ଲୁମିନସ୍ ପାୱାର ଟେକ୍ନୋଲୋଜିସ୍ ପକ୍ଷରୁ ନୂଆ ସୋସିଆଲ ମିଡିଆ ଅଭିଯାନ #ବି ଏକ୍ସାମ୍ ରେଡି


ପାୱାର୍ ବ୍ୟାକ୍‌ଅପ୍‌, ହୋମ୍ ଇଲେକ୍‌ଟ୍ରିକାଲ୍ ଓ ଘରୋଇ ସୋଲାର୍ ସ୍ପେସ୍ କ୍ଷେତ୍ରରେ ଏକ ଶକ୍ତିଶାଳୀ ତଥା ବିଶ୍ୱସନୀୟ ବ୍ରାଣ୍ଡ ଲୁମିନସ୍ ପାୱାର ଟେକ୍ନୋଲୋଜିସ୍ ପକ୍ଷରୁ ଏହାର ବ୍ରାଣ୍ଡ ଆମ୍ବାସାଡର୍ ସଚିନ୍ ତେନ୍ଦୁଲ୍‌କରଙ୍କ ସହ ଏକ ସ୍ୱତନ୍ତ୍ର ସୋସିଆଲ ମିଡିଆ ଅଭିଯାନ ୰ବି ଏକ୍ସାମ ରେଡି ର ଶୁଭାରମ୍ଭ କରାଯାଇଛି । ଏହି ଅଭିଯାର ମୁଖ୍ୟରୂପେ ଚାପପୂର୍ଣ୍ଣ ପରୀକ୍ଷା ଦିନଗୁଡିକରେ ଆରମ୍ଭ କରାଯାଇଛି ଯାହା ମାଧ୍ୟମରେ ଲୁମିନସ୍‌, ଅଭିଭାବକ ତଥା ପିଲାମାନଙ୍କୁ ପରୀକ୍ଷାର ଚାପକୁ ଦୂର କରିବା ସମ୍ପର୍କରେ ସ୍ୱତନ୍ତ୍ର ସନ୍ଦେଶ ଦେଇଛି । ବିଜୁଳି କାଟ୍ ପିଲାମାନଙ୍କ ପରୀକ୍ଷା ପ୍ରସ୍ତୁତିରେ ବାଧା ସୃଷ୍ଟି କରୁଥିବା ବେଳେ ଲୁମିନସ୍‌ର ପାୱାର ବ୍ୟାକ୍‌ଅପ୍ ସଲ୍ୟୁସନ୍ ଏଭଳି ଗୁରୁତ୍ୱପୂର୍ଣ୍ଣ ସମୟରେ ବାଧାହୀନ ବିଜୁଳି ଯୋଗାଣ ସୁନିଶ୍ଚିତ କରିଥାଏ । ମିଳିତ ଭାବେ ଏହାର ସମସ୍ତ ଉତ୍ପାଦ ହ୍ୟାପି ହୋମ୍ (ଖୁସିୟୋଁ କା ଘର୍‌) ସୃଷ୍ଟି କରିଥାଏ ଓ ପିଲାମାନଙ୍କୁ ବିନା କୌଣସି ଚାପ ଓ ପ୍ରତିବନ୍ଧକରେ ନିଜ ପାଠ ପଢା ଉପରେ ଧ୍ୟାନ ଦେବାକୁ ସକ୍ଷମ କରିଥାଏ ।

ଲୁମିନସ୍ ଗତ ଦୁଇ ବର୍ଷ ହେବ ପରୀକ୍ଷା ସମୟରେ ସୋସିଆଲ ମିଡିଆରେ ଏହି ଅଭିଯାନ ଚଳାଇଆସୁଛି । ଚଳିତ ବର୍ଷ କମ୍ପାନୀ ଏହାର ବ୍ରାଣ୍ଡ ଆମ୍ବାସାଡର୍ ସଚିନ୍ ତେନ୍ଦୁଲ୍‌କର୍‌ଙ୍କୁ ଏହି ଅଭିଯାନରେ ସାମିଲ କରିଛି ଏବଂ ସେଥିରେ ତାଙ୍କର ଏକ ଭିଡିଓ ମେସେଜ୍‌କୁ ମଧ୍ୟ ସାମିଲ କରିଛି । ଉକ୍ତ ମେସେଜ୍‌ରେ ସଚିନ୍ ପରୀକ୍ଷାର ଚାପକୁ କମ୍ କରିବା ସମ୍ପର୍କରେ ନିଜର ବ୍ୟକ୍ତିଗତ ଅଭିଜ୍ଞତାକୁ ସେୟାର କରିଛନ୍ତି । ଏହି ଅଭିଯାନ ଓ ସହଭାଗିତା ସମ୍ପର୍କରେ ମତବ୍ୟକ୍ତ କରି ସଚିନ୍ ତେନ୍ଦୁଲ୍‌କର୍ କହିଛନ୍ତି, “”ଲୁମିନସ୍ ସହ ବିଭିନ୍ନ ଅଭିଯାନରେ ସହଭାଗିତା କରିବା ମୋ ପାଇଁ ଏକ ଖୁବ୍ ସୁନ୍ଦର ଅଭିଜ୍ଞତା । ୰ବି ଏକ୍ସାମ୍ ରେଡି ଅଭିଯାନ ବ୍ୟବହାରିକ ଓ ଉନ୍ନତ ରୂପେ ସମୟବଦ୍ଧ ରହିଛି । ଲୁମିନସ୍ ଗୁରୁତ୍ୱପୂର୍ଣ୍ଣ ଅଭିଯାନଗୁଡିକୁ କାର୍ଯ୍ୟକାରୀ କରି ନିଜର ସାମାଜିକ ଦାୟିତ୍ୱ ନିର୍ବାହକରିବା ସହ ଉପଭୋକ୍ତାଙ୍କ ଆବଶ୍ୟକତାଗୁଡିକ ପାଇଁ ସଫଳତାର ସହ ସମାଧାନ ଖୋଜିବାରେ ଏକ ଚମତ୍କାର କାର୍ଯ୍ୟ କରୁଛି ।”

ଏହି ଅଭିଯାନର ଘୋଷଣା କରି ଲୁମିନସ୍ ପାୱାର ଟେକ୍ନୋଲୋଜିସ୍‌ର ମାର୍କେଟିଙ୍ଗ୍ ବିଭାଗର ବରିଷ୍ଠ ଉପାଧ୍ୟକ୍ଷ ସଚିନ ଭଲ୍ଲା କହିଛନ୍ତି, “ଲୁମିନସ୍ ପାୱାର ଟେକ୍ନୋଲୋଜି ତରଫରୁ ଏହି ଶକ୍ତିଶାଳୀ ବାର୍ତା ପଠାଇଥିବାରୁ ମୁଁ ସଚିନଙ୍କୁ ଧନ୍ୟବାଦ ଜଣାଉଛି । ଆମେ ବିଶ୍ୱାସ କରୁଛୁ ଯେ, ସଚିନଙ୍କ ବାସ୍ତବ ଜୀବନର ପରାମର୍ଶ ଓ କୌଶଳ ନିଶ୍ଚିତ ରୂପେ ପିଲାମାନଙ୍କୁ ସାହାଯ୍ୟ କରିବ ।


Share It

Comments are closed.