ଆନ୍ତର୍ଜାତୀୟ ମହିଳା ଦିବସ, ମହିଳାମାନେ ନିଜକୁ ପ୍ରାଧାନ୍ୟ ଦେବା ଉଚିତ


ମଣିଷର ସମ୍ପର୍କ ଅନିଶ୍ଚିତତା ମଧ୍ୟରେ ଭରି ରହିଥାଏ । ବେଳେ ବେଳେ ଆମ ଜୀବନରେ ସବୁକିଛି ଠିକ୍ ଚାଲିଥାଏ କିନ୍ତୁ ହଠାତ୍ ଏଭଳି ସମୟ ଆସେ ଯେତେବେଳେ ଆପଣ ସବୁ କିଛି ଛାଡି ପଛକୁ ହଟିବାକୁ ଚାହିଁଥାନ୍ତି । ସମ୍ପର୍କକୁ ବଂଚାଇବା ପାଇଁ କିଛି ବୁଝାମଣା କରିବାକୁ ପଡିଥାଏ । ଜଣେ ବ୍ୟକ୍ତି କେବଳ ନିଜ ସର୍ତରେ ସମ୍ପର୍କ ଚଳାଇପାରିବ ନାହିଁ । ଏଥିରେ ଉଭୟ ସାଥୀଙ୍କ ଭାଗିଦାରୀର ଆବଶ୍ୟକତା ପଡିଥାଏ । ଗୋଟିଏ ସମ୍ପର୍କରେ ସବୁବେଳେ ମହିଳାଙ୍କୁ ଅଧିକ କମ୍ପ୍ରମାଇଜ୍ ବା ତ୍ୟାଗ କରିବାକୁ ପଡିଥାଏ । ଆମ ଦେଶରେ ଆଜି ମଧ୍ୟ ଲୋକେ ବୈବାହିକ ସମ୍ପର୍କରେ ମହିଳାମାନଙ୍କଠାରୁ ଏଭଳି ତ୍ୟାଗର ଆଶା ରଖିଥାନ୍ତି । ତେଣୁ ମହିଳାମାନେ ଏହାକୁ ନେଇ ସତର୍କ ରହିବା ଉଚିତ । ମହିଳାଙ୍କୁ ଏସବୁ ମଧ୍ୟରେ ନିଜର ମହତ୍ୱକୁ ବଂଚାଇ ରଖିବାକୁ ପଡିବ । ମହିଳା ଦିବସ ଅବସରରେ ଆମେ ଆପଣଙ୍କୁ ୫ଟି ଏଭଳି ବିଷୟରେ କହିବୁ ଯାହାକୁ ନେଇ ମହିଳାମାନେ କେବେ ବି ସାଲିସ୍ କରିବା ଉଚିତ ନୁହେଁ ।
୧- ଆପଣଙ୍କ ସ୍ୱପ୍ନ: ଆପଣଙ୍କ ସ୍ୱପ୍ନ କାହା ପାଇଁ ମଧ୍ୟ ତ୍ୟାଗ କରିବା ପାଇଁ ଉଦ୍ଧିଷ୍ଟ ନଥାଏ । ଏଥିରେ କୌଣସି ଫରକ୍ ପଡୁନାହିଁ ଯେ, ଆପଣ ନିଜ ସ୍ୱପ୍ନକୁ ପୂରା କରିପାରିବେ କି ନାହିଁ । କିନ୍ତୁ ଆପଣଙ୍କୁ ନିଜ ସ୍ୱପ୍ନ ପୂରା କରିବା ପାଇଁ ସବୁବେଳେ ଚେଷ୍ଟା କରିବାକୁ ହେବ । ଯଦି ଆପଣଙ୍କ ସ୍ୱପ୍ନ ପୂରା କରିବାରେ ଆପଣଙ୍କ ଜୀବନସାଥୀ ଆପଣଙ୍କୁ ସହଯୋଗ ନକରୁଥାନ୍ତି ତେବେ ହୋଇପାରେ ଆପଣ ଭୁଲ ସମ୍ପର୍କରେ ଛନ୍ଦି ହୋଇଛନ୍ତି ।
୨- ଆପଣଙ୍କ ବନ୍ଧୁତା: ପାରିବାରିକ ସମ୍ବନ୍ଧ ସହ ବନ୍ଧୁତାକୁ ବଂଚାଇ ରଖିବା ଜରୁରୀ ହୋଇଥାଏ । ବନ୍ଧୁ ତଥା ସାଙ୍ଗମାନଙ୍କ ସ୍ଥାନ ଦୁନିଆରେ କେହି ମଧ୍ୟ ନେଇପାରନ୍ତି ନାହିଁ । ତେଣୁ ଆପଣଙ୍କ ସମ୍ପର୍କ କାରଣରୁ କେବେ ବି ବନ୍ଧୁତାକୁ ପ୍ରଭାବିତ ହେବାକୁ ଦିଅନ୍ତୁ ନାହିଁ ।
୩- ଆପଣଙ୍କ ପରିବାର: ଯଦି ଆପଣଙ୍କ ଜୀବନସାଥୀ ଆପଣଙ୍କ ପରିବାର ଲୋକଙ୍କୁ ଘୃଣା କରୁଥାନ୍ତି ତେବେ ତାହା ମଧ୍ୟ ଆପଣଙ୍କ ସମ୍ପର୍କ ପାଇଁ ଭଲ ନୁହେଁ । କୌଣସି ବ୍ୟକ୍ତିଙ୍କୁ ଆପଣଙ୍କ ପରିବାର ସହ ଖରାପ ବ୍ୟବହାର କରିବାର ଅଧିକାର ନଥାଏ । ସେ ଆପଣଙ୍କ ଜୀବନସାଥୀ ହୁଅନ୍ତୁ ନା କହିଁ । ପ୍ରତ୍ୟେକ ସ୍ଥିତିରେ ଆପଣ ନିଜ ପରିବାର ସହ ଠିଆ ହେବା ଉଚିଚ ।
୪- ଆପଣଙ୍କ ବିଶ୍ୱାସ: କାହା ସହ ସମ୍ପର୍କ ଯୋଡିବା ପରେ ନିଜ ଆତ୍ମସମ୍ମାନ ଓ ଜୀବନମୂଲ୍ୟକୁ ବଂଚାଇ ରଖିବା କଷ୍ଟକର ହୋଇଥାଏ । ଯେତେବେଳେ ଦୁଇ ଜଣ ବ୍ୟକ୍ତି ପରସ୍ପରକୁ ଭଲ ପାଇଥାନ୍ତି ସେତେବେଳେ ସେମାନେ ପରସ୍ପରର ବିଶ୍ୱାସ ଓ ମୂଲ୍ୟର ସମ୍ମାନ କରିବା ଉଚିତ ।
୫- ନିଜ ଲକ୍ଷ୍ୟ: ସମ୍ବନ୍ଧ ଯୋଡିବା ପରେ ନିଜ ଲକ୍ଷ୍ୟକୁ କେବେ ବି ଭୁଲନ୍ତୁ ନାହିଁ । ନିଜ କ୍ୟାରିୟର କିମ୍ବା ନିଜ ଜୀବନ ପାଇଁ ଆପଣ ଯାହା ମଧ୍ୟ ଲକ୍ଷ୍ୟ ରଖିଛନ୍ତି ତାହା ସହ ସାଲିସ୍ କରନ୍ତୁ ନାହିଁ । ସର୍ବଦା ନିଜ ଲକ୍ଷ୍ୟ ପୂରଣ ପାଇଁ ପ୍ରୟାସ କରନ୍ତୁ ।


Share It

Comments are closed.