ଦୀର୍ଘ ଦିନ ପରେ ବଡ ପରଦାକୁ ଫେରିବେ କରିସ୍ମା


୯୦ ଦଶକରେ ନିଜର ଅଭିନୟ ଏବଂ ସୌନ୍ଦର୍ଯ୍ୟର ଯାଦୁ ବଳରେ ଦର୍ଶକଙ୍କ ମନକୁ ଜିଣିଥିବା ଅଭିନେତ୍ରୀ କରିସ୍ମା କପୁର ପୁଣି ଥରେ ନିଜ ପ୍ରଶଂସକଙ୍କ ପାଇଁ ଏକ ଖୁସି ଖବର ଆଣିବାକୁ ଯାଉଛନ୍ତି । କରିସ୍ମାଙ୍କ ଏହି ଖବରକୁ ଜାଣିଲେ ତାଙ୍କର ପ୍ରଶଂସକଙ୍କ ମନରେ ଖୁସିର ଲହରି ଖେଳିଯିବ । ଦୀର୍ଘ ସମୟ ପରେ କରିସ୍ମା ପୁଣି ଥରେ ବଡ ପରଦାକୁ କମ ବ୍ୟାକ କରିବାକୁ ଯାଉଛନ୍ତି ।
ମିଳିଥିବା ସୂଚନା ମତାବକ କରିସ୍ମା ବହୁତ ଦିନ ପରେ ବଡ ପରଦାକୁ ଆସିବା ପାଇଁ ପ୍ରସ୍ତୁତି କରୁଛନ୍ତି । ତାଙ୍କୁ ଫିଲ୍ମ ଏବଂ ସିରିଏଲ ନିର୍ମାତା ଏକତା କପୁରଙ୍କ ପ୍ରଡକ୍ସନ ହାଉସ ଇକ୍ଷଗ୍ଧ ଈବକ୍ଷବହସ ବ୍ୟାନର ଅଧିନରେ ଏକ ୱେବ ସିରିଜରେ ଦେଖିବାକୁ ମିଳିପାରେ । ମାଁ ହେବା ପରେ ସାମ୍ବାଦିକଙ୍କ ଦ୍ୱାରା ପଚାର ଯାଇଥିବା ପ୍ରଶ୍ନର ଉତ୍ତରରେ ସେ କହିଥିଲେ ଯେ, ‘ବର୍ତ୍ତମାନ ମୋର ଅଭିନୟ କରିବା ପାଇଁ କୌଣସି ଉଚ୍ଛା ନାହିଁ । ଯଦି ମୋତେ କୌଣସି କାହାଣୀ ପସନ୍ଦ ଆସେ , ତେବେ ମୁଁ ନିଶ୍ଚୟ କରିବି’ । ଏଥିରୁ ସ୍ପଷ୍ଟ ଜଣା ପଡୁଛି ଯେ, କରିସ୍ମାଙ୍କୁ ଏହି କାହାଣୀ ପସନ୍ଦ ଆସିଯାଇଛି ।
ବର୍ତ୍ତମାନ ପର୍ଯ୍ୟନ୍ତ କରିସ୍ମା ଏହି ସମ୍ବନ୍ଧରେ କିଛି ସୂଚନା ଦେଇନଥିବାବେଳେ ସେ ଏହି ସିରିଜ ସମ୍ବନ୍ଧିୟ ଅନ୍ୟ କୌଣସି ତଥ୍ୟ ଉପରେ ଆଲୋଚନା କରୁଥିବାର ଜଣାପଡିଛି । ବହୁତ ଶୀଘ୍ର ତାଙ୍କର ଅଧିକାରୀ ଏହି ସଂପର୍କରେ ସୂଚନା ଦେବେ । ପ୍ରକାଶ ଥାଉ କି କରିସ୍ମାଙ୍କ ଶେଷ ଫିଲ୍ମ ‘ଡେନଜରିଏସ ଇସ୍କ ’୨୦୧୨ରେ ରିଲିଜ ହୋଇଥିଲା ।


Share It

Comments are closed.