ନିଜର ସୋସିଆଲ ମିଡିଆ ଆକାଉଣ୍ଟରେ ଜାହ୍ନବୀ କପୁର ସେୟାର କରିଲେ ‘ଗୁଡଲକ ଜେରି’ର ପୋଷ୍ଟର . . . . .


ଜାହ୍ନବୀ କପୁର ବଲିଉଡର ଜଣେ ଜଣାଶୁଣା ଅଭିନେତ୍ରୀ ନିଜର ଇନଷ୍ଟାଗ୍ରାମ ଆକାଉଣ୍ଟରେ ନିଜର ଆଗାମୀ ଫିଲ୍ମ ‘ଗୁଡ ଲକ ଜେରି’ର ପୋଷ୍ଟର ସେୟାର କରିଛନ୍ତି । ଏହି ଫଟୋରେ ସେ ବହୁ ବନ୍ଧୁକ ଧାରୀଙ୍କ ସହିତ ବସିଥିବାର ନଜର ଆସିଛନ୍ତି । ସେ ଇନଷ୍ଟାଗ୍ରାମରେ ଏହି ଫୋଟର ସେୟାର ସହିତ ନିଜର ବିଜନେସ ପାର୍ଟନରଙ୍କ ସହିତ ପରିଚୟ କରାଇଦେଇଛନ୍ତି ବୋଲି ଲେଖିଛନ୍ତି । ସେ ଆହୁରି ଲେଖିଛନ୍ତି କି ଆପଣମାନଙ୍କୁ ପୂର୍ବରୁ ମୁଁ ମୋ ପାର୍ଟନରମାନଙ୍କୁ ଦେଖା କରେଇ ଦେଉଛି ଏବେ ଯେପରି କୌଣସି ସମସ୍ୟା ନହୁଏ । ଗୁଡ ଲକ ଜେରି ୨୯ ଜୁଲାଇରୁ ଷ୍ଟ୍ରିମ ହେବ ।
ପୂର୍ବରୁ ଜାହ୍ନବୀ ଦୁଇଟି ପୋଷ୍ଟର ସେୟାର କରିଥିଲେ ଯେଉଁଥିରେ ସେ ବନ୍ଧୁକ ଧରିଥିବା ସହିତ ମୁହଁରେ ଭୟର ଭାବନା ସହିତ ନଜର ଆସିଥିଲେ । ଏହ ଫିଲ୍ମଟି ଡିସନୀ ହଟଷ୍ଟାରରେ ୨୯ଜୁଲାଇ ଠାରୁ ଷ୍ଟ୍ରିମିଂ ହେବ । ଏହି ଫିଲ୍ମଟି ଆନନ୍ଦ ଏଲ ରାୟଙ୍କ କଲର ୟୋଲେ ପ୍ରଡକସନ ହାଉସର ପଞ୍ଜାବୀ ଫିଲ୍ମ ଅଟେ ।
ଜାହ୍ନବୀ ଏକ ଇନଟଭିଉରେ କହିଥିଲେ କି ସେ ଏପରି ଭିନ୍ନ ଭିନ୍ନ ଚରିତ୍ରରେ କାର୍ୟ୍ୟ କରିବା ପାଇଁ ଖୁବ ଉତ୍ସାହିତ । ଏବଂ ଏପରି ଫିଲ୍ମ ମୋ ଜୀବନରେ ଆସୁଥିବାରୁ ମୁଁ ନିଦେ୍ର୍ଦଶକ ଏବଂ ପ୍ରଯୋଜକମାନଙ୍କୁ ଧନ୍ୟବାଦ ଜଣାଇଛନ୍ତି ।


Share It

Comments are closed.