ଜିପ୍ କମ୍ପାସର ‘ବେଡରକ‘ ଲିମିଟେଡ୍ ଏଡିସନ୍


ଏଫସିଏ ଇଣ୍ଡିଅା ପକ୍ଷରୁ ଜିପ୍ କମ୍ପାସର ‘ବେଡରକ‘ ଲିମିଟେଡ୍ ଏଡିସନକୁ ଉନ୍ମୋଚନ କରାଯାଇଛି  ।

ଜିପ୍ କମ୍ପାସ୍ ହେଉଛି ଅାଜି ଦିନରେ ସଡ଼କରେ ଥିବା ସବୁଠୁ ସୁରକ୍ଷିତ ଏସ୍ୟୁଭି, ଯାହା ୨୦୧୭ ଜୁଲାଇ ୩୧ରେ ଉନ୍ମୋଚିତ ହୋଇଥିଲା ଓ ସେହିଦିନଠାରୁ ଏହା ଭାରତୀୟ ଏସୟୁଭି ବଜାରରେ ପ୍ରତିଦ୍ୱନ୍ଦିତାକୁ ଅଧିକ ଅାହ୍ବାନପୂର୍ଣ୍ଣ କରିଥିବା କୁହାଯାଉଛି, ଯାହା ଚାରି ଚକିଅା କିଣାକିଣିରେ ଉଲ୍ଲେଖନୀୟ ପରିବର୍ତନ ଅାଣିଛି ଓ ଏହା ଗ୍ରାହକଙ୍କ ଅାକାଂକ୍ଷାକୁ ଏକ ନୂତନ ସ୍ତରରେ ପହଂଚାଇ ଦେଇଛି ।

ଜିପ୍ କମ୍ପାସ୍ ବେଡରକ ଉପରେ ମତ ପ୍ରଦାନ କରି  ଫ୍ଲାଇନ୍-ସଭାପତି ଓ ପରିଚାଳନା ନିର୍ଦେଶକ, ଏଫସିଏ ଇଣ୍ଡିଅା କହିଛନ୍ତି  ଯେ, ‘ବଜାରରେ ଏକ ବର୍ଷରୁ କମ୍ ସମୟ ଭିତରେ ଜିପ୍ କମ୍ପାସ ସହିତ ଯାହା ସଫଳତା ହାସଲ କରିଛୁ ତାହାକୁ ନେଇ ଅାମେ ଗର୍ବିତ ଜିପ୍ କମ୍ପାସ୍ ସହିତ ଏଫସିଏ ଇଣ୍ଡିଅା ବିଗତ ୧୦ ବର୍ଷ ମଧ୍ୟରେ ୧୨ ମାସ ଭିତରେ ଶ୍ରେଷ୍ଠ ବିକ୍ରି ହାସଲ କରିଛି ଜିପ୍ କମ୍ପାସ୍ ବେଡ୍ରକ୍ ଲିମିଟେଡ୍ ଏଡିସନ୍ ଭେଟି ଦେଇ ଅାମେ ଭାରତୀୟ ଗ୍ରାହକଙ୍କ ସହିତ ଅାମର ୨୫୦୦୦ ବିକ୍ରି ମାଇଲଖୁଂଟକୁ ପାଳନ କରୁଛୁ’’ ।

ଜିପ୍ କମ୍ପାସ୍ ବେଡରକ୍ ଲିମିଟେଡ୍ ଏଡିସନ୍ରେ  ରିଭର୍ସ ପାର୍କିଂ କ୍ୟାମେରା, ୧୬-ଇଂଚ ଗ୍ଲସ୍ କଳା ରଙ୍ଗର ଅାଲଏ ହ୍ବିଲ୍, ବେଡରକ ବ୍ରାଣ୍ଡେଡ୍ ସିଟ୍ କଭର୍, କଳା ରୁଫ୍ ରେଲ୍, ପ୍ରିମିୟମ୍ ଫ୍ଲୋର୍ ମ୍ୟାଟ୍, ବେଡରକ୍ ଡେକାଲ୍ ଓ ବେଡରକ ମୋନୋଗ୍ରାମ୍ ରହିଛି ।

ବେଡ୍ରକ୍ ଲିମିଟେଡ୍ ଏଡିସନ୍ ୬ ସ୍ପିଡ୍ ମାନୁଅାଲ୍ ଟ୍ରାନ୍ସମିସନର ମୂଲ୍ୟ ୧୭.୫୩ ଲକ୍ଷ ଟଙ୍କା (ଏକ୍ସ-ଦିଲ୍ଲୀ) ରହିଛି ଓ ଏହା ତିନିଟି ରଙ୍ଗ-ଭୋକାଲ୍ ହ୍ବାଇଟ୍, ମିନିମାଲ୍ ଗ୍ରେ ଓ ଏକ୍ଜୋଟିକା ରେଡ୍ରେ ଉପଲବ୍ଧ ହେଉଛି।

ଏଫସିଏ ଇଣ୍ଡିଅା ପକ୍ଷରୁ ଜିପ୍ କମ୍ପାସ୍ ର ପ୍ରଥମ ବର୍ଷ ପୂର୍ତିକୁ ଚଳିତ ବର୍ଷ ଜୁନ୍ ୧ରେ ରଜଂନଗାଓଁଠାରେ ପାଳନ କରାଯାଇଛି ଯାହା ହେଉଛି ଏଫସିଏର ଅନ୍ୟତମ ରପ୍ତାନି ହବ୍ କଂପାନି ପକ୍ଷରୁ ବର୍ତମାନ ସୁଦ୍ଧା ଜାପାନ, ଅଷ୍ଟ୍ରେଲିଅା, ବ୍ରିଟେନ୍ ଓ ଅାୟରଲ୍ୟାଣ୍ଡ୍ ଭଳି ୭ଟି ବିକଶିତ ଅଟୋମୋବାଇଲ୍ ବଜାରକୁ ୮୦୦୦ରୁ ଅଧିକ ଜିପ୍ କମ୍ପାସ୍ ଏସ୍ୟୁଭି ରପ୍ତାନି କରାଯାଇସାରିଲାଣି।

 


Share It

Comments are closed.