ସ୍ୱାମୀ ବିବେକାନନ୍ଦଙ୍କ ପଗଡ଼ି ପିନ୍ଧିବା ପଛର ରହସ୍ୟ ସମ୍ପର୍କରେ ଜାଣନ୍ତୁ


ସ୍ୱାମୀ ବିବେକାନନ୍ଦଙ୍କର ୧୫୦ତ୍ତମ ଜୟନ୍ତୀ ଦିବସ ପାଳିତ ହେବାକୁ ଯାଉଛି । ପାଶ୍ଚାତ୍ୟ ଦୁନିଆରେ ବେଦାନ୍ତ ଏବଂ ଯୋଗର ଭାରତୀୟ ଦର୍ଶନକୁ ପରିଚିତ କରାଇବା କ୍ଷେତ୍ରରେ ସେ ଜଣେ ପ୍ରମୁଖ ବ୍ୟକ୍ତିତ୍ୱ ଥିଲେ । ସେ ଏକାଧାରରେ ଜଣେ ସାମାଜିକ ସଂସ୍କାରକ, ଦାର୍ଶନିକ ଏବଂ ବିଚାରକ ଥିଲେ । ୧୯୮୪ ମସିହାରେ ଭାରତ ସରକାର ପ୍ରଥମ କରି ସ୍ୱାମୀ ବିବେକାନନ୍ଦଙ୍କ ଜୟନ୍ତୀ ଦିବସକୁ ଅର୍ଥାତ ଜାନୁଆରୀ ୧୨କୁ ନ୍ୟାସନାଲ ୟୁଥ ଡେ ଭାବେ ପାଳନ କରିବାର ଘୋଷଣା କରିଥିଲେ । ସେହିଦିନ ଠାରୁ ପୁରା ଦେଶରେ ଏହି ଦିନଟି ନ୍ୟାସନାଲ ୟୁଥ ଡେ ଭାବେ ପାଳିତ ହୋଇ ଆସୁଛି ।

ଆମେ ସବୁବେଳେ ତାଙ୍କୁ ଏକ କେଶର ରଙ୍ଗର ପଗଡ଼ି ପିନ୍ଧୁଥିବାର ଦେଖିଥାଉ । କିନ୍ତୁ ଆପଣ କେବେ ଭାବିଛନ୍ତି ଯେ ସେ ଜଣେ ବଙ୍ଗାଳୀ ଥିଲେ କିନ୍ତୁ ପଗଡ଼ିର ପରିଧାନ କାହିିଁକି କରୁଥିଲେ । ବୋଧହୁଏ ଆମ ଭିତରୁ ଅନେକ ଏହି ବିଷୟରେ ଅଜ୍ଞାତ ଥିବା । ତେବେ ଆଜି ଆମେ ଆପଣଙ୍କୁ ଏହି ପଗଡ଼ି ପଛର ରହସ୍ୟ ଜଣାଇବାକୁ ଯାଉଛୁ ।

ବାସ୍ତବରେ ଯେଉଁ ପଗଡ଼ି ବିବେକାନନ୍ଦ ପରିଧାନ କରୁଥିଲେ ତାହା କ୍ଷେତ୍ରୀର ମହାରାଜା ଅଜିତ ସିଂ ଙ୍କର ପରାମର୍ଶକୃତ ଥିଲା । ଯେହେତୁ ସ୍ୱାମୀ ବିବେକାନନ୍ଦ ଜଣେ ବଙ୍ଗାଳୀ ଥିଲେ ତେଣୁ ସେ ଆଗରୁ ପଗଡ଼ି ପରିଧାନ କରୁନଥିଲେ ଏବଂ କ୍ଷେତ୍ରୀର ମହାରାଜାଙ୍କୁ ଭେଟିବାର ଅବ୍ୟବହିତ ପୂର୍ବରୁ ତାଙ୍କର ପ୍ରଥମ ଫଟ, ଯାହାକି ୧୮୯୧ ମସିହାରେ ତାଙ୍କର ଅଲୱାର ବନ୍ଧୁଙ୍କର ଅନୁରୋଧକ୍ରମେ ଉଠାଯାଇଥିଲା, ଏଥିରେ ସେ ମୁଣ୍ଡରେ କୌଣସି ପ୍ରକାରର ପଗଡ଼ି ସହିତ ନଜର ଆସିନଥିଲେ ।

ଯେତେବେଳେ ସ୍ୱାମୀ ବିବେକନନ୍ଦ କ୍ଷେତ୍ରୀକୁ ପ୍ରଥମଥର ପାଇଁ ଯାତ୍ରା କରିଥିଲେ, ଏହା ଅତ୍ୟନ୍ତ ଗରମ ଏବଂ ଲୁର(ରାଜସ୍ଥାନର ଗରମ ବାୟୁ)ସମୟ ଥିଲା । ଏହା ବ୍ୟତୀତ ସ୍ୱାମୀଜୀଙ୍କ ଗୋଟିଏ ଚିଠିରୁ ଜାଣିବାକୁ ମିଳିଥିଲା ଯେ ସେ ଏହି ଲୁ ଦ୍ୱାରା ବହୁତ ବ୍ୟଥିତ ହୋଇଯାଇଥିଲେ । ଯେତେବେଳେ ସେଠାର ମହାରାଜା ତାଙ୍କର ଏହି ଅବସ୍ଥା ଜାଣିପାରିଲେ ସେ ତାଙ୍କୁ ଏକ ପଗଡ଼ି ପିନ୍ଧିବା ପାଇଁ ଉପଦେଶ ଦେଇଥିଲେ, ଠିକ ଯେମିତି ସେ ନିଜେ ଏବଂ ସେଠାର ଲୋକମାନେ ଲୁର ପ୍ରକୋପରୁ ରକ୍ଷା ପାଇବା ପାଇଁ ପିନ୍ଧିଥାନ୍ତି । ଯାହାକୁ ସ୍ୱାମୀଜୀ ବ୍ୟଗ୍ରତାର ସହ ଗ୍ରହଣ କରିନେଇଥିଲେ । ବାସ୍ତବରେ ମହାରାଜା ନିଜେ ତାଙ୍କୁ ଏହି ପଗଡ଼ି ବାନ୍ଧିବା ଶିଖାଇଥିଲେ । ପରବର୍ତ୍ତୀ ସମୟ ଗୁଡ଼ିକରେ ସେ ଏହି ପଗଡ଼ି ସହିତ ନଜର ଆସିଥିଲେ ।


Share It

Comments are closed.