ସରଫରୋସ-୨ରେ ଆମିରଙ୍କ ଜାଗା ନେବେ ଜନ


୧୯୯୯ରେ ଆମିର ଖାନଙ୍କ ଅଭିନିତ ଲୋକପ୍ରିୟ ଫିଲ୍ମ ସରଫରୋସର ସିକ୍ୱେଲ ତଥା ସରଫୋରସ-୨ ନିର୍ମାଣ ହେବାକୁ ଯାଉଛି । ଏହି ଫିଲ୍ମର ସିକ୍ୱେଲରେ ଆମିରଙ୍କ ବଦଳରେ ଜନ ମୁଖ୍ୟ ଭୂମିକାରେ ନଜର ଆସିବେ । ସରଫରୋସ-୨ର କାହାଣୀ ସରଫରୋସର କାହାଣୀ ଠାରୁ ସମ୍ପୂର୍ଣ୍ଣ ଭିନ୍ନ ଭାବେ ପ୍ରସ୍ତୁତ ହେବ ।
ଜନ ମାଥ୍ୟୁ ମଥନଙ୍କ ଦ୍ୱାରା ନିର୍ଦ୍ଦେଶିତ ଏହି ସରଫରୋସ ଫିଲ୍ମଟି ଏକ ଆଇପିଏସ ଅଫିସରଙ୍କ କ୍ରସ ବର୍ଡର ଟେରରିଜିମ ବନ୍ଦ କରିବା ଅଭିଯାନ ଉପରେ ପ୍ରସ୍ତୁତ ହୋଇଥିଲା । ଏହି ଫିଲ୍ମରେ ଆମିର ଖାନଙ୍କ ସହିତ ନାସିରୁଦ୍ଧିନ ଶାହା ଏବଂ ସୋନାଲି ବେନ୍ଦ୍ରେ ମଧ୍ୟ ଅଭିନୟ କରିଥିଲେ ।
ଏହି ଫିଲ୍ମର ସିକ୍ୱେଲ ସମ୍ପର୍କରେ ଜନ ଆବ୍ରାହମ କହିଛନ୍ତି ଯେ, ଫିଲ୍ମଟି ଜନ ମାଥ୍ୟୁ ମଥନ ଏବଂ ମୁଁ ମିଶିକରି ଏହାକୁ ପ୍ରସ୍ତୁତ କରୁଛୁ । ବର୍ତ୍ତମାନ ପର୍ଯ୍ୟନ୍ତ ଏହାର କାହାଣୀ ଉପରେ କାମ ଚାଲିଛି । ଏହା ଆଗାମୀ ବର୍ଷ ପରଦାକୁ ଆସିବାର ଯୋଜନା ମଧ୍ୟ ରହିଛି । ଆମିରଙ୍କ ସରଫରୋସ ଠାରୁ ଏହାର ସିକ୍ୱେଲର କାହାଣୀ ଭିନ୍ନ କିନ୍ତୁ ଉଦ୍ଦେଶ୍ୟ ସମାନ ରହିବ ।
ଜନ ଆବ୍ରାହାମ କିଛି ବର୍ଷ ଧରି ଆକ୍ସନ ଫିଲ୍ମରେ ନଜରରେ ଆସୁଥିବା ବେଳେ ଏହି ଫିଲ୍ମ ପାଇଁ ସେ ଖୁବ ଉତ୍ସାହିତ ବୋଲି କହିଛନ୍ତି । ଜନଙ୍କ ସତ୍ୟମେବ ଜୟତେ ଅଗଷ୍ଟ ୧୦ରେ ପରଦାକୁ ଆସିବାକୁ ଯାଉଛି । ଏହି ଫିଲ୍ମରେ ଜନଙ୍କ ବ୍ୟତୀତ କେଉଁମାନେ ନଜରରେ ଆସିବେ ତାହାର ସୂଚନା ମିଳିପାରିନାହିଁ ।


Share It

Comments are closed.