ଜିଓନିଉଜରେ ପାଆନ୍ତୁ ସବୁଠୁ ସଦ୍ୟତମ ଏବଂ ଉପଯୋଗୀ ଖବର


ଜିଓ ପକ୍ଷରୁ ଜିଓନିଉଜ୍ ନାମରେ ଏକ ନୂତନ ପରିବର୍ତନ ଅ।ଣିବା ଭଳି ଡିଜିଟାଲ ଉତ୍ପାଦ ଉଭୟ ମୋବାଇଲ ଅ।ପ୍ଲିକେସନ ସହିତ ୱେବ ଅ।ଧାରିତ ସେବା (www.jionews.com) ରୂପରେ ଉନ୍ମୋଚନ କରାଯାଇଛି । ଏହି ଅ।ପ ଗୁଗୁଲ ପ୍ଲେ ଷ୍ଟୋର ଓ ଅ।ପଲ ଅ।ପ ଷ୍ଟୋରରେ ଗ୍ରାହକଙ୍କ ବ୍ୟବହାର ପାଇଁ ଡାଉନଲୋଡ କରିବା ନିମନ୍ତେ ଉପଲବ୍ଧ ହୋଇଛି ।
ଜିଓ ନିଉଜର ଅ।ରମ୍ଭ ଏଭଳି ଏକ ସମୟରେ ହୋଇଛି ଯେତେବେଳେ ଦେଶର ଲୋକସଭା ଏବଂ ବିଧାନସଭା ନିର୍ବାଚନ ୨୦୧୯, ଅ।ଇପିଏଲ ୨୦୧୯, କ୍ରିକେଟ ବିଶ୍ୱକପ ୨୦୧୯ଏବଂ ଭାରତ ଓ ସାରା ଦୁନିଅ ।ରେ ଅନେକ କାର୍ଯ୍ୟକ୍ରମ ଅ।ୟୋଜନ ବିଷୟରେ ତାଜା ସୂଚନା ପାଇବା ପାଇଁ ସବୁ ବେଳେ ଉତ୍ସୁକତା ରହିଛି । ଏଭଳି ସମୟରେ ଗ୍ରାହକମାନେ ଯାତାୟାତ କରୁଥିବା ସମୟରେ ସବୁ ଘଟଣାର ତାଜା ସୂଚନାକୁ ଜିଓ ନିଉଜ ଜରିଅ।ରେ ପାଇପାରିବେ । ଜିଓ ନିଉଜ ହେଉଛି ଏକ ୱାନ ଷ୍ଟପ ସମାଧାନ ଯାହା ଜରିଅ।ରେ ବ୍ୟବହାରକାରୀମାନେ ତାଜା ଖବର, ଲାଇଭ ଟିଭି, ଭିଡିଓ, ପତ୍ରିକା, ସମ୍ବାଦପତ୍ର ଏବଂ ଅ।ହୁରି ଅନେକ କିଛି ପାଇପାରିବେ । ଅନ୍ୟ ସମସ୍ତଙ୍କ ଠାରୁ ଅ।ଗରେ ରହିବା ପାଇଁ ଜିଓ ନିଉଜ ହେଉଛି ଏକ ନୂତନ ଯୁଗର ବା ମିଲେନିଅ।ଲ ରାସ୍ତା ।

