ମୋବିଷ୍ଟାର ପକ୍ଷରୁ ଭୁବନେଶ୍ୱରରେ ସେଲଫି ସ୍ମାର୍ଟଫୋନ୍ ସୃଙ୍ଖଳାର ଶୁଭାରମ୍ଭ


ଆନ୍ତର୍ଜାତୀକ ସ୍ମାର୍ଟଫୋନ୍ ବ୍ରାଣ୍ଡ, ମୋବିଷ୍ଟାର ଓଡ଼ିଶାରେ ଅଫଲାଇନ୍ ବଜାରରେ ଏହାର ୫ଟି ସେଲଫି କେନ୍ଦ୍ରିତ ସ୍ମାର୍ଟଫୋନ୍ ସହିତ ବଜାର ପ୍ରବେଶ କରିଛି । ଏଥିସହିତ ମୋବିଷ୍ଟାରର ନୁତନ ରେଞ୍ଜ ମଧ୍ୟରେ ସି୧ ଲାଇଟ, ସି୧, ସି୨, ଇ୧ ସେଲଫି ଏବଂ ଏକ୍ସ୧ ଡ଼ୁଆଲ୍ ଅନ୍ତର୍ଭୂକ୍ତ । ଓଡ଼ିଶାରେ ଏହାର କାର୍ଯ୍ୟଧାରା ଆରମ୍ଭ କରିବାକୁଯାଇ ତଥା ଅଫଲାଇନ ବଜାରରେ ଏକ ଅବିରତ ପ୍ରବେଶ ପାଇଁ ମୋବିଷ୍ଟାର ଓଡ଼ିଶାରେ ୨୧ଟି ବିପଣନ କେନ୍ଦ୍ର ଏବଂ ୧୫୦୦ ରିଟେଲର ମାନଙ୍କ ସହିତ ସହବନ୍ଧିତା କରିବାକୁ ଯାଉଛି । କମ୍ପାନୀ ଆହୁରି ମଧ୍ୟ ୧୦୦ ଜଣ କର୍ମଚାରୀଙ୍କୁ ନିଯୁକ୍ତି ପ୍ରଦାନ କରିବ ଏବଂ ଉନ୍ନତ ଗ୍ରାହକ ଅନୁଭୂତି ପ୍ରଦାନ କରିବା ନିମନ୍ତେ ୨୬ଟି ସେବା କେନ୍ଦ୍ର ସ୍ଥାପନା କରିଛି । ଏହାର ସମସ୍ତ ଡ଼ିଭାଇସ୍ ଗୁଡ଼ିକ ୧୧ ସେପ୍ଟେମ୍ବରରୁ ସମ୍ପୁର୍ଣ୍ଣ ଦେଶରେ ଉପଲବ୍ଧ ହେଉଛି ।
ମୋବିଷ୍ଟାରର ନୂତନ ସୃଙ୍ଖଳା ଏକ ଆକର୍ଷଣୀୟ ମୂଲ୍ୟରେ ଉପଲବ୍ଧ ହେଉଛି । ସି୧ ଲାଇଟ୍ ମାତ୍ର ୪,୩୪୦ ଟଙ୍କା, ସି୧ ମାତ୍ର ୫,୪୦୦ ଟଙ୍କା, ସି୨ ମାତ୍ର ୬,୩୦୦ ଟଙ୍କା, ଇ୧ ଲାଇଟ୍ ସେଲଫି ମାତ୍ର ୮,୪୦୦ ଟଙ୍କା ଏବଂ ଏକ୍ସ ୧ ଡ଼ୁଆଲ ମାତ୍ର ୧୦,୫୦୦ ଟଙ୍କାରେ ଉପଲବ୍ଧ ହେଉଛି, ଯାହାକି ଗ୍ରାହକ ମାନଙ୍କୁ ପ୍ରତ୍ୟେକ ମୂଲ୍ୟ ବିକଳ୍ପରେ ଯେପରିକି ୫ ହଜାର ଏବଂ ୧୧ ହଜାର ବିଭାଗରେ ଉପଲବ୍ଧ ହେଉଛି ।
