ପୁଣି ଏକ ଯବାନଙ୍କର ଅପହରଣ କଲେ ଆତଙ୍କବାଦୀ


ଆତଙ୍କବାଦୀମାନେ ଇଦର ଏକ ଦିନ ପୂର୍ବରୁ ଭାରତୀୟ ସୈନ୍ୟର ଯବାନ ଔରାଙ୍ଗଜେବଙ୍କୁ ଅପହରଣ କରି ହତ୍ୟା କରିବା ପରେ ପୁଣି ଥରେ ଆଉ ଏକ ହୃଦୟବିଦାରକ ଘଟଣା ସାମନାକୁ ଆସିଛି । ମିଳିଥିବା ସୂଚନା ମୁତାବକ ଆତଙ୍କବାଦୀ ମାନେ ଗୁରୁବାର କାଶ୍ମୀରର ଜଣେ ପୋଲିସ କର୍ମୀଙ୍କୁ ଅପହରଣ କରି ନେବା ପରେ ତାଙ୍କର ହତ୍ୟା କରିଛନ୍ତି । ଅପହରଣ ହୋଇଥିବା ପୋଲିସ କର୍ମୀଙ୍କ ମୃତଦେହ କୁଲଗାଁ ଠାରୁ ମିଳିଛି ।
ଗୁରୁବାର ସନ୍ଧ୍ୟାରେ ଆତଙ୍କବାଦି ମାନେ ଏକ ସ୍ୟାଣ୍ଟ୍ରୋ କାର ମାଧ୍ୟମରେ ସୋଫିଆନା ଜିଲ୍ଲା ସ୍ଥିତ ୱିହିଲ ଅଞ୍ଚଳର କଚଦୁରା ଗାଁରେ ଆସିକି ପହଞ୍ôଚଥିଲେ । ସେହି ସମୟରେ କନେଷ୍ଟବଳ ଜାବେଦ ଅହ୍ମମଦ ଡାର ଔଷଧ କିଣିବା ପାଇଁ ବାହାରକୁ ଆସିଥିବାବେଳେ ଆତଙ୍କବାଦୀମାନେ ଜାବେଦଙ୍କୁ ତାଙ୍କ ଘର ବାହରୁ ଅପହରଣ କରିନେଇଥିଲେ । ଆତଙ୍କବାଦୀ ବଳ ପୂର୍ବକ ତାଙ୍କୁ ଗାଡି ଭିତରେ ଭର୍ତ୍ତି କରାଇ ସେଠାରୁ ତାଙ୍କୁ ନେଇ ଖସି ପଳାଇଥିଲେ । ଆତଙ୍କବାଦୀଙ୍କ ସଂଖ୍ୟା ପ୍ରାୟ ୩ରୁ ୪ ଥିଲା । ଜାବେଦ ତକ୍ରାଳୀନ ଏସଏସପି ଶୈଳେନ୍ଦ୍ର ମିଶ୍ରାଙ୍କ ସହ ବହୁତ ଘନିଷ୍ଠ ଥିଲେ ।

ଅପହରଣ ପରେ ଆତଙ୍କବାଦୀ ମାନେ ସେହି ପୋଲିସ କର୍ମୀଙ୍କ ଏକ ଫଟୋକୁ ସୋସିଆଲ ମିଡିଆରେ ଭାଇରାଲ କରାଇଥିଲେ । ଏହି ଘଟଣା ଘଟିବା ପରେ ସୈନ୍ୟମାନେ ସେହି ଅଞ୍ଚଳକୁ ନିଜ ଅକ୍ତିଆର ନେଇ ଯିିବା ସହ ଛାନବିନ ଆରମ୍ଭ କରିଦେଇଥିଲେ । ସେହି ଅଞ୍ଚଳରେ ଥିବା ସମସ୍ତ ଯାନ ବାହନରେ ଖାନ ତଲାସୀ ମଧ୍ୟ କରାଯାଇଥିଲା । ସୈନ୍ୟ ପକ୍ଷରୁ ଛାନବିନ ଅଭିଯାନ ଚାଲୁଥିବା ଯବାନ ମୃତଦେହକୁ ଠାବ କରାଯାଇଥିଲା ।।


Share It

Comments are closed.