ସନ୍ଧ୍ୟା ୬ଟା ବେଳେ ଚତୁର୍ଥଥର ପାଇଁ ମୁଖ୍ୟମନ୍ତ୍ରୀ ଋପେ ଶପଥ ଗ୍ରହଣ କରିବେ ‘ବିଏସ ୟେଦୁରପ୍ପା’


କର୍ଣ୍ଣାଟକ ବିଜେପି ସଭାପତି ‘ବିଏସ ୟେଦୁରପ୍ପା’ ଆଜି ସନ୍ଧ୍ୟା ୬ଟା ବେଳେ ମୁଖ୍ୟମନ୍ତ୍ରୀ ରୂପେ ଶପଥ ଗ୍ରହଣ କରିବେ । ଆଜି ସନ୍ଧ୍ୟା ୬ଟା ବେଳେ ରାଜ୍ୟପାଳ ବାଜୁଭାଇ ପଟେଲ, ଶ୍ରୀ ୟେଦୁରପ୍ପାଙ୍କୁ ନୂଆ ସରକାର ଗଠନ କରିବା ପାଇଁ ନିମନ୍ତ୍ରଣ କରିଥିବାର ସେ କହିଛନ୍ତି । ଏହା ପୂର୍ବରୁ ଶ୍ରୀ ୟେଦୁରପ୍ପା ବେଙ୍ଗାଲୁରୁସ୍ଥିତ ରାଜ ଭବନ ଯାଇ ରାଜ୍ୟପାଳଙ୍କ ସହ ସାକ୍ଷାତ କରି ନୂଆ ସରକାର ଗଠନ କରିବା ପାଇଁ ଦାବୀ କରିଥିଲେ ।
ରାଜ୍ୟପାଳଙ୍କ ସାକ୍ଷାତ କରିବା ପରେ ସେ ସାମ୍ବାଦିକ ମାନଙ୍କୁ ସୂଚନା ଦେଇ କହିଛନ୍ତି ଯେ, ସେ ଆଜି ସନ୍ଧ୍ୟାବେଳେ କର୍ଣ୍ଣାଟକର ମୁଖ୍ୟମନ୍ତ୍ରୀ ପଦ ପାଇଁ ଶପଥ ନେବା ପାଇଁ ଯାଉଛନ୍ତି ।
ପ୍ରକାଶ ଥାଉକି, ଗତ ମଙ୍ଗଳବାର ଦିନ କଂଗ୍ରେସ ଏବଂ ଜେଡିଏସ ସରକାରର ପତନ ଘଟିବା ପରେ ବହୁମତ ପାଇଥିବା ବିଜେପି, କର୍ଣ୍ଣାଟକରେ ସରକାର ଗଠନ କରିବା ପାଇଁ ରାଜ୍ୟପାଳ ଏବଂ ହାଇକମାଣ୍ଡଙ୍କ ଠାରୁ ନିର୍ଦ୍ଦେଶକ ପାଇବା ପାଇଁ କେବଳ ଅପେକ୍ଷା କରିଥିଲେ । ମିଳିଥିବା ସୂଚନା ମୁତାବକ ମନ୍ତ୍ରୀପଦ ପାଇଁ ୩୪ ଜଣ ଶପଥ ଗ୍ରହଣ କରିବେ ।


Share It

Comments are closed.