ଆକ୍ସନ ସିରିଜରେ ଭରପୁର ଜନଙ୍କର “ଆଟାକ”,


ବଲିଉଡର ଆକ୍ସନର ହିରୋ ଜନ ଆବରାହମ ତାଙ୍କର ଆଗାମୀ ପିଲ୍ମ “ଆଟାକ”ର ସୁଟିଙ୍ଗ ଆରମ୍ଭ କରିଛନ୍ତି । ସେ ପୂର୍ବରୁ “ ଡିସୁମ”, “ଫୋର୍ସ ୨”, “ରକି ହ୍ୟାଣ୍ଡସମ ” ଭଳି ଅନେକ ଆକ୍ସନ ଫିଲ୍ମରେ ମୁଖ୍ୟ ଭୂମିକାରେ ଅଭିନୟ କରିସାରିଛନ୍ତି । ଯେଉଁପାଇ ସେ ବଲିଉଡରେ ଆକ୍ସନ ହିରୋ ଭାବରେ ଖୁବ ପରିଚିତ । ଆକ୍ସନ ହିରୋ ଜନ ଆବ୍ରାହମ ଏହି ଫିଲ୍ମ ସପକ୍ଷରେ ମତ ଦେଇ ସେ କହିଛନ୍ତ “ଆଟାକ” ଏକ ଫ୍ରାଞ୍ଚାଇଜ ହେବ, ଯାହାର ମଧ୍ୟରେ ଅନେକ ଆକ୍ସନ ଫିଲ୍ମ ଆସିବ । ଏହି ଫ୍ରାଞ୍ଚାଇଜର ପ୍ରଥମ ଫିଲ୍ମ ୨୦୧୯ରେ ରିଲିଜ ହେବ । ସେ କହିଛନ୍ତି ଯେ ମୁଁ ଏକ ଆକ୍ସନ ଫିଲ୍ମ ପ୍ରସ୍ତୁତ କରିବାକୁ ଯାଉଛି , ଯାହାକି ସମସ୍ତ ଆକ୍ସନ ଫିଲ୍ମର ମା ହୋଇଥିବ । ସେ ନିଶ୍ଚିତ ଯେ ଏହି ଆକ୍ସନ ଫିଲ୍ମ ଭାରତରେ ପୂର୍ବରୁ କେହି ଦେଖି ନଥିବେ ।
ସେ ପୁଣି ଥରେ କହିଛନ୍ତି ଯେ, ଯଦିଓ ମୁଁ “ବାଥଲା ହାଉସ”ର ସୁଟିଙ୍ଗରେ ବ୍ୟାସ୍ତ ଅଛି କିନ୍ତୁ ମୁଁ ଚାହୁଁଛି ମୋର ନିଜର ବ୍ୟାନର “ଜେଏ ଏଣ୍ଟରଟେନମେଣ୍ଟ” ଦ୍ୱାରା ଏକ ହାଡକୋର ଆକ୍ସନ ଫିଲ୍ମ ପ୍ରସ୍ତୁତ କରିବାକୁ  ।


Share It

Comments are closed.