ମଣ୍ଟେକାର୍ଲୋ ପକ୍ଷରୁ ପ୍ରିମିୟମ୍ ଶୀତ କଲେକ୍ସନ୍ ଲକ୍ସୁରିଆ


ଭାରତର ଅଗ୍ରଣୀ ଫ୍ୟାସନ୍ ବ୍ରାଣ୍ଡ ମଣ୍ଟେକାର୍ଲୋ ଚଳିତ ଶୀତ ଋତୁ ପାଇଁ ଗ୍ରାହକମାନଙ୍କ ନିମନ୍ତେ ଆକର୍ଷଣୀୟ ରଙ୍ଗ ଓ ଡିଜାଇନର ଲକ୍ସୁରିଆ କଲେକ୍ସନର ଶୁଭାରମ୍ଭ କରିଛି । ଉକ୍ତ ଲକ୍ସୁରିଆ କଲେକ୍ସନ ଉଭୟ ପୁରୁଷ ଏବଂ ମହିଳାଙ୍କ ପାଇଁ ଅନନ୍ୟ କଲେକ୍ସନ ଗୁଡ଼ିକ ଆଣିଥିବାବେଳେ ପୁରୁଷ ମାନଙ୍କ ପାଇଁ ଉକ୍ତୃଷ୍ଟ ରଙ୍ଗ ଏବଂ ଷ୍ଟାଇଲର ବ୍ଲେଜର, ଜ୍ୟାକେଟ, ଟ୍ରେଞ୍ଚ କୋର୍ଟ ଏବଂ ୱେଷ୍ଟ କୋର୍ଟ ଅନ୍ତର୍ଭୂକ୍ତ । ସେହିପରି ମହିଳା ମାନଙ୍କ ପାଇଁ ସ୍ରଗସ, କାର୍ଡ଼ଏନ୍, ସାଲ୍ ରହିଥିବାବେଳେ ଇଟାଲିଆନ୍ ସିଲ୍କ ଏବଂ ଟର୍କିସ୍ ଲରିଏକ୍ସ ୟର୍ନରେ ଡ଼ିଜାଇନ୍ ଅନନ୍ୟ ଏବଂ ଖୁବ୍ ସୁନ୍ଦର ହୋଇପାରିଛି ।
ଏହି ପରିପ୍ରେକ୍ଷୀରେ ମଣ୍ଟେକାର୍ଲୋ ପକ୍ଷରୁ ଏହାର କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶକ, ମୋନିକା ଓସୱାଲ୍ କହିଛନ୍ତିଯେ, “ମଣ୍ଟେକାର୍ଲୋର ଲକ୍ସୁରିଆ କଲେକ୍ସନକୁ ଏହି ଋତୁର ସ୍ୱତନ୍ତ୍ର ଆବଶ୍ୟକତାଗୁଡ଼ିକୁ ଦୃଷ୍ଟିରେ ରଖି ଡିଜାଇନ୍ କରାଯାଇଛି । ଏଗୁଡ଼ିକୁ ଏପରି ତିଆରି କରାଯାଇଛି, ଯାହା ଗ୍ରାହକ ମାନଙ୍କୁ ଆରାମ ପ୍ରଦାନ କରିବା ସହିତ ଉଭୟ ଷ୍ଟାଇଲ ଏବଂ ଫ୍ୟାସନର ନୂତନ ପରିଭାଷା ପ୍ରଦାନ କରିପାରିବ ।”


Share It

Comments are closed.