ଲେକ୍ସସ ପକ୍ଷରୁ ଭାରତରେ ଏସୟୁଭି ଏଲ୍ଏକ୍ସ ୫୭୦ର ଶୁଭାରମ୍ଭ


ଅଗ୍ରଣୀ କମ୍ପାନୀ, ଲେକ୍ସସ ପକ୍ଷରୁ ଏହାର ଏଲ୍ଏକ୍ସ ୫୭୦ ଭାରତରେ ଶୁଭାରମ୍ଭ କରାଯାଇଛି । ଏହି ଶ୍ରେଣୀରେ ଆଧୁନିକ ସଂଯୋଗ ସୁରୂପ ଏଲ୍ଏକ୍ସ ୫୭୦ରେ ୫.୭ଲିଟର ଭି୮ ଇଞ୍ଜିନ୍ ସଂଶ୍ଳିଷ୍ଟ ରହିଛି । ଏଲଏକ୍ସ ୫୭୦ର ବୁକିଙ୍ଗ ୨,୩୨,୯୪,୦୦୦ଟଙ୍କାରେ ଏକ୍ସ-ସୋରୁମ ଠାରେ ଆରମ୍ଭ ହୋଇଛି । ଏଲ୍ଏକ୍ସ ୫୭୦ ଏକ ଉପଯୁକ୍ତ ଏସୟୁଭି ସହ ଏହାର ଶକ୍ତିଶାଳୀ ଫ୍ରେମ୍ ଏନ୍ସୁଇଟିଭ୍ ମଲ୍ଟିଟରେନ୍ ସିଷ୍ଟମ୍ ପର୍ଯ୍ୟନ୍ତ ଆକର୍ଷଣୀୟ ଅଫ୍-ରୋଡ୍ ଜ୍ଞାନକୌଶଳଯୁକ୍ତ ବୈଶିଷ୍ଟ୍ୟ ସହିତ ଏହା ଉନ୍ନତମାନର କାର୍ଯ୍ୟଦକ୍ଷତା ପ୍ରଦାନ କରୁଛି । କ୍ଲାଇମେଟ୍ କଣ୍ଟ୍ରୋଲ୍ ଓ ସୁପେରିୟର୍ ଏଣ୍ଟରଟେନ୍ମେଣ୍ଟ ସିଷ୍ଟମ ପରି ଲେକ୍ସସ ସିଗ୍ନେଚର୍ ବୈଶିଷ୍ଟ୍ୟ ଲେକ୍ସସ୍ ଏଲ୍ଏକ୍ସ ୫୭୦ ଚାଳନା ଅନୁଭୂତିକୁ ଆହୁରି ତ୍ୱରାନ୍ୱିତ କରୁଛି । ୨୦୧୮ ଏଲ୍ଏକ୍ସ ୫୭୦ ତୃତୀୟ ଧାଡ଼ି ସିଟିଂ ପ୍ରଦାନ କରୁଛି, ଯାହାଦ୍ୱାରା ଆବଶ୍ୟକସ୍ଥଳେ କାର୍ଗୋ ସ୍ପେସ୍ ସହଜରେ ପ୍ରଦାନ କରାଯିବାର ସୁବିଧା ରହିଛି ।
ଲେକ୍ସସ୍ ଇଣ୍ଡିଆର ଚେୟାରମ୍ୟାନ୍, ଏନ୍ ରାଜା କହିଛନ୍ତିଯେ, “୨୦୧୮ ଏଲ୍ଏକ୍ସର କାର୍ଯ୍ୟଦକ୍ଷତା ଓ ସର୍ବଶ୍ରେଷ୍ଠତା ଏହି ଏସୟୁଭିରେ ପୂର୍ବରୁ କେବେ ଦେଖି ନଥିବା ସବୁଠାରୁ ଶ୍ରେଷ୍ଠ ଲେକ୍ସସ୍ ଇଞ୍ଜିନିୟରିଂ ଓ ଡିଜାଇନ ପ୍ରଦାନ କରିଥାଏ ଯାହାକି ଭାରତୀୟ ରାସ୍ତାରେ ଏକ ଅନନ୍ୟ ଅନୁଭୁତି ପ୍ରଦାନ କରୁଛି । ଭାରତରେ ଲେକ୍ସସ ଏଲ୍ଏକ୍ସ ୫୭୦ର ଆଗମନ ଆମର ଗ୍ରାହକମାନଙ୍କୁ ଆକର୍ଷଣୀୟ ଗାଡ଼ି ପ୍ରଦାନ କରୁଛି, ଯାହା ସେମାନଙ୍କୁ ରାସ୍ତାରେ ଏକ ପ୍ରଭାବଶାଳୀ ଉପସ୍ଥିତି ଓ ଅତୁଳନୀୟ ଗାଡ଼ିଚାଳନା ଅନୁଭୂତି ପ୍ରଦାନ କରିବ ।”

ଏହି ଅବସରରେ ଲେକ୍ସସ ଇଣ୍ଡିଆର ସଭାପତି, ପିବି ଭେନ୍ନୁଗୋପାଳ କହିଛନ୍ତି ଯେ, “ଏଲଏକ୍ସ ୫୭୦, ଶକ୍ତି, ପ୍ରଦର୍ଶନ ଏବଂ ପରିପୂର୍ଣ୍ଣତାର ଏକ ମିଶ୍ରଣ ଯାହା ଭାରତୀୟ ରାସ୍ତା ଉପରେ ଭିନ୍ନ ପ୍ରଭାବ ପକାଇବ । ୨୦୧୮ ଏଲଏକ୍ସ ୪ଡବ୍ଲୁଡିର ଉପସ୍ଥିତିରେ ସୁଦୃଢ ଏବଂ ଗତିଶୀଳତା ପ୍ରଦାନ କରିବା ସହିତ ଏହାର ପ୍ରଯୁକ୍ତି ବିଦ୍ୟାଭିତ୍ତିକ ନବୀକରଣ ସ୍ୱତନ୍ତ୍ର ଭିନ୍ନ ଡ୍ରାଇଭ ସୁବିଧା ପ୍ରଦାନ କରିଥାଏ ।”


Share It

Comments are closed.