ଓଟିଟିରେ ରିଲିଜ୍ ହେବ ଅମୀରଙ୍କ ‘ଲାଲ୍ ସିଂ ଚଡ୍ଡା’


ଅମୀର ଖାନଙ୍କ ଫିଲ୍ମକୁ ଫ୍ୟାନ୍ସ ଉତ୍ସାହର ସହିତ ଅପେକ୍ଷା କରିଛନ୍ତି। ତାଙ୍କର ପ୍ରତ୍ୟେକ ଫିଲ୍ମରେ କିଛି ୟୁନିକ୍ ହୋଇଥାଏ, ଯାହା ତାଙ୍କୁ ଅନ୍ୟ କଳାକାରମାନଙ୍କଠାରୁ ଭିନ୍ନ କରିଥାଏ। ଦୀର୍ଘ ଦିନ ଧରି ଅମୀର ବଡ ପରଦାରୁ ଦୂରେଇ ରହିଥିଲେ। ତାଙ୍କୁ ଶେଷ ଥର ପାଇଁ ‘ଠଗ୍ସ ଅଫ୍ ହିନ୍ଦୁସ୍ତାନ’ରେ ଦେଖିବାକୁ ମିଳିଥିଲା। ୨୦୧୮ ରେ ଆସିଥିବା ଏହି ଫିଲ୍ମଟି ସୁପର ଫ୍ଲପ୍ ହୋଇଥିଲା। ଏବେ ଅମୀର ଫିଲ୍ମ ‘ଲାଲ ସିଂ ଚଡ୍ଡା’ ସହ କମବ୍ୟାକ୍ କରୁଛନ୍ତି। ଅଭିନେତା ହଲିଉଡ ଫିଲ୍ମ ‘ଫରେଷ୍ଟ ଗମ୍ପ’ର ହିନ୍ଦୀ ରିମେକ ଆଣୁଛନ୍ତି । ଫିଲ୍ମରେ ତାଙ୍କ ସହ ମୁଖ୍ୟ ଭୂମିକାରେ କରୀନା କପୁର ନଜର ଆସିବେ। ଫିଲ୍ମଟି ଅଗଷ୍ଟ ୧୧ ରେ ପ୍ରେକ୍ଷାଳୟରେ ରିଲିଜ୍ ହେବାକୁ ଯାଉଛି। ଏହା ଓଟିଟି ପ୍ଲାଟଫର୍ମରେ ମଧ୍ୟ ରିଲିଜ ହେବ।

ଆଇପିଏଲ ୨୦୨୨ ର ଫାଇନାଲରେ ଅମୀର ଲାଲ ସିଂ ଚଡ୍ଡାର ଟ୍ରେଲର ରିଲିଜ କରିଥିଲେ। ୧୯୯୪ ରେ ରିଲିଜ୍ ହୋଇଥିବା ଫରେଷ୍ଟ ଗମ୍ପର ଏହା ହିନ୍ଦୀ ରିମେକ୍ । ଏହାକୁ ଅମୀର ନିଜ ଅନ୍ଦାଜରେ ଉପସ୍ଥାପନ କରିଛନ୍ତି । ଅଗଷ୍ଟ ୧୧ ରେ ସିନେମାରେ ରିଲିଜ୍ କରିବା ପରେ ଏହା ଓଟିଟି ପ୍ଲାଟଫର୍ମରେ ରିଲିଜ୍ ହେବ ବୋଲି ନିଶ୍ଚିତ ହୋଇଛି।

ସୂଚନା ଅନୁଯାୟୀ, ଅକ୍ଟୋବର ପ୍ରଥମ କିମ୍ବା ଦ୍ୱିତୀୟ ସପ୍ତାହରେ ଲାଲ ସିଂ ଚଡ୍ଡା  ଓଟିଟି ପ୍ଲାଟଫର୍ମରେ ମୁକ୍ତିଲାଭ କରିବ। ପ୍ରେକ୍ଷାଳୟରେ ରିଲିଜ୍ ହେବାର ୮-୯ ସପ୍ତାହ ପରେ ରିଲିଜ୍ କରିବ। ତେବେ ନିଶ୍ଚିତ ତାରିଖ ଏପର୍ଯ୍ୟନ୍ତ ସ୍ଥିର କରାଯାଇ ନାହିଁ।


Share It

Comments are closed.