ଜିଓ ନିଉଜ ନିଜ ବ୍ୟବହାରକାରୀମାନଙ୍କୁ ୧୨ରୁ ଅଧିକ ଭାରତୀୟ ଭାଷାରୁ ପ୍ରାଥମିକତା ଚୟନ କରି ତାହାକୁ ପଢ଼ିବାର ନିଜସ୍ୱ ଅନୁଭବ ପ୍ରଦାନ କରିବାର ସଠିକ କ୍ଷମତା ପ୍ରଦାନ କରୁଛି । ପ୍ରତିଟି କ୍ଷଣ ତାଜା ଖବର (ବ୍ରେକିଂ ନିଉଜ) ସହିତ , ୧୫୦ରୁ ଅଧିକ ଲାଇଭ ଚ୍ୟାନେଲ, ୮୦୦ରୁ ଅଧିକ ପତ୍ରିକା, ୨୫୦ରୁ ଅଧିକ ସମ୍ବାଦପତ୍ର, ଲୋକପ୍ରିୟ ବ୍ଲଗ ଓ ଭାରତ ଏବଂ ଦୁନିଅ। ସାରାର ଖବର ୱେବସାଇଟ ଜିଓ ନିଉଜରେ ଉପଲବ୍ଧ ହେବ ଏବଂ ଖୁବଶୀଘ୍ର ବହୁତ ଭଲ ବିଷୟବସ୍ତୁ (କନଟେଂଟ) ପ୍ରଦାନ କରାଯିବ । ବ୍ୟବହାରକାରୀମାନେ ରାଜନୀତି, ଖେଳ ମନୋରଂଜନ, ବ୍ୟବସାୟ, ଉଦ୍ୟୋଗ, ଜୀବନଶେଳୀ, ଫେସନ, କ୍ୟାରିଅର, ସ୍ୱାସ୍ଥ୍ୟ, ଜ୍ୟୋତିଷ, ଅ ।ର୍ଥିକ ଏବଂ ଅନ୍ୟାନ୍ୟ କ୍ଷେତ୍ରରୁ ନିଜ ପସନ୍ଦର କ୍ଷେତ୍ର ଚୟନ କରି ହୋମ ପେଜକୁ ସମ୍ପୂର୍ଣ୍ଣ ରୂପେ ନିଜକୁ ସୁହାଇବା ଭଳି କରିପାରିବେ । ଏଅ।ଇ ଓ ଏମଏଲ ପ୍ରଯୁକ୍ତି ସହିତ ସମନ୍ୱିତ କରାଯିବା ସହିତ ଜିଓ ନିଉଜ ହଜାର ହଜାର ଉତ୍ସକୁ ଖୋଜି ନିଜ ବ୍ୟବହାରକାରୀଙ୍କ ଉପଯୋଗ ଲାଗି ସବୁଠୁ ଉପଯୋଗୀ ବିଷୟବସ୍ତୁ ପ୍ରସ୍ତୁତ କରୁଛି ।
ବ୍ୟବହାରକାରୀମାନେ ୧୫୦ରୁ ଅଧିକ ଲାଇଭ ଟିଭି ଚ୍ୟାନେଲ ସହିତ ଯାତ୍ରାର ଅନନ୍ଦ ଉଠାଇ ପାରିବେ । ଯେଉଁଥିରେ ସାରା ଦେଶର ସମସ୍ତ ପ୍ରମୁଖ ଏବଂ ଲୋକପ୍ରିୟ ଟିଭି ନିଉଜ ଚ୍ୟାନେଲ ସାମିଲ ରହିଛି । ଯେକୌଣସି ବଲିଉଡ, ଫେସନ, ସ୍ୱାସ୍ଥ୍ୟ, ମୋଟରଯାନ, ଉଦ୍ୟୋଗ, ଖେଳ ଏବଂ ସୂଚୀରେ ନୂଅ। ଟ୍ରେଣ୍ଡିଂ ଭିଡିଓର ମଜା ଉଠାଇ ହେବ । ପଢ଼ିବାରେ ରୁଚି ରଖୁଥିବା ଜିଓ ଉପଭୋକ୍ତାମାନେ ଏବେ ୮୦୦ରୁ ଅଧିକ ବିଭିନ୍ନ ପ୍ରକାରର ପତ୍ରିକା ଏବଂ ସାରା ଦେଶର ପ୍ରମୁଖ ସମ୍ବାଦପତ୍ର ପଢ଼ିପାରିବେ ।
ଜିଓ ନିଉଜ ହେଉଛି ଜିଓ ଏକ୍ସପ୍ରେସ ନିଉଜ, ଜିଓମ୍ୟାଗସ, ଏବଂ ଜିଓ ନିଉଜପେପର୍ସର ଏକ ସମ୍ମିଳିତ ଉପସ୍ଥାପନା ଯାହା ସହିତ ଏବେ ଲାଇଭ ଟିଭି ଏବଂ ଭିଡିଓର ଅତିରିକ୍ତ ଉପସ୍ଥାପନ ରହିଛି । ଏହି ଅ ।ପଗୁଡ଼ିକର ସମସ୍ତ ବ୍ୟବହାରକାରୀମାନଙ୍କୁ ଜିଓ ନିଉଜକୁ ସ୍ଥାନାନ୍ତରିତ କରାଯିବ ଏବଂ ସେମାନେ ଜିଓ ନିଉଜ ସହିତ କନଟେଂଟର ବ୍ୟବହାର ଜାରି ରଖିପାରିବେ । ଜିଓ ବ୍ୟବହାରକାରୀଙ୍କ ପାଇଁ ଜିଓ ନିଉଜ ଅ ।ପର ସମସ୍ତ ସୁବିଧାକୁ ହାସଲ କରିବାର ପ୍ରାଥମିକତା ରହିବ । ଅଣ ଜିଓ ଗ୍ରାହକମାନେ ପରୀକ୍ଷଣ ସମୟରେ କେବଳ ଲଗ ଇନ କରି ଅ।ପର ସମସ୍ତ ସୁବିଧା ଏବଂ ବେଶିଷ୍ଟ୍ୟର ବ୍ୟବହାର କରିପାରିବେ ।
ଏତେ ସବୁ କନଟେଂଟ ସହିତ ଏକ ସହଜ ଏବଂ ସ୍ୱଚ୍ଛ ଇଟଂରଫେସ ସହ ଜିଓ ନିଉଜ ଲୋକଙ୍କୁ ନିଜର ଡିଭାଇସ (ଉପକରଣ)ରେ କନଟେଂଟ ଉପଯୋଗ କରିବାର ପ୍ରକ୍ରିୟାରେ ପରିବର୍ତନ ଆଣିବ । ଏହା “ଅ।ପଣଙ୍କ ଖବର, ଅ।ପଣଙ୍କ ଭାଷା’ର ଭରସା ସହିତ ବ୍ୟବହାରକାରୀଙ୍କ ସହିତ ସବୁ ବେଳେ ରହିବ ।


Share It

Comments are closed.