ଏମରଜେନ୍ସି ଫିଲ୍ମରେ ତାଙ୍କର ପ୍ରଥମ ଲୁକ ସେୟାର କଲେ କଙ୍ଗନା ରାଣାବତ୍ . . . .


ବଲିଉଡର ଲୋକପ୍ରିୟ  ଅଭିନେତ୍ରୀ କଙ୍ଗନା ରାଣାବତ୍ ନିଜର ଆଗାମୀ ଫିଲ୍ମ ଏମରଜେନ୍ସିରେ ନିଜର ଲୁକକୁ ପ୍ରଥମ ଥର ପାଇଁ ନିଜର ସୋସିଆଲ ମିଡିଆ ଆକାଉଣ୍ଟରେ ସୟୋର କରିଛନ୍ତି । ଏହି ଫିଲ୍ମରେ ସେ ଅବିକଳ ପୂର୍ବତନ ପ୍ରଧାନମନ୍ତ୍ରୀ ଇନ୍ଦିରା ଗାନ୍ଧୀଙ୍କ ପରି ଦେଖାଯାଉଛନ୍ତି । ଏବଂ ୧.୨୧ମିନିଟର ଏହି ଟିଜର ଭିଡିଓରେ ସେ ନିଜର ଅଭିନୟର ଚାତୁରି ସମସ୍ତଙ୍କୁ ଦେଖାଇସାରିଛନ୍ତି । କଙ୍ଗନା ମହିୟସୀ ମହିଳା ଇନ୍ଦିରା ଗାନ୍ଧୀଙ୍କ ହେୟାର ଏବଂ ସାଢୀର ଷ୍ଟାଇଲକୁ ଗ୍ରହଣ କରିବା ସହିତ ତାଙ୍କର ଏକ୍ସପ୍ରେସନ ମଧ୍ୟ ଅବିକଳ ଅନୁସରଣ କରିଛନ୍ତି । ସେ ଏହି ଫିଲ୍ମର ପ୍ରଥମ ଲୁକ ଏବଂ କିଛି ମିନିଟର ଭିଡିଓ ଟିଜର ନିଜର ଇନଷ୍ଟାଗ୍ରାମ ଆକାଉଣ୍ଟରେ ସେୟାର କରିଛନ୍ତି ।

ଏମରଜେନ୍ସି ୨୦୨୩ରେ ରିଲିଜ ହେବାକୁ ଯାଉଥିବା ଏକ ଫିଲ୍ମ ଯାହା ପୂର୍ବତନ ପ୍ରଧାନମନ୍ତ୍ରୀ ତଥା ଶକ୍ତିଶାଳୀ ମହିଳା ଇନ୍ଦିରା ଗାନ୍ଧୀଙ୍କ ଜୀବନ କାହାଣୀ ଉପରେ ପର୍ଯ୍ୟବେସିତ ଅଟେ । ପୂର୍ବରୁ କଙ୍ଗନା ଜୟଲଲିତାଙ୍କ ଆତ୍ମକାହାଣୀ ଥାଲାଇଭି ପରି ଫିଲ୍ମରେ କାମ କରି ନିଜର ଅଭିନୟର ଯାଦୁଗରି ଦେଖାଇ ସାରିଛନ୍ତି । ଏହି ଏମରଜେନ୍ସି ଫିଲ୍ମଟି ତାଙ୍କର ନିଜର ପ୍ରଡକ୍ସନ ଅର୍ନ୍ତଗତ ଅଟେ ।

 


Share It

Comments are closed.