ଏହାର ଶୁଭାରମ୍ଭ ଅବସରରେ ମୋବିଷ୍ଟାର ଇଣ୍ଡିଆ ଏବଂ ଗ୍ଲୋବାଲ୍ର ସହପ୍ରତିଷ୍ଠାତା ତଥା ମୂଖ୍ୟ କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶକ, ଶ୍ରୀଯୁକ୍ତ କାର୍ଲ ଙ୍ଗୋ କହିଛନ୍ତିଯେ, “ସ୍ମାର୍ଟଫୋନ୍ ପ୍ରବେଶ ପାଇଁ ଓଡ଼ିଶା ଏକ ପ୍ରମୁଖ ବଜାର ହୋଇଥିବାବେଳେ ଆମ୍ଭମାନଙ୍କ ପାଇଁ ଏହା ଏକ ଗୁରୁତ୍ୱପୁର୍ଣ୍ଣ ବଜାର । ଆମର ନୂତର ରେଞ୍ଜର ସେଳଫି କେନ୍ଦ୍ରିତ ସ୍ମାର୍ଟଫୋନ୍ ସହିତ, ଆମ୍ଭେମାନେ ଚଳିତ ବର୍ଷ ଶେଷ ସୁଦ୍ଧା ବ୍ୟୟସାପେକ୍ଷ ସ୍ମାର୍ଟଫୋନ୍ ବିଭାଗରେ ୫ଟି ଅଗ୍ରଣୀ ବ୍ରାଣ୍ଡ ମଧ୍ୟରେ ସ୍ଥାନିତ ହେବାକୁ ଲକ୍ଷ୍ୟ ରଖିଛୁ ।”
ଏହି ଅବସରରେ ମୋବିଷ୍ଟାର ପକ୍ଷରୁ ଏହାର ଉତ୍ତର ଏବଂ ପୂର୍ବର, ସେଲ୍ସର ଉପସଭାପତି, ଶ୍ରୀଯୁକ୍ତ ହରଦୀପ୍ ସିଂ ଜୋହର କହିଛନ୍ତିଯେ, “ ସମ୍ପୁର୍ଣ୍ଣ ଦେଶରେ ସ୍ମାର୍ଟଫୋନ୍ ବଜାର ଅଧିକ ଉନ୍ନତ ହୋଇଥିବାବେଳେ ଓଡ଼ିଶାରେ ସ୍ମାର୍ଟଫୋନ୍ ଗ୍ରାହକ ଅଧିକ ରହିଛନ୍ତି । ଏବଂ ଆମ୍ଭେମାନେ ନିଶ୍ଚିନ୍ତକି ଆମର ସ୍ମାର୍ଟଫୋନ୍ ଏଠାରେ ଅଧିକ ଗ୍ରହଣୀୟ ହୋଇପାରିବ । ଅନେକ ବର୍ଷଧରି ବହୁଳ ଆବଶ୍ୟକ ହେଉଥିବା ସେଲଫି କେନ୍ଦ୍ରିତ ସ୍ମାଟଫୋନ୍ ଆଣିବା ବ୍ୟତୀତ, ମୋବିଷ୍ଟାର ଆହୁରୀ ମଧ୍ୟ ଗ୍ରାହକ ଅନୁକୂଳ ତଥା ସନ୍ତୁଷ୍ଠି ପାଇଁ ଅନ୍ୟ ସମସ୍ତ ଆବଶ୍ୟକତା ଯେପରିକି ସୁଦୃଢ ବିପଣନ କେନ୍ଦ୍ର ଏବଂ ସେବା କେନ୍ଦ୍ରମାନ ସ୍ଥାପନ କରିଛି ।”


Share It

Comments are closed.