତ୍ରୀ ରୂପେ ଶପଥ ଗ୍ରହଣ କରିବାର କାର୍ଯ୍ୟକ୍ରମ ଥିବାବେଳେ ଆସନ୍ତା କାଲି ବିଜେଡିର ନବନିର୍ବାଚିତ ବିଧାୟକ ଦଳ ବୈଠକ ରହିଛି । ବୈଠକ ପରେ ଶପଥ ଗ୍ରହଣ ନେଇ ରାଜ୍ୟପାଳଙ୍କୁ ଅବଗତ କରାଯାଇଛି ।
ବର୍ତ୍ତମାନ ସୁଧା ଅନେକାଂଶରେ ଫଳାଫଳ ଅସ୍ପଷ୍ଟ ରହିଥିବାବେଳେ ମିଳିଥିବା ସୂଚନା ଅନୁଯାୟୀ ୧୪୬ଟି ଆସନରୁ ବିଜେଡି ୧୧୨ଟିରେ ବିଜୟ ଲାଭ କରିସାରିଛି ।


Share It

Comments are closed.