ଦୀର୍ଘ ୫ ବର୍ଷ ପରେ ପୁଣିଥରେ ସମସ୍ତଙ୍କ ସାମନାକୁ ଆସିଲା ବାଗଦାଦୀ


କୁଖ୍ୟାତ ଆତଙ୍କବାଦୀ ସଂଗଠନର ମୁଖ୍ୟ ‘ଅବୁ ବକର ଅଲ-ବଗଦାଦୀ’ ଗତ ୫ ବର୍ଷ ମଧ୍ୟରେ ପ୍ରଥମ ଥର ପାଇଁ ସାମନାକୁ ଆସିଛି । କେବଳ ଏତିକି ନୁହେଁ ଆଇଏସ ପକ୍ଷରୁ ଜାରୀ କରାଯାଇଥିବା ପ୍ରୋପେଗେଣ୍ଡା ଭିଡିଓରେ ବଗଦାଦୀ, ତାର ମୃତ୍ୟୁ ବରଣ କରିଥିବା ସମସ୍ତ ଆତଙ୍କବାଦୀଙ୍କର ପ୍ରତିଶୋଧ ନିଶ୍ଚୟ ନେବ ବୋଲି ଧମକ ମଧ୍ୟ ଦେଇଛି ।
ଏହା ପୂର୍ବରୁ ବାଗଦାଦୀ ୨୦୧୪ ଜୁଲାଇ ଇରାକର ଗ୍ରେଟ ମସଜିଦ ଠାରେ ଶେଷ ଥର ପାଇଁ ନିଜ ଆତଙ୍କୀ ବାର୍ତ୍ତା ସମସ୍ତଙ୍କୁ ଦେଇଥିଲା । ବାଗଦାଦୀ ଆଇଏସର ଉପସ୍ଥିତିକୁ ଜାହିରୀ କରିବା ପରେ ତାଙ୍କୁ ଅନ୍ୟ କୌଣସି ଭିଡିଓରେ ଦେଖିବାକୁ ମିଳି ନାହିଁ । ଏହି ଭିଡିଓରେ ବାଗଦାଦୀର ଧଳା ଦାଢି ଦେଖିବାକୁ ମିଳିଛି । କେବଳ ଏତିକି ନୁହେଁ ଏହି ଭିଡିଓରେ ବାଗଦାଦୀ ପୂର୍ବ ସିରିଆ ସଂପର୍କରେ କହୁଥିବାର ମଧ୍ୟ ଶୁଣିବାକୁ ମିଳିଛି ।
ଏହା ହେଉଛି ସେହି ଅଞ୍ଚଳ ଯେଉଁଠାରେ ଗତ ମାସରେ କବଜାର ଲଢେଇ ଶେଷ ହୋଇଥିଲା । ଏହି ଭିଡିଓରେ ବାଗଦାଦୀ କହୁଛି ଯେ, “ବାଗୋଜର ଯୁଦ୍ଧ ଶେଷ ହୋଇ ଯାଇଛି । ଭିଡିଓରେ ତାଙ୍କ ସାମନାରେ ତିନି ଜଣ ଲୋକ ମୁହଁ ଢାଙ୍କି ବସିଛନ୍ତି ।”
ପ୍ରକାଶ ଥାଉକି ‘ବାଗୋଜ’ ଯୁଦ୍ଧ ପରେ ଆତଙ୍କବାଦୀଙ୍କ ମନରେ ଏଭଳି ଭୟରବାତାବରଣ ଖେଳିଯାଇଥିଲେ ଯାହାଫଳରେ ସେମାନେ ସୈନ୍ୟଙ୍କ ପାଖରେ ଆତ୍ମସମର୍ପଣ କରିବାକୁ ବାଧ୍ୟ ହୋଇପଡିଥିଲେ । ବାଗଦାଦୀ ଉପରେ ୨୫ ମିଲିୟନ ଡଲାର ତଥା ୧୭୪ କୋଟି ଟଙ୍କାର ପୁରଷ୍କାର ରାଶି ଘୋଷଣା କରାଯାଇଥିଲା । ବର୍ତ୍ତମାନ ପର୍ଯ୍ୟନ୍ତ ଏହା ଜଣା ପଡିନାହିଁ ଏହି ଭିଡିଓରେ କେଉଁଠାରୁ ଛଡାଯାଇଛି ।


Share It

Comments are closed.