କପାଳରୁ ଜାଣନ୍ତୁ ମନୁଷ୍ୟର ବ୍ୟକ୍ତିତ୍ୱ


ବଡ କପାଳ:

ଯେଉଁ ବ୍ୟକ୍ତିଙ୍କର କପାଳ ଯେତେ ବଡ ସେମାନଙ୍କ ମସ୍ତିସ୍କରେ ସେତେ ଅଧିକ ତଥ୍ୟ ସଂଗ୍ରହିତ ହୋଇ ରହିପାରେ । ଏହିପରି ବ୍ୟକ୍ତିମାନେ ସଧାରଣତଃ ଅତ୍ୟଧିକ ବୁଦ୍ଧିମାନ ପ୍ରକୃତିରୁ ହୋଇଥାନ୍ତି । । ପ୍ରତ୍ୟେକ ବିଷୟରେ ସମ୍ପର୍ଣ୍ଣ ତଥ୍ୟ ସଂଗ୍ରହ କରିବା ସେମାନଙ୍କର ଜନ୍ମଗତ ଅଭ୍ୟାସ ହୋଇଥାଏ ।

ଚଉଡା କପାଳ:

ଯେଉଁ ବ୍ୟକ୍ତିଙ୍କର କପାଳ ଚଉଡା ହୋଇଥାଏ ସେମାନେ ବହୁମୁଖି ପ୍ରତିଭାର ଅଧିକାରୀ ହୋଇଥାନ୍ତି । ଏମାନେ ପ୍ରତ୍ୟେକ କ୍ଷେତ୍ର ଯେପରି ଶିକ୍ଷା, କ୍ରୀଡା, କଳା ଇତ୍ୟାଦି କ୍ଷେତ୍ରରେ ପାରଦର୍ଶିତା ଅର୍ଜନ କରିବାର ଦକ୍ଷତା ରଖିଥାନ୍ତି । କିନ୍ତୁ ଚଉଡା କପାଳର ଧନ ଉପାର୍ଜନ ସହିତ କୌଣସି ସମ୍ବନ୍ଧ ନଥାଏ । ଧନ କେବଳ ପରିଶ୍ରମ ବଳରେ ହିଁ ଉପାର୍ଜନ କରିଥାନ୍ତି ।

ସିଧା କପାଳ:

ଯେଉଁ ବ୍ୟକ୍ତିମାନଙ୍କର କପାଳ ସିଧା ଥାଏ ସେହି ବ୍ୟକ୍ତିମାନେ ନିଜ ଜୀବନକୁ ଏକ ସଠିକ ଦିଗରେ ଚଳାଇଥାନ୍ତି । ସେମାନଙ୍କ ଲକ୍ଷ୍ୟ ସ୍ଥିର ରହେ ।
ଆଗକୁ ଢଳିଥିବା କପାଳ: ଏହି ବ୍ୟକ୍ତିମାନେ ଉତ୍ତମ ବୁଝିବାର ହୋଇଥାନ୍ତି । ଯଦି ଆପଣ ନିଜ ପାଇଁ ଉତ୍ତମ ଜୀବନସାଥି ଚାହୁଁଥାନ୍ତି ତେବେ ଏହିଭଳି କପାଳ ଦେଖି ବିବାହ କରନ୍ତୁ ଉଭୟଙ୍କ ମଧ୍ୟରେ ସମ୍ପର୍କ ଯଥେଷ୍ଟ ଭଲ ରହିବ ।

ଭିତିରିଆ କପାଳ:

ଏହି ବ୍ୟକ୍ତିମାନେ ଅତ୍ୟନ୍ତ ଅଧର୍ଯ୍ୟ ଏବଂ ଚଞ୍ଚଳ ସ୍ୱଭାବର ହୋଇଥାନ୍ତି । ସେମାନେ ସେମାନଙ୍କ ଜୀବନରେ ଖୁବ ଶିଘ୍ର ସବୁକିଛି ପାଇବାର ସ୍ୱପ୍ନ ଦେଖନ୍ତି ।

ଉପର ଆଡୁ ଫୁଲିଲା ଭଳି ଏବଂ ତଳୁ ଭିତିରିଆ(ବଲଜିଂ) କପାଳ:

ଏହି ପରି ବ୍ୟକ୍ତିମାନଙ୍କ ମଧ୍ୟରେ ସବୁବେଳେ ଶକ୍ତି ଭରପୁର ରହିଥାଏ । ଏମାନେ ସମସ୍ତ ପ୍ରକାର କାର୍ଯ୍ୟ କରିବାକୁ ପସନ୍ଦ କରନ୍ତି । ଏହିଭଳି ବ୍ୟକ୍ତିମାନେ ନିଜେ କାମ କରିବା ସହ ଅଦ୍ୟମାନଙ୍କ ମଧ୍ୟ କାମ କରିବାପାଇଁ ପ୍ରୋତ୍ସାହିତ କରନ୍ତି


Share It

Comments are closed.