ପୁଣି ଆସିଲା ବିଶ୍ୱର ସବୁଠୁ ମୋଷ୍ଟ ୱାଣ୍ଟେଡ ଆତଙ୍କବାଦୀ ବାଗଦାଦୀର ଅଡିଓ ସନ୍ଦେଶ


ଦୁନିଆର ସବୁଠାରୁ କୁଖ୍ୟାତ ଆତଙ୍କବାଦୀ ସଙ୍ଗଠନ ଆଇଏସଆଇଏସର ମୁଖିଆ ଅବୁ ବକର ବାଗଦାଦୀର ଆଉ ଏକ ଅଡିଓ ଟେପ ସାମନାକୁ ଆସିଛି । ଏହି ଅଡିଓ ଟେପ ଦ୍ୱାରା ବାଗଦାଦୀ ଲୋକମାନଙ୍କୁ କଥିତ ରୂପରେ ଜିହାଦ ଗ୍ରହଣ କରିବା ପାଇଁ ଆପିଲ କରୁଛି । ପ୍ରାୟ ଦୀର୍ଘ ସମୟ ହେବ ବଗଦାଦୀ ନିଜର ସକ୍ରିୟ ଆତଙ୍କବାଦା କାର୍ଯ୍ୟକଳାପ ଠାରୁ ଦୂରେଇ ରହିଥିଲା, ଯାହା ଫଳରେ ଲୋକମାନଙ୍କ ମନରେ ଧାରଣ ସୃଷ୍ଟି ହୋଇଥିଲା ଯେ, ତା’ର ମୃତ୍ୟୁ ହୋଇଯାଇଛି ବୋଲି କିନ୍ତୁ ବର୍ତ୍ତମାନ ଯେଉଁଭଳି ଭାବରେ ବାଗଦାଦୀର ପୁଣି ଏକ ଅଡିଓ ଟେପ ସାମନାକୁ ଆସିଛି, ତା’ର ମୃତ୍ୟୁ ହୋଇଛି କି ନାହିଁ ସେଥିପାଇଁ ଏକ ପ୍ରଶ୍ନବାଚି ସୃଷ୍ଟି ହୋଇଯାଇଛି । ତା’ର ଏହି ଅଡିଓ ଟେପ ଶୁଣି ଲୋକମାନଙ୍କ ମନରେ ପୁଣି ଭୟର ବାତାବରଣ ଖେଳିଯାଇଛି ।
ଟେପ ମାଧ୍ୟମରେ ବାଗଦାଦୀ ଲୋକମାନଙ୍କୁ ଜିହାଦୀ ପାଇଁ ଏକଜୁଟ ହେବା ପାଇଁ କହୁଛି । ମିଳିଥିବା ସୂଚନା ମୁତାବକ, ଯେଉଁ ଲୋକମାନେ ଆମ ବିରୋଧରେ ଅଭିଯାନ ଚଲାଇଛନ୍ତି ଏବଂ ଆମ ଅନିଷ୍ଠ ଚାହିଁଛନ୍ତି ଅଲ୍ଲା ସେମାନଙ୍କ କଥା ବୁଝିବେ ବୋଲି ବାଗଦାଦୀ ଅଡିଓ ଟେପ ମାଧ୍ୟମରେ କହିଛି । ଏହି ମେସେଜକୁ ବୁଧବାର ଇଦୁଲ ଅଦା ଅବସରରେ ଆଇଏସର ମିଡିଆ ୱିଙ୍ଗ ଦ୍ୱାରା ଜାରୀ କରାଯାଇଛି । ବାଗଦାଦୀର ଜାରୀ ହୋଇଥିବା ଏଇ ଅଡିଓ ଟେପଟି ପୁରୁଣା କିମ୍ବା ନୂଆ ଟେପ ଏପର୍ଯ୍ୟନ୍ତ ଜଣାପଡି ନାହିଁ । ଜାରୀ ହୋଇଥିବା ଏହି ଅଡିଓଟି ୫୫ ମିନିଟର ଅଟେ ।
ପୂର୍ବରୁ ଆଇଏସ ୨୦୧୪ ମସିହାରେ ଇରାକ ଏବଂ ସିରିଆର ଅଧିକାଂଶ ଜାଗାକୁ ନିଜ କବଜାକୁ ନେଇ ଯାଇଥିଲା ଯାହାଫଳରେ ବାଗଦାଦୀ ନିଜକୁ ଉକ୍ତ ଅଞ୍ଚଳ ଗୁଡିକର ଖଲିଫା ବୋଲି ଘୋଷଣା କରିଥିଲା । ଜୁଲାଇ ୨୦୧୪ରେ ବାଗଦାଦୀକୁ ଶେଷ ଥର ପାଇଁ ଇରାକର ମାସୁଲ ସହରରେ ଦେଖିବାକୁ ମିଳିଥିଲା ।


Share It

Comments are closed.