ଭାରତୀୟ ବଜାରରେ ପ୍ରବେଶ କଲା ଇଣ୍ଟେକ୍ସ ଉଦୟ


ଇଣ୍ଟେକ୍ସ ପକ୍ଷରୁ ଏହାର ନୂତନ ସ୍ମାର୍ଟଫୋନ ଇଣ୍ଟେକ୍ସ ଉଦୟର ଶୁଭାରମ୍ଭ କରାଯାଇଛି । ଏହି ସ୍ମାର୍ଟଫୋନଟିରେ ୫.୨୦ ଇଞ୍ଚର ଟଚ ସ୍କ୍ରିନ ଡିସପ୍ଲେ ରହିଛି ଯାହାରକି ସ୍କ୍ରିନ ରିଜୋଲ୍ୟୁସନ ୭୨୦ ପିକ୍ସେଲ ବାଇ ୧୨୮୦ ପିକ୍ସେଲ ବିଶିଷ୍ଟ । ଏହି ଇଣ୍ଟେକ୍ସ ଉଦୟରେ ୧.୩ଜିଏଚଜେଡ କ୍ୱାଡ-କୋର ମିଡିଆଟେକ ପ୍ରୋସେସର ରହିଥିବା ବେଳେ ୩ଜିବିର ରାମ ଏବଂ ୩୨ଜିବିର ଆଭ୍ୟନ୍ତରୀଣ ମେମୋରୀ ରହିଛି, ଯାହାକି ଆବଶ୍ୟକ ମୁତାବକ ୧୨୮ ଜିବି ପର୍ଯ୍ୟନ୍ତ ସଂପ୍ରାସରିତ ହୋଇପାରିବ । ଫୋନଟିର ପଛ ଭାଗରେ ୧୩ ଏମପିର ପ୍ରାଇମେରି କ୍ୟାମେରା ରହିବା ସହ ସାମନା ଭାଗରେ ଫ୍ରଣ୍ଟ ସୁଟର ସେଲଫି ପାଇଁ ୫ ଏମପିର କ୍ୟାମେରା ରହିଛି । ଏହି ସ୍ମାର୍ଟଫୋନଟି ଆଣ୍ଡ୍ରଏଡ ୭.୦ ଦ୍ୱାରା କାର୍ଯ୍ୟକ୍ଷମ ହୋଇଥିବା ବେଳେ ଏହାର ଓଜନ ୧୭୦.୦୦ ଗ୍ରାମ ରହିଛି । ଏହି ୭,୯୯୯ ଟଙ୍କିଆ ସ୍ମାର୍ଟଫୋନରେ ୨୮୦୦ଏମଏଏଚ ବ୍ୟାଟେରୀ ରହିଥିବା ବେଳେ ଏହା ବ୍ଲାକ, ବ୍ଲୁ, ସ୍ୟାମ୍ପେନ ଭଲି ୩ଟୋ ରଙ୍ଗରେ ଉପଲବ୍ଧ


Share It

Comments are closed.