କାଶ୍ମୀର ବିଚ୍ଛିନ୍ନତାବାଦୀ ନେତ୍ରୀ “ଅଏସା ଅନ୍ଧରବି”ଙ୍କୁ ରିମାଣ୍ଡରେ ନେଲା ଏନଆଇଏ


ପାକିସ୍ତାନର ଆତଙ୍କବାଦୀ ସଂଗଠନ ସହ ମିଶିକରି ଦେଶ ବିରୋଧରେ ଯୁଦ୍ଧ କରିବା ଏବଂ କାଶ୍ମୀର ଘାଟିରେ ଅସ୍ଥିରତା ସୃଷ୍ଟି କରିବା ଦେଶ ବିରୋଧୀ ନାରା ଦେବା ମାମଲାରେ ମହିଲା ଆତଙ୍କବାଦୀ “ଅଏସା ଅନ୍ଧରବି” ଏବଂ ତାର ଦୁଇ ଜଣ ସହଯୋଗୀଙ୍କୁ “ଏନଆଇଏ” ୧୦ ଦିନର ରିମାଣ୍ଡରେ ପଠାଇଦେଇଛି । ରାଷ୍ଟ୍ରୀୟ ଯାଞ୍ଚ ଏଜେନ୍ସି (ଏନଆଇଏ) ଏହି ତିନି ଜଣଙ୍କ ବିରୋଧରେ ଏପ୍ରେଲ ୨୦୧୮ରେ ଏକ ମାମଲା ରୁଜୁ କରିଥିଲେ ।
ଏନଆଇଏ ଅନ୍ଧରବି, ଫମିଦା ଏବଂ ନାହିଦା ନସରିନଙ୍କୁ ୧୫ ଦିନର ରିମାଣ୍ଡରେ ନେବା ପାଇଁ ଶୁକ୍ରବାର ଦିନ ପଟିଆଲ ହାଉସ କୋର୍ଟର ଜିଲ୍ଲ୍ା ଏବଂ ଦୌରା ଜଜ୍ ଶ୍ରୀମତୀ ପୁନମ ବାମ୍ବାଙ୍କୁ ସମୟ ମାଗିଛନ୍ତି । ଏନଆଇଏ ପକ୍ଷରୁ ମିଳିଥିବା ସୂଚନା ମୁତାବକ “ଅଏସା ଅନ୍ଧରବି” ହେଉଛି “ଦୁଖ୍ତ-ଏ-ମିଲ୍ଲତ” ସଂଗଠନ ମୁଖ୍ୟ । ଦେଶ ବିରୋଧୀ କାର୍ଯ୍ୟକଳାପ ଏବଂ ଲଢେଇ କରିବା ଯୋଜନା ପ୍ରସ୍ତୁତ କରୁଥିବାବେଳେ ଏନଆଇଏ ସେମାନଙ୍କୁ ଗିରଫ କରିଛି ।
ଏନଆଇଏ କୋର୍ଟକୁ ସୂଚାନ ଦେଇ ଏହା କହିଛି ଯେ, ଏହି ତିନି ଜଣଙ୍କ ପାଖରୁ ଅନେକ ମାତ୍ରାରେ ଭିଡିଓ ଏବଂ ଫଟୋ ଜବତ କରାଯାଇଛି, ଯେଉଁଥିରେ ସେମାନେ ଧର୍ମ ନାମରେ ଅଶାନ୍ତି ଏବଂ ଅସହିଷ୍ନୁତା ବିସ୍ତାର କରିବାରେ ଦେଖିବାକୁ ମିଳିଛି । ସେଥିପାଇଁ ବିପକ୍ଷ ପକ୍ଷର ଓକିଲ ସତିଶ ତମ୍ତା କହିଛନ୍ତି ଯେ ଜବତ ହୋଇଥିବା ଏହି ଭିଡିଓ ଏବଂ ଫଟୋ ଫେସବୁକ ସମେତ ଅନେକ ସୋସିଆଲ ସାଇଟରେ ଘୁରିବୁଲୁଛି । ଏହା ଛଡା ଏନଆଇଏ ଏହି ଭିଡିଓ ମାଧ୍ୟମରେ କ’ଣ ପ୍ରମାଣିତ କରିବାକୁ ଚାହିୁଁଛି ବୋଲି ପ୍ରଶ୍ନ କରିଛନ୍ତି । ଏନଆଇଏ ଏହି ତିନି ଜଣଙ୍କୁ କଡା ସୁରକ୍ଷାବଳ ମଧ୍ୟରେ କାଶ୍ମୀରରୁ ଦିଲ୍ଲୀ ଅଣାଯାଇଥିଲା ।


Share It

Comments are closed.