କ୍ରିକେଟରେ ଚୟନ ବଦଳରେ ରୂପଜିବୀ ଦାବିକରି ଧରା ପଡିଲେ ରାଜୀବ ଶୁକ୍ଳାଙ୍କ ଅସିସିଷ୍ଟାଣ୍ଟ


ଆଇପିଏଲ ଚେୟାରମ୍ୟାନ ରାଜୀବ ଶୁକ୍ଳାଙ୍କ ଅସିସିଷ୍ଟାଣ୍ଟ ମହମ୍ମଦ ଆକ୍ରମ ସୈଫିଙ୍କ ଉପରେ ଏକ ସଂଙ୍ଗୀନ ଅଭିଯୋଗ ଲାଗିଛି । ତାଙ୍କ ଉପରେ ଲଗାଯାଇଥିବା ଅଭିଯୋଗରେ ଏହା ଦର୍ଶାଯାଇଛି ଯେ, ସେ ଖେଳାଳୀ ମାନଙ୍କୁ ଟିମରେ ଚୟନ କରିବା ବଦଳରେ ସେମାନଙ୍କ ଠାରୁ ପାଇଁ ସୁନ୍ଦରୀ ଝିଅ ଯୋଗାଇବା ପାଇଁ କହୁଛନ୍ତି । ସେଥିପାଇଁ ଉଠିଥିବା ଅଭିଯୋଗର ସମୂର୍ଣ୍ଣ ଯାଞ୍ଚ ବର୍ତ୍ତମାନ ବିସିସିଆର ଭ୍ରଷ୍ଟାଚାର ନିରୋଧି ଶାଖା କରୁଛି ।
ସେପଟେ ମହମ୍ମଦ ଆକ୍ରମ ସୈଫିଙ୍କ ଉପରେ ଲାଗିଥିବା ଏହି ଅଭିଯୋଗକୁ ଉତ୍ତର ପ୍ରଦେଶ କ୍ରିକେଟ ଆସୋସିଏସନ ସିଇଓ ଦୀପକ ଶର୍ମା ଏବଂ ସମ୍ପାଦକ ୟୁଦଭୀର ସିଂହ ଖାରଜ କରିଦେଇଛନ୍ତି । ପ୍ରକାଶ ଥାଉକି ଉତ୍ତର ପ୍ରଦେଶ କ୍ରିକେଟ ଆସୋସିଏସନ ପୂର୍ବତ୍ତନ ସଚିବ ତଥା ବର୍ତ୍ତମାନ ଆଇପିଏଲର ଚେୟାରମ୍ୟାନ ରାଜୀବ ଶୁକ୍ଳାଙ୍କ ଆସିସିଷ୍ଟାଣ୍ଟ ମହମ୍ମଦ ଆକ୍ରମ ସାମିଙ୍କ ଉପରେ ରାହୁଲ ଶର୍ମାଙ୍କୁ ଚୟନ କରିବା ପାଇଁ ତାଙ୍କ ଦ୍ୱାରା ଝିଅ ମଗାଉଥିବାର ଅଭିଯୋଗ ହୋଇଥିଲା ।
ତାଙ୍କ ଏହି ଅଭିଯୋଗ ମଧ୍ୟ ଲାଗିଥିଲା ଯେ, ସେ ଖେଳାଳୀମାନଙ୍କୁ ବିସିସିଆଇର ଏକ ଗ୍ରୁପ ମ୍ୟାଚ ଖେଳାଇବା ପାଇଁ ଜାଲି ସାର୍ଟିଫିକେଟ ମଧ୍ୟ ଦାଖଲ କରୁଥିଲେ ।
ଏକ ସ୍ଥାନୀୟ ନ୍ୟୁଜ ଚ୍ୟାନେଲ ଏହାର ସତ୍ୟାସତ୍ୟ ସାମନାକୁ ଆଣିଛି । ସେଥିରେ ସ୍ପଷ୍ଟ ରୂପେ ଜଣାପଡୁଛି ଯେ ସୈଫି ଝିଅ ମାନଙ୍କୁ ହୋଟେଲକୁ ପଠାଉଥିବାର ଏକ ଅଡିଓ ଟେପରୁ ଶୁଣିବାକୁ ମିଳିଛି ।


Share It

Comments are closed.