ଇମ୍ରାନ ସରକାରଙ୍କ ଉପରେ ସଙ୍ଗୀନ ଅଭିଯୋଗ ଆଣିଲେ ନୱାଜ ସରିଫଙ୍କ ଝିଅ, କହିଲେ ଜେଲ ଭିତରେ ମୋ କୋଠରୀର ବାଥରୁମରେ ଲଗାଯାଇଥିଲା କ୍ୟାମେରା


ପାକିସ୍ତାନର ପୂର୍ବତ୍ତନ ପ୍ରଧାନମନ୍ତ୍ରୀ ନୱାଜ ସରିଫଙ୍କ ଝିଅ ମରିୟମ ନୱାଜ ସରିଫ, ଇମ୍ରାନ ସରକାରଙ୍କ ବିରୋଧରେ ସଙ୍ଗୀନ ଅଭିଯୋଗ ଆଣିଛନ୍ତି । ମରିୟମ କହିଛନ୍ତି ଯେ, ସେ ଜେଲର ବନ୍ଦୀ ଥିବା ସମୟରେ ପ୍ରଶାସନ ତାଙ୍କ ବାଥରୁମରେ କ୍ୟାମେରା ଲଗାଇ ରଖିଥିଲା । ମରିୟମ କହିଛନ୍ତି ଯେ, ଯେତେବେଳେ ତାଙ୍କ ବନ୍ଦୀ କରାଯାଇଥିଲା ସେତେବେଳେ ସେ ଜେଲ ଭିତରେ ଅନେକ ସମସ୍ୟାର ସମ୍ମୁଖୀନ ହୋଇଥିଲେ । ଜେଲରେ ତାଙ୍କ କୋଠରୀ ମଧ୍ୟରେ ମଧ୍ୟ କ୍ୟାମେରା ଲଗାଯାଇଥିବାର ଅଭିଯୋଗ ସେ ଆଣିଛନ୍ତି ।

ମରିୟମ କହିଛନ୍ତି ଯେ, “ମୁଁ ଦୁଇଥର ଜେଲ ଯାଇଛି, ଏବଂ ଜଣେ ମହିଳା ହିସାବରେ ମୁଁ କେଉଁ କେଉଁ ଅସୁବିଧାର ସମ୍ମୁଖୀନ ହୋଇଛି ସେ ସଂପର୍କରେ ଯଦି ମୁହଁ ଖୋଲିବି ତେବେ କାହାକୁ ମୁହଁ ଦେଖାଇବାର ଯୋଗ୍ୟ ରହିବି ନାହିଁ ।” ସେ କହିଛନ୍ତି “ଆଜି ମୁଁ ବିଶ୍ୱକୁ ଏହା କହିବାକୁ ଚାହୁଁଛି ମୋ ସହ ଜେଲ ଭିତରେ ଅନ୍ୟାୟ ହୋଇଛି । ” କେବଳ ଏତିକି ନୁହେଁ ପ୍ରଶାସନର ଲୋକ ତାଙ୍କ ହୋଟେଲ କୋଠରୀ ଭିତରକୁ ଧସେଇ ପଶିଥିଲେ ଏବଂ ବାପା ନୱାଜ ସରିଫଙ୍କ ସାମନାରେ ମୋର ଅପହରଣ କରିଥିଲେ । ଏହି ମଧ୍ୟରେ ପାକିସ୍ତାନର କୌଣସି ମହିଳା ସୁରକ୍ଷିତ ନାହାନ୍ତି ।

ମରିୟମ କହିଛନ୍ତି, ଜଣେ ମହିଳା ପାକିସ୍ତାନ କିମ୍ବା ବାହାର ହୁଅନ୍ତୁ ମଧ୍ୟ ସେ କେବେ ଦୁର୍ବଳ ନୁହନ୍ତି । ମରିୟମ କହିଛନ୍ତି ସେ ସେନା ସହ କଥାବାର୍ତ୍ତା ପାଇଁ ପ୍ରସ୍ତୁତ କିନ୍ତୁ ଇମ୍ରାନ ସରକାରଙ୍କୁ ବାହାରର ରାସ୍ତା ଦେଖାଇବାର ଆବଶ୍ୟକ ।


Share It

Comments are closed.