କିର୍ଲୋସ୍କର ପକ୍ଷରୁ ମେଗା ଟି ପାୱାର ଟିଲରର ନିର୍ମାଣ


ଅଗ୍ରଣୀ କୃଷିଯନ୍ତ୍ର ନିର୍ମାଣକାରୀ କମ୍ପାନୀ କିର୍ଲୋସ୍କର ଦେଶର ଛୋଟ କୃଷକମାନଙ୍କୁ ଧ୍ୟାନରେ ରଖି ମେଗା ଟି ପାୱାର ଟିଲର ନିର୍ମାଣ କରିଛି । କିର୍ଲୋସ୍କର ଏହାର କେଏମ୍ଡବ୍ଲ୍ୟୁ ଉତ୍ପାଦ ଯଥା ମେଗା ଟି ୧୫, ମେଗା ଟି ୧୨, ମେଗା ଟି ୫, ମେଗା ଟି ୮ ଆଦି ସମ୍ପୂର୍ଣ୍ଣ ରେଞ୍ଜ ଦ୍ୱାରା ଛୋଟ କୃଷକମାନଙ୍କ ଆବଶ୍ୟକତା ଉପରେ ଧ୍ୟାନ ଦେଉଛି । ୨.୦ ହେକ୍ଟରରୁ କମ୍ ଜମି ଥିବା କୃଷକମାନେ ଟ୍ରାକ୍ଟର ପରି ବ୍ୟୟବହୁଳ ମେସିନକରଣ ପ୍ରଦାନ କରିପାରିବେ ନାହିଁ । ତେଣୁ ସେମାନଙ୍କ ଉତ୍ପାଦକତାରେ ସୁଧାର ଆଣିବା ପାଇଁ କମ୍ପାନୀ ଏଭଳି ପଦକ୍ଷେପ ଗ୍ରହଣ କରିଛି । ମେଗା ଟି ର ନିବେଶ ଉପରେ କମ୍ ପରିଚାଳନା ଖର୍ଚ୍ଚ ଓ ଉଚ୍ଚ ଲାଭ, କିର୍ଲୋସ୍କରକୁ ଭାରତର କୃଷକମାନଙ୍କ ମଧ୍ୟରେ ସବୁଠାରୁ ପସନ୍ଦଯୋଗ୍ୟ ବ୍ରାଣ୍ଡ କରିପାରିଛି ।
ଏହି ମେସିନ୍କୁ ସିଆଇଆଇ, ଏଆଇଏମଏ, ରୁରାଲ୍ ମାର୍କେଟିଂ, ଇଣ୍ଡିଆ ଗୂଡ୍ ଡିଜାଇନ୍ ଆୱାର୍ଡ, ଜାପାନ୍ ଗୂଡ୍ ଡିଜାଇନ୍ ଆୱାର୍ଡ ୨୦୧୬, ଗୋଲ୍ଡେନ୍ ପିକକ୍ ଇନୋଭେଟିଭ୍ ପ୍ରଡକ୍ଟ/ସର୍ଭିସ୍ ଆୱାର୍ଡ ଭଳି ଅନେକ ରାଷ୍ଟ୍ରୀୟ ଓ ଅନ୍ତରାଷ୍ଟ୍ରୀୟ ପୁରସ୍କାର ମିଳିଛି ।
କର୍ପୋରେଟ ଷ୍ଟ୍ରାଟେଜିର ଉପ ସଭାପତି ତଥା କୃଷି ବାଣିଜିକ ମୂଖ୍ୟ, ଶ୍ରୀଯୁକ୍ତ ଆଣ୍ଟୋନୀ ଚେରୁକାରା ପ୍ରକାଶ କରିଛନ୍ତି ଯେ, “କେଏମଡବ୍ଲ୍ୟୁ କିର୍ଲୋସ୍କ ଦ୍ୱାରା ଆଧୁନିକ ଜ୍ଞାନକୌଶଳ ମାଧ୍ୟମରେ କୃଷକମାନଙ୍କ ଜୀବନକୁ ସମୃଦ୍ଧ କରିବା ଦିଗରେ ଧ୍ୟାନ ଦେଉଛି । ମୁଁ ଆଶା କରୁଛି କି କ୍ଷୁଦ୍ର ତଥା ନାମମାତ୍ର ଚାଷୀମାନଙ୍କୁ ଏହି ସ୍ନାର୍ଟ ମେସିନ୍ କୃଷି ଉତ୍ପାଦନ ବୃଦ୍ଧି କରାଇବାରେ ସହାୟକ ହେବ ।” ଶ୍ରୀଯୁକ୍ତ ଆର୍. ଆର୍ ଦେଶପାଣ୍ଡେ, ଯୁଗ୍ମ ପରିଚାଳନା ନିର୍ଦ୍ଦେଶକ କହିଛନ୍ତି ଯେ, “ନିରନ୍ତର ଓ ସକ୍ରିୟ ଯୋଜନା ଓ ରଣନୀତିକ ଉପାୟ ବିଶ୍ୱ ସ୍ତରରେ ଇଞ୍ଜିନିୟରିଂ ସମାଧାନ ପ୍ରଦାତା ପରେ କିର୍ଲୋସ୍କରକୁ ସବୁଠାରୁ ଦାବିଦାର କରିଛି । ପାୱାର ଟିଲର୍ ଓ ପାୱାର ୱିଡର୍ର ସମସ୍ତ କେଏମ୍ଡବ୍ଲ୍ୟୁ ରେଞ୍ଜର କୃଷକମାନଙ୍କୁ ଆମର ପ୍ରତିବଦ୍ଧତା ଓ ଭାରତ ସରକାରଙ୍କ ମେକ୍ ଇନ୍ ଇଣ୍ଡିଆ ଅଭିଯାନ ପାଇଁ ଆମର ସହାୟତାକୁ ଦର୍ଶାଏ ।”


Share It

Comments are closed.